Advertisment

ପିଟ୍ରୋଡାଙ୍କ 'ବର୍ଣ୍ଣବାଦ' ବୟାନକୁ ନେଇ ରାଗିଲେ ମୋଦି, ରାହୁଲଙ୍କୁ ମାଗିଲେ ଜବାବ

ଦେଶବାସୀଙ୍କ ତ୍ୱଚାର ରଙ୍ଗକୁ ନେଇ ଅପମାନିତ କରାଯାଇଛି। ରାହୁଲ ଗାନ୍ଧି ଏହାର ଜବାବ ଦିଅନ୍ତୁ ବୋଲି ମୋଦି କହିଛନ୍ତି।

PM Modi

PM Modi

Advertisment

କଂଗ୍ରେସ ନେତା ସାମ ପିଟ୍ରୋଡା ବର୍ଣ୍ଣବାଦ ମନ୍ତବ୍ୟ ଦେଇ ପୁଣି ଥରେ ବିବାଦରେ ଫଶିଛନ୍ତି। ଭାରତର ଲୋକଙ୍କୁ ସେ କଳା-ଗୋରା କହିଛନ୍ତି। ତାଙ୍କର ଏହି ବୟାନକୁ ନେଇ ରାଜନୀତି ସରଗରମ ରହିଛି। ପିଟ୍ରୋଡାଙ୍କ ଏହି ବର୍ଣ୍ଣବାଦ ବୟାନକୁ ନେଇ ରାଗି ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କ ଉପରେ ସେ ଜୋରଦାର ବର୍ଷିଛନ୍ତି। ରାହୁଲ ଗାନ୍ଧିଙ୍କ ଠାରୁ ସେ ଏହାର ଜବାବ ମାଗିଛନ୍ତି।

Advertisment

ଲକୋସଭା ନିର୍ବାଚନ ପାଇଁ ଆଜି ତେଲଙ୍ଗାନାର ୱାରଙ୍ଗାଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କରୁଛନ୍ତି। ଏଠାରେ ଏକ ରାଲିକୁ ସମ୍ବୋଧିତ କରିବାବେଳେ ମୋଦି କହିଛନ୍ତି, ଆଜି ମୁଁ ବହୁତ ରାଗିଛି। ମୋତେ ଦୁର୍ବ୍ୟବହାର କରିଥିଲେ ଏହାକୁ ସହ୍ୟ କରିନେଇଥାନ୍ତି। କିନ୍ତୁ ଶେହଜାଦା(ରାହୁଲ ଗାନ୍ଧି)ଙ୍କ ଏହି ଉପଦେଷ୍ଟା ଯାହା କହିଛନ୍ତି ତାହା ମୋତେ ବେଶ୍‌ କ୍ରୋଧିତ କରିଛି। ସେମାନେ ମୋ ଦେଶବାସୀଙ୍କ ତ୍ୱଚାର ରଙ୍ଗକୁ ନେଇ ଅପମାନ କରିଛନ୍ତି।

ତ୍ୱଚାର ରଙ୍ଗକୁ ନେଇ ଦେଶବାସୀଙ୍କ ଯୋଗ୍ୟତା ସ୍ଥିର ହେବ କି? ଶେହଜାଦାଙ୍କୁ କିଏ ଏହି ଅଧିକାର ଦେଲା? ସମ୍ବିଧାନକୁ ମୁଣ୍ଡରେ ରଖି ନାଚୁଥିବା ଲୋକମାନେ ତ୍ୱଚାର ରଙ୍ଗ ଆଧାରରେ ମୋ ଦେଶବାସୀଙ୍କୁ ଅପମାନ କରୁଛନ୍ତି। ଏହାକୁ ବରଦାସ୍ତ କରାଯିବ ନାହିଁ। ରାହୁଲ ଗାନ୍ଧିଙ୍କ ଏହାର ଉତ୍ତର ଦେବାକୁ ପଡିବ ବୋଲି ମୋଦି କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଶେହଜାଦା ରାହୁଲଙ୍କ ଗାଇଡ ଆମେରିକାର ଅଙ୍କଲ କହିଛନ୍ତି ଯେ ଯେଉଁମାନଙ୍କର କଳା ଚେହେରା ଅଛି ସେମାନେ ଆଫ୍ରିକାର। ରଙ୍ଗ ଆଧାରରେ ଏତେ ବଡ଼ ଅପମାନ କରାଯାଇଛି। ଚର୍ମର ରଙ୍ଗକୁ ଦେଖି ମାନିନେଲେ କି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଫ୍ରିକୀୟ ଅଟନ୍ତି। ଆଜି ତାଙ୍କର ଚିନ୍ତାଧାରା ସାମ୍ନାକୁ ଆସିଛି। ଚର୍ମର ରଙ୍ଗ ଯାହା ହେଇଥାଉ, ଆମେ ଶ୍ରୀକୃଷ୍ଣଙ୍କୁ ପୂଜା କରିଥାଉ। ଆମେ ତାଙ୍କର ଭକ୍ତ।

କହିରଖୁ ଯେ, ନିକଟରେ 'ଦି ଷ୍ଟେଟମ୍ୟାନ’କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସାମ ପିଟ୍ରୋଡା ଭାରତୀୟଙ୍କ ରଙ୍ଗ ଓ ରୂପକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ସେ ଭାରତକୁ ଏକ ବିବିଧ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି। ପୂର୍ବୋତ୍ତର ଲୋକମାନେ ଚାଇନିଜ ଓ ପଶ୍ଚିମ ଭାରତର ଲୋକମାନେ ଆରବ ଭଳି, ଉତ୍ତର ଭାରତରେ ଲୋକମାନେ ଗୋରା ଏବଂ ଦକ୍ଷିଣ ଭାରତରେ ଲୋକମାନେ କଳା ତଥା ଆଫ୍ରିକୀ ପରି ଦେଖାଯାଉଛନ୍ତି ବୋଲି କହିଛନ୍ତି। ଏହାକୁ ନେଇ ବିବାଦ ଉପୁଜିଛି।

Sam Pitroda Racist Remark PM Modi Warangal Rally
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe