Advertisment

ମୁଁ ଗୋ-ମାଂସ ଖାଏ: ମେଘାଳୟ ବିଜେପି ମୁଖ୍ୟ

ଆମେ ମେଘାଳୟରେ ରହିଛୁ। ଏଠାରେ ସମସ୍ତେ ଗୋ-ମାଂସ ଖାଆନ୍ତି। ଏନେଇ କୌଣସି ପ୍ରକାରର କଟକଣା ନାହିଁ।

author-image
Hemant Lenka
BJP

BJP

ମେଘାଳୟ ବିଜେପିର ମୁଖ୍ୟ ଅର୍ଣ୍ଣନେଷ୍ଟ ମାୱରୀ କହିଛନ୍ତି ଯେ ରାଜ୍ୟରେ ଗୋ-ମାଂସ ଖାଇବା ଉପରେ କୌଣସି କଟକଣା ନାହିଁ ଓ ସେ ମଧ୍ୟ ଗୋ-ମାଂସ ଖାଆନ୍ତି। ଏଏନଆଇକୁ ସାକ୍ଷାତକାର ଦେଇ ଅର୍ଣ୍ଣନେଷ୍ଟ କହିଛନ୍ତି, “ଅନ୍ୟ ରାଜ୍ୟରେ ଗୋ-ମାଂସକୁ ନେଇ କ’ଣ ସବୁ ସଂକଳ୍ପ ପାରିତ ହୋଇଛି, ସେ ବିଷୟରେ ମୁଁ କିଛି କହିବାକୁ ଚାହୁଁନି।

Advertisment

ଆମେ ମେଘାଳୟରେ ରହିଛୁ। ଏଠାରେ ସମସ୍ତେ ଗୋ-ମାଂସ ଖାଆନ୍ତି। ଏନେଇ କୌଣସି ପ୍ରକାରର କଟକଣା ନାହିଁ। ହଁ, ମୁଁ ମଧ୍ୟ ଗୋ-ମାଂସ ଖାଏ। ମେଘାଳୟରେ ଏହା ଉପରେ କୌଣସି ବ୍ୟାନ ନାହିଁ। ଲୋକଙ୍କ ଜୀବନ ଶୈଳୀ ସହ ଏହା ଜଡ଼ିତ ଓ କେହି ବି ଏହାକୁ ବନ୍ଦ କରିପାରିବେ ନାହିଁ।

ଭାରତରେ ମଧ୍ୟ ଏମିତି କୌଣସି ନିୟମ ନାହିଁ। କିଛି ରାଜ୍ୟ କିଛି ଆଇନ ପାରିତ କରିଛନ୍ତି। ମେଘାଳୟରେ ଆମର କଂସେଇ ଖାନା ରହିଛି। ସମସ୍ତେ ଗାଈ କିମ୍ବା ଘୁଷୁରୀ ନେଉଛନ୍ତି ଓ ଏହାକୁ ମାର୍କେଟକୁ ଆଣୁଛନ୍ତି। ଏହା ହାଇଜେନିକ ହୋଇପାରେ। ତେଣୁ ଏମିତି ଖାଦ୍ୟ ଖାଇବା ଲୋକଙ୍କ ଅଭ୍ୟାସ।”

Advertisment

ଆସାମ ଭଳି ବିଜେପି ଶାସିତ ରାଜ୍ୟରେ କଂସେଇ ଖାନା, ଗୋରୁ ଚାଲାଣ ଓ ଗୋ-ମାଂସ ବିକ୍ରି କରିବା ଭଳି କାମକୁ ହ୍ରାସ କରିବା ପାଇଁ ବିଲ ପାରିତ କରାଯାଉଛି। ଏପରି କି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ଉତ୍ତର ପୂର୍ବ ଅଞ୍ଚଳର ଲୋକମାନଙ୍କୁ ହିନ୍ଦୁ ବହୁଳ ସ୍ଥାନରେ ଗୋ-ମାଂସ ସେବନ ଉପରେ କଟକଣା ଲଗାଇବାକୁ କହିଛନ୍ତି। ହେଲେ ଖୋଦ ବିଜେପିର ମେଘାଳୟ ମୁଖ୍ୟ ଗୋ-ମାଂସ ଖାଇବା ସପକ୍ଷରେ ମତ ରଖିଛନ୍ତି।

ବିଜେପି ଗୋଟିଏ ଖ୍ରୀଷ୍ଟିୟାନ ବିରୋଧୀ ଦଳର ଅଭିଯୋଗକୁ ଅର୍ଣ୍ଣନେଷ୍ଟ ଖଣ୍ଡନ କରିଛନ୍ତି। ସେ ଏପରି ଅଭିଯୋଗକୁ କେବଳ ରାଜନୀତିକ ଅପପ୍ରଚାର କହି ବାଏଁବାଏଁ ଉଡ଼ାଇ ଦେଇଛନ୍ତି। ଫେବୃଆରୀ ୨୭ରେ ମେଘାଳୟ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ପ୍ରଚାର କାର୍ଯ୍ୟ ଚାଲିଛି। ଏହାପୂର୍ବରୁ ହିଁ ବିଜେପି ମୁଖ୍ୟଙ୍କ ବୟାନ ସାମ୍ନାକୁ ଆସିଛି।

Bjp Meghalaya