Advertisment

'ଘଟଣାକୁ ନେଇ ମୁଁ ମର୍ମାହତ': ମୁହଁ ଖୋଲିଲେ ଭୋଲେ ବାବା

ଦଳାଚକଟା ଘଟଣା ପରଠାରୁ ଭୋଲେ ବାବା ଫେରାର ଅଛନ୍ତି।

author-image
Madhupriya Mistry
bhole-baba

bhole-baba

ଉତ୍ତର ପ୍ରଦେଶ ହାଥରସ୍ ଦଳାଚକଟା ଘଟଣାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଆତ୍ମଘୋଷିତ ଭଗବାନ ତଥା ସୁରଜପାଲ ଓରଫ ଭୋଲେ ବାବା। ଘଟଣାର ୪ ଦିନ ପରେ ମିଡିଆ ସାମ୍ନାରେ ମୁହଁ ଖୋଲିଛନ୍ତି।

Advertisment

ଘଟଣାକୁ ନେଇ ସେ ମର୍ମାହତ। ଏଥିପାଇଁ ସେ ଅତ୍ୟନ୍ତ ଦୁଃଖିତ ସରକାର ଓ ପ୍ରଶାସନ ଉପରେ ଭରସା ରଖିବାକୁ ଅପିଲ୍ କରିବା ସହ କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି। ଭଗବାନ ଆମକୁ ଏହି ଯନ୍ତ୍ରଣା ସହିବାକୁ ଶକ୍ତି ଦିଅନ୍ତୁ। ମୋର ଓକିଲ ଏପି ସିଂଙ୍କ ମାଧ୍ୟମରେ ମୁଁ କମିଟିର ସଦସ୍ୟମାନଙ୍କୁ ଅନୁରୋଧ କରିଛି। ଶୋକସନ୍ତପ୍ତ ପରିବାର ଏବଂ ଆହତଙ୍କ ସହ ଠିଆ ହେବା ଏବଂ ସେମାନଙ୍କୁ ଜୀବନସାରା ସାହାଯ୍ୟ କରିବା ବୋଲି ଏକ ଭିଡିଓ ବିବୃତିରେ ଭୋଲେ ବାବା କହିଛନ୍ତି।

ସତସଙ୍ଗରେ ପ୍ରାୟ ୨.୫ ଲକ୍ଷ ଭକ୍ତ ଉପସ୍ଥିତ ଥିଲେ। ଯେତେବେଳେ ଭୋଲେ ବାବାଙ୍କ କାର ଦେଇ ଯାଇଥିଲା ସେହି ସ୍ଥାନରୁ ଉପସ୍ଥିତ ଲୋକମାନେ “ଧୂଳି ସଂଗ୍ରହ କରିବା” ଆରମ୍ଭ କରିଥିଲେ। ସେହି ସମୟରେ ପ୍ରବଳ ଭିଡ଼ ହେତୁ ଦଳାଚକଟା ଆରମ୍ଭ ହୋଇ ଯାଇଥିଲା। ପୁଲିସ୍‌ କହିଛି ଯେ ସମାବେଶ ପାଇଁ କତ୍ତୃର୍ପକ୍ଷଙ୍କ ଦ୍ୱାରା ୮୦ ହଜାର ଲୋକଙ୍କୁ ଅନୁମତି ମିଳିଥିଲା। ମାତ୍ର ଭିଡ଼ ତା’ଠାରୁ ଯଥେଷ୍ଟ ଅଧିକ ଥିଲା। ଦଳଚକଟା ହୋଇ ୧୨୧ ଜଣ ପ୍ରାଣ ହରାଇଥିଲେ।

Advertisment

ଭୋଲେ ବାବା, ନାରାୟଣ ସାକାର ହରି ନାମରେ ମଧ୍ୟ ଜଣାଶୁଣା। ଏହି ଘଟଣା ପରଠାରୁ ସେ ସାମ୍ନାକୁ ଆସୁନଥିଲେ। ତାଙ୍କ ଓକିଲ ଏପି ସିଂହ ଗତକାଲି କହିଥିଲେ ଯେ ସେ ତଦନ୍ତରେ ସହଯୋଗ କରିବେ।

ଦଳାଚକଟା ଘଟଣା ପରଠାରୁ ଭୋଲେ ବାବା ଫେରାର ଅଛନ୍ତି। ତାଙ୍କ ମୋବାଇଲ ଫୋନ୍‌ ମଧ୍ୟ ସ୍ୱିଚ୍‌ ଅଫ୍‌ ଅଛି। ସେ ମୈନପୁରୀର ଆଶ୍ରମରେ ଲୁଚି ରହିଥିବା ଆଶଙ୍କା କରାଯାଉଛି। 

Hathras Stampede Bhole Baba