Accused Teacher
ଉତ୍ତର ପ୍ରଦେଶର ଏକ ସ୍କୁଲରେ ମୁସଲିମ୍ ଛାତ୍ରଙ୍କୁ ଅନ୍ୟ ଛାତ୍ର ଚାପୁଡ଼ା ମାରିବା ଘଟଣାରେ ମୁହଁ ଖୋଲିଲେ ଶିକ୍ଷୟିତ୍ରୀ। ସମ୍ପୃକ୍ତ ଛାତ୍ରଟିକୁ ମାଡ଼ ମାରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଶିକ୍ଷୟିତ୍ରୀ ତୃପ୍ତି ତ୍ୟାଗୀ ଘଟଣାକୁ ନେଇ ପ୍ରତିକ୍ରିୟା ରଖି କହିଛନ୍ତି, "ଉଦ୍ଦେଶ୍ୟମୂଳକ ଭାବେ ଏପରି କରାଯାଇ ନାହିଁ। ଏହା ଏକ ସାଧାରଣ ଘଟଣା। ଅଯଥାରେ ମାମଲାକୁ ଅତିରଞ୍ଜିତ କରାଯାଉଛି।"
ସାମ୍ପ୍ରଦାୟିକ ଭେଦଭାବ ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି, "ପିଲାଟି ହୋମ୍ ୱାର୍କ କରିନଥିବାରୁ ତାକୁ ଦଣ୍ଡ ଦେଇଛି। ଶାସନ କରିବା ପାଇଁ ମଧ୍ୟ ଅଭିଭାବକଙ୍କ ତରଫରୁ ଚାପ ପଢୁଥିଲା। ମୁଁ ଭିନ୍ନକ୍ଷମ ଥିବାରୁ ପିଲାଟିକୁ ମାଡ଼ ମାରିବା ପାଇଁ ଅନ୍ୟ ପିଲାଙ୍କୁ କହିଥିଲି। ମୋର ଅନ୍ୟ କୌଣସି ଉଦ୍ଦେଶ୍ୟ ନ ଥିଲା। ଆମର ଏଠାରେ ସେପରି ହିନ୍ଦୁ-ମୁସଲିମ୍ ଭେଦଭାବ ନାହିଁ। ସମସ୍ତେ ଏକାଠି ହୋଇ ରହୁଛୁ।"
मासूम बच्चों के मन में भेदभाव का ज़हर घोलना, स्कूल जैसे पवित्र स्थान को नफ़रत का बाज़ार बनाना - एक शिक्षक देश के लिए इससे बुरा कुछ नहीं कर सकता।
ये भाजपा का फैलाया वही केरोसिन है जिसने भारत के कोने-कोने में आग लगा रखी है।
बच्चे भारत का भविष्य हैं - उनको नफ़रत नहीं, हम सबको मिल…
— Rahul Gandhi (@RahulGandhi) August 25, 2023
ମୁଁ ସମସ୍ତ ରାଜନେତାମାନଙ୍କୁ କହୁଛି ଏହା ହେଉଛି ଏକ ସାମାନ୍ୟ ଘଟଣା। ରାହୁଲ ଗାନ୍ଧିଙ୍କ ଭଳି ନେତା ଏହାକୁ ଟ୍ୱିଟ୍ କରିବା କଷ୍ଟ ଦେଇଛି। ଯଦି ଏପରି କରାଯାଏ ତେବେ ଜଣେ ଶିକ୍ଷକ ପାଠ ପଢ଼ାଇବେ କିପରି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ଭିଡିଓ ଭାଇରାଲ୍ ହେବା ପରେ ଏପରି କରିବା ଭୁଲ୍ ଥିଲା ବୋଲି ମାନିଛନ୍ତି ଶିକ୍ଷୟିତ୍ରୀ ତୃପ୍ତି ତ୍ୟାଗୀ।
ज्ञान के मंदिर में एक बच्चे के प्रति घृणा भाव ने पूरे देश का सिर शर्म से झुका दिया।
शिक्षक वो माली है जो प्राथमिक संस्कारों में ज्ञान रूपी खाद डालकर व्यक्तित्व ही नहीं, राष्ट्र गढ़ता है।
इसलिए दूषित राजनीति से परे एक शिक्षक से उम्मीदें कहीं अधिक हैं।
देश के भविष्य का सवाल है!… pic.twitter.com/WbKbKql8lW
— Varun Gandhi (@varungandhi80) August 26, 2023
ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ନେହା ନାମକ ଏକ ବେସରକାରୀ ସ୍କୁଲରେ ଏହି ଘଟଣା ଘଟିଥିଲା। ଜଣେ ମୁସଲିମ୍ ଛାତ୍ରଙ୍କୁ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟର ପ୍ରିନ୍ସପାଲ୍ ତୃପ୍ତି ତ୍ୟାଗୀ ମାଡ଼ ମାରିବାକୁ ଅନ୍ୟ ଛାତ୍ରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯାହାର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଭାଇରାଲ୍ ଭିଡିଓ ଅନୁସାରେ, ପିଲାଟିକୁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଅନ୍ୟ ପିଲାମାନେ ଚାପୁଡ଼ା ମାରିଛନ୍ତି। ଚାପୁଡ଼ାର ଠୋ ଠୋ ଶବ୍ଦ ଶ୍ରେଣୀ ଗୃହକୁ ପ୍ରକମ୍ପିତ କରୁଛି।
The video from Muzaffarnagar where a teacher is asking her students to slap a Muslim boy is a product of the last 9 years. The message being drilled into the minds of little children is that one can beat up & humiliate a Muslim without any repercussions.
The father of the…
— Asaduddin Owaisi (@asadowaisi) August 26, 2023
ଧୀରେ ମାଡ଼ ହେଉଥିଲେ କାହିଁକି ଜୋରରେ ମାରୁ ନାହଁ ବୋଲି ରାଗରେ ଶିକ୍ଷୟିତ୍ରୀ ପଚାରୁ ଥିବା ଭିଡିଓରେ ଶୁଣିବାକୁ ମିଳୁଛି। ଏଥିସହ ଶିକ୍ଷୟିତ୍ରୀ ଜଣକ ଆହୁରି କହୁଛନ୍ତି, ମୁଁ ଘୋଷଣା କରୁଛି, ଏହିପରି ପ୍ରତ୍ୟେକ ମୁସଲିମ ପିଲା ମାଡ଼ ଖାଇବା ଉଚିତ୍। ଭିଡିଓ ଭାଇରାଲ୍ ହେବା ପରେ ଖୁବ୍ ନିନ୍ଦା କରାଯାଉଛି। ଏନେଇ ସମ୍ପୃକ୍ତ ଛାତ୍ରଙ୍କ ବାପା ମଧ୍ୟ ଥାନାରେ ଏତଲା ଦେଇଛନ୍ତି। ପୁଲିସ ମଧ୍ୟ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
