Advertisment

ବେକରେ ପ୍ଲାକାର୍ଡ଼ ପକାଇ ଆତ୍ମସମର୍ପଣ କରିବାକୁ ଆସିଲା ଅଭିଯୁକ୍ତ

ବେକରେ ପଡ଼ିଛି ପ୍ଲାକାର୍ଡ଼। ସେଥିରେ ଲେଖାଯାଇଛି ମୁଁ ପୁଲିସକୁ ଭୟ କରେ।

author-image
Tapas Behera
accuse

accuse

ବେକରେ ପଡ଼ିଛି ପ୍ଲାକାର୍ଡ଼। ସେଥିରେ ଲେଖାଯାଇଛି ମୁଁ ପୁଲିସକୁ ଭୟ କରେ। ଏମିତି ଲଖାଥିବା ଏକ ପ୍ଲାକର୍ଡ଼କୁ ବେକରେ ଝୁଲାଇ ଜଣେ ବ୍ୟକ୍ତି ସୋମବାର ଥନାରେ ଆତ୍ମସମର୍ପଣ କରିଛନ୍ତି। ଉତ୍ତରପ୍ରଦେଶର ମିରଟରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ସୌରଭ ଗିରି ।

Advertisment

ମିରଟର ପରିକ୍ଷିତଗଡ଼ ପୁଲିସ ଷ୍ଟେସନରେ ସେ ଆତ୍ମସମର୍ପଣ କରିଛନ୍ତି। ପୁଲିସ ସୂଚନା ଅନୁଯାୟୀ ସୌରଭ ଏକାଧିକ ଅପରାଧିକ ମାମଲାରେ ଅଭିଯୁକ୍ତ ଅଛନ୍ତି। ତାଙ୍କ ନାମରେ ୟୁପିରେ ଏକାଧିକ ଥାନାରେ ବିଭିନ୍ନ ସଙ୍ଗିନ ମାମଲା ରହିଛି। ଅଭିଯୁକ୍ତ ସୌରଭ ପୁଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲେ। ପୁଲିସ ତାଙ୍କୁ ଗିରଫ ପାଇଁ ଖୋଜୁଥିଲା।

କିନ୍ତୁ ସେ ପୁଲିସକୁ ଚକମା ଦେଖାଇ ଖସିଯାଉଥିଲେ।  ସୋମବାର ଏକ ଅଜବ ଗଟଣା କ୍ରମରେ ସେ ନିଜେ ଥାନାକୁ ଆତ୍ମସମର୍ପଣ କାରିବାକୁ ଆସିଥିଲେ। ବେକରେ ଝୁଲାଇଥିବା ପ୍ଲାକାର୍ଡ଼ରେ ଲେଖା ଅଛି-ମୁଁ ଆତ୍ମସମର୍ପଣ କରିବାକୁ ଆସିଛି। ମୁଁ ବହୁ ଦୁଃଖିତ। ଭବିଷ୍ୟତରେ ଆଉ ଭୁଲ କରିବି ନାହିଁ। ମୁଁ ପୋଲିସକୁ ଭୟ କରେ। ଜଣେ ପୁଲିସ ଅଧିକାରୀ କହିଛନ୍ତି, "ସେ ନିଜେ ଆଜି ଆତ୍ମସମର୍ପଣ କରିଛନ୍ତି। ପଚରାଉଚରା ପରେ ତାଙ୍କ ଠାରୁ ପିସ୍ତଲ ଜବତ କରାଯାଇଛି। ଏହି ମାମଲାରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment
India