Advertisment

ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ, ହେଲେ…

ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।

author-image
Madhupriya Mistry
Ashok Gehlot

Ashok Gehlot

ପାଖେଇ ଆସିଲାଣି ରାଜସ୍ଥାନ ବିଧାନସଭା ନିର୍ବାଚନ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ଅଣ୍ଟା ଭିଡି ସାରିଲେଣି। ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ଆରମ୍ଭ ହୋଇଗଲାଣି ପ୍ରଚାର ପ୍ରସାର। ସମସ୍ତ ଦଳ ନିଜ ନିଜ ଷ୍ଟାର୍‌ ପ୍ରଚାରକଙ୍କୁ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଅଛନ୍ତି। ଏହାରି ଭିତରେ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।

Advertisment

ନିକଟର ଏକ ସାମ୍ବାଦିକ ସମ୍ମିଳନୀରେ ଅଶୋକ ଗେହଲଟ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପ୍ରସ୍ତୁତ ଅଛି, କିନ୍ତୁ ଚୌକି ମୋତେ ଛାଡୁନାହିଁ। ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ତାଙ୍କୁ ଛାଡୁନଥିବା ସେ କହିଛନ୍ତି। ଏଭଳି କହିଛି ସେ ଯଦି ରାଜସ୍ଥାନରେ କଂଗ୍ରେସର ବିଜୟୀ ହୁଏ ତେବେ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ହିଣ୍ଟ ଦେଇଛନ୍ତି।  

ସେହିପରି ସଚିନ ପାଇଲଟଙ୍କୁ ଅଶୋକ ଗେହଲଟ୍‌ କହିଛନ୍ତି, 'ମୁଁ ନିଜେ ସଚିନ ପାଇଲଟ୍‌ଙ୍କ ସମର୍ଥନ କରୁଛି। ତାଙ୍କ ସମର୍ଥକ ବିଧାୟକଙ୍କୁ ଟିକେଟ୍‌ ମିଳିଛି। ଜଣେ ଦୁଇ ଜଣଙ୍କୁ ଛାଡି ଆଉ ସମସ୍ତଙ୍କୁ ଟିକେଟ୍‌ ମିଳିବ। ତାଙ୍କର ଗୋଟିଏ ବି ଟିକେଟ୍‌ ଉପରେ ମୁଁ ପ୍ରଶ୍ନ ଉଠାଇ ନାହିଁ।' ସେ ଅହୁରି କହିଛନ୍ତି, ସୋନିଆ ଗାନ୍ଧି ଅଧ୍ୟକ୍ଷ ହେବା ପରେ ପ୍ରଥମେ ମୋତେ ମୁଖ୍ୟମନ୍ତ୍ରୀ ବନାଇଥିଲେ। ମୋ ଉପରେ ହାଇକମାଣ୍ଡଙ୍କ ବିଶ୍ୱାସ ରହିଛି।

Advertisment

ବାସ୍ତବରେ, ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଅଶୋକ ଗେହଲୋଟ୍ ଏବଂ ସଚିନ୍ ପାଇଲଟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। ଏନେଇ ବହୁଥର ଉଭୟ ନେତା ଖୋଲାଖୋଲି ଭାବେ ପରସ୍ପରକୁ ଟାର୍ଗେଟ କରିଛନ୍ତି। ନିର୍ବାଚନ ପୂର୍ବରୁ କଂଗ୍ରେସ ହାଇକମାଣ୍ଡ ଉଭୟ ନେତାଙ୍କୁ ପାରସ୍ପରିକ ମତଭେଦ ଦୂର କରିବାକୁ ଏବଂ ଏକାଠି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ କହିଥିଲେ। ଏହା ପରେ ସଚିନ ପାଇଲଟଙ୍କୁ କଂଗ୍ରେସ କାର୍ଯ୍ୟ କମିଟିରେ ମଧ୍ୟ ସାମିଲ କରାଯାଇଥିଲା।

Ashok Gehlot Rajasthan 2023 Assembly Poll