Advertisment

ମୁଁ ବାଘ ମାରି ତା’ ଦାନ୍ତକୁ ବେକରେ ପିନ୍ଧିଛି: ଶିବ ସେନା ବିଧାୟକ

ବିଧାୟକଙ୍କ ଦାବି ସୋଶାଲ ମିଡିଆରେ ଭାଇରାଲ ହେଉଛି।

Sanjay Gaikwad

Sanjay Gaikwad

Advertisment

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବ ସେନାର ବିଧାୟକ ସଞ୍ଜୟ ଗାୟକୱାଡ ଦାବି କରିଛନ୍ତି ଯେ ୩୭ ବର୍ଷ ତଳେ ସେ ଏକ ବାଘ ମାରି ତା’ ଦାନ୍ତକୁ ବେକରେ ପିନ୍ଧିଛନ୍ତି। ତାଙ୍କର ଏଭଳି ଦାବି ସମ୍ବଳିତ ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି।

Advertisment

ବୁଲଢାଣା ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା ସଞ୍ଜୟ ଗାୟକୱାଡଙ୍କୁ ଏହି ଭିଡିଓରେ ସେ ବେକରେ କ’ଣ ପିନ୍ଧିଛନ୍ତି ବୋଲି ପ୍ରଶ୍ନ କରାଯାଇଛି।

ଏହାର ଉତ୍ତରରେ ସେ କହିଛନ୍ତି, ଏହା ଏକ ବାଘ ଦାନ୍ତ। ୧୯୮୭ ମସିହାରେ ମୁଁ ଏକ ବାଘ ଶିକାର କରିଥିଲି ଓ ତା’ର ଦାନ୍ତକୁ ଆଣି ବେକରେ ପିନ୍ଧିଛି।

Advertisment

ଗତ ସୋମବାର ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ଏହି ଭିଡିଓ ରେକର୍ଡ କରାଯାଇଥିବା ଜଣାପଡ଼ୁଛି। ଏହାକୁ ଉଦ୍ଧବ ଠାକରେଙ୍କ ନେତୃତ୍ୱଧୀନ ଶିବସେନାର ମୁଖପତ୍ର ‘ସାମନା’ର ସୋଶାଲ ମିଡିଆ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରାଯାଇଛି।

ଦେଶରେ ବାଘ ଶିକାର ଏକ ଅପରାଧ ବୋଲି ୧୯୮୭ ପୂର୍ବରୁ ଆଇନ ରହିଛି। ଏହା ସତ୍ତ୍ୱେ ସଞ୍ଜୟ ଗାୟକୱାଡ ବାଘ ମାରି ତା’ର ଦାନ୍ତ ବେକରେ ପିନ୍ଧିଥିବା କଥା ଖୋଲାଖୋଲି କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନ୍ୟୁଜ୍ ଏଜେନ୍ସୀ ପିଟିଆଇ କହିଛି ଯେ ଏହି ଘଟଣା ନେଇ ପ୍ରତିକ୍ରିୟା ନେବାକୁ ଏହା ପକ୍ଷରୁ ବିଧାୟକ ସଞ୍ଜୟ ଗାୟକୱାଡଙ୍କ ସହିତ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଇଥିଲା। କିନ୍ତୁ ତାହା ସମ୍ଭବ ହୋଇ ନଥିଲା।

Sanjay Gaikwad Shiv Sena
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe