Advertisment

ପଙ୍କଜା ମୁଣ୍ଡେ କହିଲେ- ମୁଁ ବିଜେପିର, କିନ୍ତୁ ବିଜେପି ମୋ ପାର୍ଟି ନୁହେଁ

୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହାରିବା ପରେ ପଙ୍କଜା ମୁଣ୍ଡେ ବିଜେପିରେ କୋଣଠେସା ହୋଇ ରହିଛନ୍ତି।

Pankaja munde

Pankaja munde

Advertisment

ଦୀର୍ଘଦିନ ହେଲା ମହାରାଷ୍ଟ୍ର ବିଜେପିରେ ଅଣଦେଖା ହୋଇ ରହିଥିବା ପଙ୍କଜା ମୁଣ୍ଡେ ଆଜି ପରୋକ୍ଷରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜେପିର ଜାତୀୟ ସମ୍ପାଦକ ପଦରେ ପଙ୍କଜା ଥିଲେ ହେଁ ଆଜି ବଡ଼ ବୟାନ ଦେଇଛନ୍ତି। ସେ ବିଜେପିର, କିନ୍ତୁ ଏହି ଦଳ ତାଙ୍କର ନୁହେଁ ବୋଲି ପଙ୍କଜା କହିଛନ୍ତି।

Advertisment

୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହାରିବା ପରେ ପଙ୍କଜା ମୁଣ୍ଡେ ବିଜେପିରେ କୋଣଠେସା ହୋଇ ରହିଛନ୍ତି। ୨୦୧୪ରୁ ୨୦୧୯ ଯାଏ ଦେବେନ୍ଦ୍ର ଫଡନାଭିସଙ୍କ ସରକାରରେ ସେ ମନ୍ତ୍ରୀ ଥିଲେ। ହେଲେ ନିର୍ବାଚନ ହାରିବା ପରେ ସେ ଦଳରେ ଅଣଦେଖା ହୋଇ ରହିଛନ୍ତି।

ଆଜି ସେ ଗୋଟିଏ କାର୍ଯ୍ୟକ୍ରମରେ କହିଛନ୍ତି, “ବିଜେପି ଗୋଟିଏ ବଡ଼ ପାର୍ଟି ଓ ଏହା ମୋର ନୁହେଁ। ମୁଁ ବିଜେପିର। ଯଦି ମୋ ବାପାଙ୍କ ସହ ମୋର କିଛି ସମସ୍ୟା ରହିବ, ତା’ହେଲେ ମୁଁ ମୋ ଭାଇଙ୍କ ଘରକୁ ଯାଇ ପାରିବି।

Advertisment

ମୁଁ କୌଣସି ଜିନିଷକୁ ନେଇ କେବେ ହେଲେ ଡରେ ନାହିଁ। ଡରିବା ଆମ ରକ୍ତରେ ନାହିଁ। ଯଦି କିଛି ନ ମିଳିବ, ତା’ହେଲେ ମୁଁ କ୍ଷେତରେ ଆଖୁ କାଟିବାକୁ ଚାଲି ଯିବି। ମୋର କୌଣସି ସ୍ୱାର୍ଥ, ଆଶା ଓ ଇଚ୍ଛା ନାହିଁ। ମୁଁ ବିଜେପିର। କିନ୍ତୁ ବିଜେପି କ’ଣ ମୋର? ବିଜେପି ମୋ ପାର୍ଟି ନୁହେଁ। ବିଜେପି ଗୋଟିଏ ବଡ଼ ପାର୍ଟି।” ପଙ୍କଜା ହେଉଛନ୍ତି ଭେଟରାନ ରାଜନେତା ଗୋପୀନାଥ ମୁଣ୍ଡେଙ୍କ ଝିଅ। 

Maharashtra Govt Bjp Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe