Advertisment

ଶାମିଙ୍କ ଉଦ୍ଦେଶ୍ୟରେ ‘ଆଇ ଲଭ ୟୁ ଜାନୁ’ ଲେଖିଲେ ହସିନା, ଆଉ ତା’ ପରେ...

ସେ ଶାମିଙ୍କୁ ଆଇ ଲଭ ୟୁ ଜାନୁ ବୋଲି କହିଛନ୍ତି।

author-image
Hemant Lenka
shami

shami

ଭାରତୀୟ କ୍ରିକେଟ ଟିମର ସଦସ୍ୟ ମହମ୍ମଦ ଶାମିଙ୍କ ଉଦ୍ଦେଶ୍ୟରେ ତାଙ୍କ ଠାରୁ ଅଲଗା ରହୁଥିବା ପତ୍ନୀ ହସିନା ଜାହାନ ଇନଷ୍ଟାଗ୍ରାମରେ ବଡ଼ କଥା କହିଛନ୍ତି। ସେ ଶାମିଙ୍କୁ ଆଇ ଲଭ ୟୁ ଜାନୁ ବୋଲି କହିଛନ୍ତି। ହେଲେ ଏହି କଟାକ୍ଷ ଭଳି ଆଇ ଲଭ ୟୁ କହିବା ପରେ ସେ ଶାମିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

Advertisment

ନିକଟରେ କଲିକତା ହାଇକୋର୍ଟ ଶାମିଙ୍କୁ ବଡ଼ ଝଟକା ଦେଇଥିଲେ। ପତ୍ନୀ ହସିନା ଜାହାନଙ୍କ ଠାରୁ ଛାଡ଼ ପତ୍ର ଚାହୁଁଥିବା ଶାମିଙ୍କୁ କୋର୍ଟ ଭରଣପୋଷଣ ପାଇଁ ମାସିକ ୪ ଲକ୍ଷ ଟଙ୍କା ଲେଖାଏ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଶାମି ଭରଣପୋଷଣ ପାଇଁ ମାସିକ ୪ ଲକ୍ଷ ଟଙ୍କା ଦେବେ। ଏହା ମଧ୍ୟରୁ ୧.୫ ଲକ୍ଷ ହସିନା ଓ ବାକି ୨.୫୦ ଲକ୍ଷ ଟଙ୍କା ଝିଅ ପାଇଁ ଖର୍ଚ୍ଚ ହେବ। ଏହି ଭରଣପୋଷଣ ଅର୍ଥ ପିଛିଲା ଭାବେ ୭ ବର୍ଷ ତଳୁ ଲାଗୁ ହେବ। ହାଇକୋର୍ଟ ତଳ କୋର୍ଟଙ୍କୁ ୬ ମାସ ମଧ୍ୟରେ ମାମଲାର ରଫାଦଫା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଦତ୍ତ ଆଇନ ଅନୁସାରେ ହସିନା ଏପରି ମାମଲା କରିଥିଲେ।

ଏହି ନିର୍ଦ୍ଦେଶ ପର ଠାରୁ ହସିନା ନିୟମିତ ଭାବେ ଶାମିଙ୍କୁ କଟାକ୍ଷ କରି ଚାଲିଛନ୍ତି। ଏହିକ୍ରମରେ ଶୁକ୍ରବାର ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ କରି ଶାମିଙ୍କୁ ହସିନା ଟ୍ୟାଗ କରିଛନ୍ତି। ପୋଷ୍ଟଟି ଆଇ ଲଭ ୟୁ ଜାନୁର ଆରମ୍ଭ ହୋଇଛି। କିନ୍ତୁ ସେ ଶାମିଙ୍କ ଉଦ୍ଦେଶ୍ୟରେ ଲୋଭି ଓ ମତଲବୀ ମାନସିକତା ଭଳି ଶବ୍ଦ ପ୍ରୟୋଗ କରିଛନ୍ତି। ପୂର୍ବରୁ ସେ ଶାମିଙ୍କୁ ଖରାପ ଚିନ୍ତାଧାରା ରଖିଥିବା ବ୍ୟକ୍ତି ମଧ୍ୟ କହିଥିଲେ।

Advertisment

ଏବେ ହସିନା କହିଛନ୍ତି, “ଆଇ ଲଭ ୟୁ ସୋ ମଚ ଜାନୁ। ମିଲେଗି? ମୋ ଭଳି ପତ୍ନୀ ଯିଏ ପୂରା ନିଷ୍ଠାର ସହ ସମ୍ପର୍କ ନିଭାଉଥିଲା ସେମିତି କେଉଁଠୁ ମିଳିବ? ବ୍ୟସ୍ତ ହୁଅନି ମାଇଁ ଲଭ। ମରିବା ଯାଏ ଆମେ ଗୋଟିଏ ମଜବୁତ ସମ୍ପର୍କରେ ନିଭାଇବା। ହେଲେ ସେହି ମଜବୁତ ସମ୍ପର୍କ କେମିତି ରହିବ, ତା’ର ନିଷ୍ପତ୍ତି ତୁମେ ନେବ। ୭ ବର୍ଷ ହେଲାଣି ଆମେ ଆଇନଗତ ଲଢ଼େଇରେ ରହିଛେ।

ଏଥିରୁ ତୁମକୁ କ’ଣ ଫାଇଦା ମିଳିଲା? ଚରିତ୍ରହୀନ, ଲୋଭି ଓ ମତଲବୀ ମାନସିକତା ପାଇଁ ତୁମେ ନିଜେ ତୁମ ପରିବାରକୁ ବରବାର କରି ଦେଇଛ। ତୁମେ ଆମକୁ ମାରିବା ପାଇଁ କେତେ ଅପରାଧୀଙ୍କୁ କିଣିଥିଲ। ବଦନାମ କରିବା ପାଇଁ, ହଇରାଣ କରିବା ପାଇଁ, ସବୁ ସ୍ଥାନରେ ହରାଇବା ପାଇଁ ତୁମେ ସବୁ ଚେଷ୍ଟା କରିଥିଲ। ଏସବୁରୁ କ’ଣ ମିଳିଲା? ଯେଉଁ ଟଙ୍କା ତୁମେ ଅପରାଧୀ ଓ ବେଶ୍ୟାଙ୍କ ଉପରେ ଉଡ଼ାଇଲ ସେହି ଟଙ୍କା ଯଦି ତୁମେ ନିଜ ଝିଅର ଶିକ୍ଷା, ଜୀବନ ଓ ଭବିଷ୍ୟତ ପାଇଁ ଖର୍ଚ୍ଚ କରିଥାଅନ୍ତ ଓ ମୋତେ ସ୍ୱାଧୀନତାର ସହ ଜୀବନ ବିତାଇବାକୁ ଅନୁମତି ଦେଇ ଥାଅନ୍ତ, ତା’ହେଲେ ବହୁତ ଭଲ ହୋଇଥାଆନ୍ତା। ତୁମେ ଅପରାଧରୁ ବଞ୍ଚି ଯାଇଥାଅନ୍ତ ଓ ଆମେ ଗୋଟିଏ ଭଲ ଜୀବନ ବଞ୍ଚି ପାରିଥାଆନ୍ତେ।

ଦେଖ, ଆଲ୍ଲା ମୋତେ କେତେ ଶକ୍ତି ଦେଇଛନ୍ତି, ଏବେ ବି ମୁଁ ହକର ଲଢ଼େଇରେ ଛିଡ଼ା ହୋଇଛି। ତୁମେ ଦୁନିଆର ସବୁ ଅପରାଧୀଙ୍କୁ ନିଜ ସହ ସାମିଲ କରି ନିଅ, ତଥାପି ମୋର କିଛି ବି କରିପାରିବ ନାହିଁ। କାରଣ ମୋ ସହ ଉପରବାଲା ରହିଛନ୍ତି।”

ଶାମିଙ୍କ ଠାରୁ ୧୦ ଲକ୍ଷ ଟଙ୍କାର ଭରଣପୋଷଣ ପାଇଁ ହସିନା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ନିଜ ପାଇଁ ୭ ଲକ୍ଷ ଓ ଝିଅ ପାଇଁ ୩ ଲକ୍ଷ ଟଙ୍କା ଶାମିଙ୍କ ଠାରୁ ଆଣିବାକୁ ଚାହୁଁଥିଲେ। କିନ୍ତୁ ତଳ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ।

ଏବେ ହାଇକୋର୍ଟ ଭରଣପୋଷଣ ପାଇଁ ମାସିକ ୪ ଲକ୍ଷ ଟଙ୍କା ଉଭୟ ମା’ ଓ ଝିଅଙ୍କୁ ଦେବାକୁ କହିଛନ୍ତି। ଶାମି ୪ ଲକ୍ଷ ଟଙ୍କାର ଭରଣପୋଷଣ ଖର୍ଚ୍ଚ ଦେବାକୁ ସକ୍ଷମ। ସେହିପରି ହସିନା ମଧ୍ୟ ଦ୍ୱିତୀୟ ବିବାହ କରି ନଥିବାର, ସେ କ୍ଷତିପୂରଣ ପାଇବାକୁ ଯୋଗ୍ୟ ବୋଲି କହି କୋର୍ଟ ନିଜ ରାୟରେ କହିଛନ୍ତି।

Mohammed Shami