Advertisment

‘ମୁଁ ବିଜେପି ଓ ଆରଏସ୍‌ଏସ୍‌ ପାଇଁ କରୋନା ଭାଇରସ୍‌’

ବିଜେପି ନେତା ତଥା ମଧ୍ୟପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ତୁଳସୀରାମ ସିଲୱାଟଙ୍କ କରୋନା ଭାଇରସ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ଏହି ଝଡ଼ ।

ଅଦ୍ୟତନ ହୋଇଛି
Digvijaya Singh

Digvijaya Singh

Advertisment

ପୁଣି ଥରେ ଜୋରସୋରରେ କଂଗ୍ରେସ ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ବାକ୍‌ ଯୁଦ୍ଧ । ମଧ୍ୟପ୍ରଦେଶର ଜଳ ସମ୍ପଦ ମନ୍ତ୍ରୀ ତୁଳସୀରାମ ଶିଲୱାଟ ପୁରୁଖା କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ କରୋନା ଭାଇରସ କହିବାକୁ ପଛାଇ ନାହାନ୍ତି। ଆଉ ଏହାର ମୁହଁତୋଡ଼ ଜବାବ ଦେଇଛନ୍ତି ଦିଗବିଜୟ। ସେ କହିଛନ୍ତି, ମୁଁ ବିଜେପି ପାଇଁ ତଥା ଆରଏସ୍‌ଏସ୍‌ ପାଇଁ କରୋନା ଭାଇରସ।

Advertisment

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ତୁଳସୀରାମ କହିଥିଲେ ଯେ ଦିଗବିଜୟ ସିଂହ କଂଗ୍ରେସ ପାଇଁ କରୋନା ଭାଇରସ୍। ଏଥିସହ ଦିଗବିଜୟଙ୍କୁ ଚାଇନାରେ ପୁନଃଜନ୍ମ ଦେବାକୁ ପ୍ରଭୁ ମହାକାଳଙ୍କ ନିକଟରେ ସେ ପ୍ରାର୍ଥନା କରିବେ ବୋଲି କହିଥିଲେ। 

ଏହା ଶୁଣି ରାଗି ନିଆଁ ବାଣ ହୋଇ ଯାଇଥିଲେ ଦିଗବିଜୟ। ସେ କହିଥିଲେ, ମୁଁ କରୋନା ଭାଇରସ। କିନ୍ତୁ କଂଗ୍ରେସ ପାଇଁ ନୁହେଁ। ମୁଁ ବିଜେପି ଓ ଆରଏସ୍‌ଏସ୍ ପାଇଁ ମହାମାରୀ। 

Advertisment

ଦିଗବିଜୟ ଆହୁରି କହିଥିଲେ, ବିଜେପିରେ ଯୋଗ ଦେବା ପରଠୁ ହଠାତ୍‌ କିପରି ତୁଳସୀରାମ ଶିଲୱାଟଙ୍କ ବ୍ୟବସାୟ ବଢ଼ିଗଲା?

ତୁଳସିରାମ ସିଲୱାଟ ପୂର୍ବରୁ କଂଗ୍ରେସରେ ଥିଲେ। ୨୦୨୦ରେ ସେ ବିଜେପିରେ ଯୋଗ ଦେଇଥିଲେ। ସେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଘନିଷ୍ଠ। 

Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe