Advertisment

ଅନୁପ୍ରବେଶକାରୀ ଠାରୁ ଗ୍ୟାସ୍‌ ଡବା ଛଡ଼ାଇ ଫିଙ୍ଗିଥିଲେ କଂଗ୍ରେସ ସାଂସଦ

ସେ ଅନୁପ୍ରବେଶକାରୀ ହାତରୁ ଗ୍ୟାସସ ଡବାକୁ ଛଡ଼ାଇ ଆଣି ବାହାରକୁ ଫିଙ୍ଗି ଦେଇଥିଲେ। ସେହିପରି କିଛି ସାଂସଦ ମଧ୍ୟ ଯୁବକ ଜଣକୁ ଧରିଥିଲେ। ଏହାପରେ ସୁରକ୍ଷାକର୍ମୀମାନେ ତାକୁ ଓ ତା’ର ସହଯୋଗୀକୁ ବାହାରକୁ ନେଇଥିଲେ।

Congress

Congress

Advertisment

ଦୁଇ ଜଣ ଯୁବକ ଆଜି ସୁରକ୍ଷା ବଳୟକୁ ଭେଦ କରି ଲୋକସଭାରେ ପ୍ରବେଶ କରିଛନ୍ତି। ସେମାନେ ଦର୍ଶକ ଗ୍ୟାଲେରୀରୁ ସିଧା ଲୋକସଭାର ମଧ୍ୟ ଭାଗକୁ ଡେଇଁ ହଳଦିଆ ଗ୍ୟାସ ମାଡ଼ କରିଛନ୍ତି। ଗ୍ୟାସ ସ୍ପ୍ରେ ଯୋଗୁ ପୂରା ଲୋକସଭା କ’ ହଳଦିଆ ଧୂଆଁରେ ପୂରି ଯାଇଥିଲା। ଜଣେ ଯୁବକ ସାଂସଦଙ୍କ ଚେୟାର ଡେଇଁ ଆଗକୁ ମାଡ଼ି ଯାଉଥିବା ବେଳେ ସମସ୍ତେ ଡରି ଯାଇଥିଲେ।

Advertisment

କିଛି ସାଂସଦ ଭୟରେ ବାହାରକୁ ଦୌଡ଼ି ଥିଲେ। ହେଲେ କିଛି ସାଂସଦ ଭୟଭୀତ ନ ହୋଇ ଅନୁପ୍ରବେଶକାରୀ ଯୁବକକୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ। କଂଗ୍ରେସ ସାଂସଦ ଗୁରଜୀତ ସିଂହ ଔଜଲା ବେଶ ସାହସ ଦେଖାଇଥିଲେ।

ସେ ଅନୁପ୍ରବେଶକାରୀ ହାତରୁ ଗ୍ୟାସସ ଡବାକୁ ଛଡ଼ାଇ ଆଣି ବାହାରକୁ ଫିଙ୍ଗି ଦେଇଥିଲେ। ସେହିପରି କିଛି ସାଂସଦ ମଧ୍ୟ ଯୁବକ ଜଣକୁ ଧରିଥିଲେ। ଏହାପରେ ସୁରକ୍ଷାକର୍ମୀମାନେ ତାକୁ ଓ ତା’ର ସହଯୋଗୀକୁ ବାହାରକୁ ନେଇଥିଲେ।

Advertisment

କଂଗ୍ରେସ ସାଂସ କାର୍ତ୍ତି ଚିଦାମ୍ବରମ କହିଛନ୍ତି, ଦୁଇ ଯୁବକ କିଛି ନାରା ଦେଇଥିଲେ ଓ ବାଚସ୍ପତିଙ୍କ ଆସନ ଆଡ଼କୁ ଯିବାକୁ ଚାହିଁଥିଲେ। ଏମାନଙ୍କ ବୟସ ପ୍ରାୟ ୨୦ ବର୍ଷ ଲେଖାଏ ହେବ। ସେମାନେ ହାତରେ ଗ୍ୟାସ ଡବା ଧରି ଆଗକୁ ଯିବା ପାଇଁ ଚେଷ୍ଟା କରିଥିଲେ। ଗ୍ୟାସ ସ୍ପ୍ରେ ଯୋଗୁ ପୂରା ଗୃହ ହଳଦିଆ ହୋଇଯାଇଥିଲା ବୋଲି ସେ କହିଛନ୍ତି।

ଜଣେ ଅନୁପ୍ରବେଶକାରୀକୁ କାବୁ କରିବା ସହ ଗ୍ୟାସ ଡବା ଛଡ଼ାଇ ଆଣିବାକୁ ସକ୍ଷମ ହୋଇଥିବା ଗୁରଜୀତ କହିଛନ୍ତି, “ଯୁବକ ଜଣକ ହାତରେ ଏମିତି କିଛି ଜିନିଷ ଧରିଥିଲା, ଯାହା ଭିତରୁ ହଳଦିଆ ଧୂଆଁ ବାହାରୁ ଥିଲା। ମୁଁ ତା’ଠାରୁ ଏହାକୁ ଛଡ଼ାଇ ଆଣିଥିଲି ଓ ବାହାକୁ ଫିଙ୍ଗି ଦେଇଥିଲି। ଏହା ବଡ଼ଧରଣର ସୁରକ୍ଷା ତ୍ରୁଟି।  ସବୁ କିଛି ବହୁତ କମ ସମୟ ମଧ୍ୟରେ ହୋଇଥିଲା। ତେଣୁ ଭାବିବା ପାଇଁ କାହା ପାଖରେ ସମୟ ନଥିଲା।”

କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କ କହିବା କଥା ଯେ ସାଂସଦମାନେ ମିଳିତ ଭାବେ ଦୁଇ ଅନୁପ୍ରେବଶକାରୀଙ୍କୁ କାବୁ କରିଥିଲେ। ଏହାପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ବାହାରକୁ ଆଣିଥିଲେ। ସୁରକ୍ଷାରେ ତ୍ରୁଟି ହୋଇଥିବା ଚୌଧୁରୀ କହିଛନ୍ତି।

Lok Sabha Session Lok Sabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe