Advertisment

ପୁଅର ଏନକାଉଣ୍ଟର ପାଇଁ ନିଜକୁ ଦାୟୀ କଲେ ଅତିକ ଅହମଦ

ଏହି ଖବର ଅତିକଙ୍କ ପାଖରେ ପହଞ୍ଚିବା କ୍ଷଣି ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ।

Atiq Ahmed

Atiq Ahmed

Advertisment

ଗ୍ୟାଙ୍ଗଷ୍ଟରରୁ ନେତା ବନିଥିବା ଅତିକ ଅହମଦଙ୍କ ପୁଅ ଅସଦ ଆଜି ପୁଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି। ଉମେଶ ପାଲ ହତ୍ୟାକାଣ୍ଡର ମୋଷ୍ଟ ୱାଣ୍ଟେଡ ଅସଦ ଓ ତାଙ୍କ ସହଯୋଗୀ ଗୁଲାମ ପୁଲିସ୍‌ ଗୁଳିରେ ପ୍ରାଣ ହରାଇଛନ୍ତି।

Advertisment

ଏହି ଖବର ଅତିକଙ୍କ ପାଖରେ ପହଞ୍ଚିବା କ୍ଷଣି ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଆଜି ଉମେଶ ପାଲ ହତ୍ୟା ଘଟଣାରେ ପୁଲିସ୍‌ ଅତିକଙ୍କୁ ପ୍ରୟାଗରାଜ କୋର୍ଟରେ ହାଜର କରିଥିଲା। ତାଙ୍କୁ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତେବେ କୋର୍ଟରେ ଥିବା ବେଳେ ହିଁ ଅତିକଙ୍କ ପାଖରେ ପୁଅର ଏନକାଉଣ୍ଟର ଖବର ପହଞ୍ଚିଥିଲା। ଏହା ଶୁଣି ସେ କାନ୍ଦି ପକାଇଥିଲେ।

କୋର୍ଟ ହାଜିରା ପରେ ଅତିକଙ୍କୁ ନୈନି ଜେଲ୍‌କୁ ନିଆଯାଇଛି। ତେବେ ସେ ଜେଲକୁ ଯିବା ବେଳେ ପୁଅର ଏନକାଉଣ୍ଟରକୁ ନେଇ ମୁହଁ ଖୋଲିଛନ୍ତି। ସେ ପୁଅର ମୃତ୍ୟୁ ଓ ଏନକାଉଣ୍ଟର ପାଇଁ ନିଜକୁ ମଧ୍ୟ ଦାୟୀ କରିଛନ୍ତି। ଏନକାଉଣ୍ଟର ପରେ ପୁଅର ମୃତ୍ୟୁ ହୋଇଥିବାରୁ ଅତିକ ତାଙ୍କ ଅନ୍ତିମ ସଂସ୍କାରରରେ ଯୋଗ ଦେବାକୁ ଚାହୁଁଛନ୍ତି। ତେଣୁ ଏନେଇ ସେ ଅଧିକାରୀମାନଙ୍କୁ ଅନୁମତି ମାଗିଛନ୍ତି। ତେବେ ଏନେଇ ଅଧିକାରୀମାନେ କୌଣସି ପ୍ରକାରର ନିଷ୍ପତ୍ତି ନେଇନାହାନ୍ତି।

Advertisment
Uttar Pradesh Atiq Ahmed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe