Advertisment

ମୁସଲିମ୍ ଛାତ୍ରଙ୍କୁ ଅନ୍ୟ ଛାତ୍ର ଚାପୁଡ଼ା ମାରିବା ଘଟଣା, ଶିକ୍ଷୟିତ୍ରୀ କହିଲେ ମୁଁ ଭିନ୍ନକ୍ଷମ ଥିଲି...

ସ୍କୁଲରେ ମୁସଲିମ୍ ଛାତ୍ରଙ୍କୁ ଅନ୍ୟ ଛାତ୍ର ଚାପୁଡ଼ା ମାରିବା ଘଟଣାରେ ମୁହଁ ଖୋଲିଲେ ଶିକ୍ଷୟିତ୍ରୀ। କହିଲେ ଉଦ୍ଦେଶ୍ୟମୂଳକ ଭାବେ କରିନଥିଲି, ଭିନ୍ନକ୍ଷମ ଥିବାରୁ ଏପରି ନିର୍ଦ୍ଦେଶ ଦେଇଥିଲି।

ଅଦ୍ୟତନ ହୋଇଛି
Accused Teacher

Accused Teacher

Advertisment

ଉତ୍ତର ପ୍ରଦେଶର ଏକ ସ୍କୁଲରେ ମୁସଲିମ୍ ଛାତ୍ରଙ୍କୁ ଅନ୍ୟ ଛାତ୍ର ଚାପୁଡ଼ା ମାରିବା ଘଟଣାରେ ମୁହଁ ଖୋଲିଲେ ଶିକ୍ଷୟିତ୍ରୀ। ସମ୍ପୃକ୍ତ ଛାତ୍ରଟିକୁ ମାଡ଼ ମାରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଶିକ୍ଷୟିତ୍ରୀ ତୃପ୍ତି ତ୍ୟାଗୀ ଘଟଣାକୁ ନେଇ ପ୍ରତିକ୍ରିୟା ରଖି କହିଛନ୍ତି, "ଉଦ୍ଦେଶ୍ୟମୂଳକ ଭାବେ ଏପରି କରାଯାଇ ନାହିଁ। ଏହା ଏକ ସାଧାରଣ ଘଟଣା। ଅଯଥାରେ ମାମଲାକୁ ଅତିରଞ୍ଜିତ କରାଯାଉଛି।"

Advertisment

ସାମ୍ପ୍ରଦାୟିକ ଭେଦଭାବ ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି, "ପିଲାଟି ହୋମ୍ ୱାର୍କ କରିନଥିବାରୁ ତାକୁ ଦଣ୍ଡ ଦେଇଛି। ଶାସନ କରିବା ପାଇଁ ମଧ୍ୟ ଅଭିଭାବକଙ୍କ ତରଫରୁ ଚାପ ପଢୁଥିଲା। ମୁଁ ଭିନ୍ନକ୍ଷମ ଥିବାରୁ ପିଲାଟିକୁ ମାଡ଼ ମାରିବା ପାଇଁ ଅନ୍ୟ ପିଲାଙ୍କୁ କହିଥିଲି। ମୋର ଅନ୍ୟ କୌଣସି ଉଦ୍ଦେଶ୍ୟ ନ ଥିଲା। ଆମର ଏଠାରେ ସେପରି ହିନ୍ଦୁ-ମୁସଲିମ୍ ଭେଦଭାବ ନାହିଁ। ସମସ୍ତେ ଏକାଠି ହୋଇ ରହୁଛୁ।"

Advertisment

ମୁଁ ସମସ୍ତ ରାଜନେତାମାନଙ୍କୁ କହୁଛି ଏହା ହେଉଛି ଏକ ସାମାନ୍ୟ ଘଟଣା। ରାହୁଲ ଗାନ୍ଧିଙ୍କ ଭଳି ନେତା ଏହାକୁ ଟ୍ୱିଟ୍ କରିବା କଷ୍ଟ ଦେଇଛି। ଯଦି ଏପରି କରାଯାଏ ତେବେ ଜଣେ ଶିକ୍ଷକ ପାଠ ପଢ଼ାଇବେ କିପରି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ଭିଡିଓ ଭାଇରାଲ୍ ହେବା ପରେ ଏପରି କରିବା ଭୁଲ୍ ଥିଲା ବୋଲି ମାନିଛନ୍ତି ଶିକ୍ଷୟିତ୍ରୀ ତୃପ୍ତି ତ୍ୟାଗୀ।

ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ନେହା ନାମକ ଏକ ବେସରକାରୀ ସ୍କୁଲରେ ଏହି ଘଟଣା ଘଟିଥିଲା। ଜଣେ ମୁସଲିମ୍ ଛାତ୍ରଙ୍କୁ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟର ପ୍ରିନ୍ସପାଲ୍ ତୃପ୍ତି ତ୍ୟାଗୀ ମାଡ଼ ମାରିବାକୁ ଅନ୍ୟ ଛାତ୍ରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯାହାର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଭାଇରାଲ୍ ଭିଡିଓ ଅନୁସାରେ, ପିଲାଟିକୁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଅନ୍ୟ ପିଲାମାନେ ଚାପୁଡ଼ା ମାରିଛନ୍ତି। ଚାପୁଡ଼ାର ଠୋ ଠୋ ଶବ୍ଦ ଶ୍ରେଣୀ ଗୃହକୁ ପ୍ରକମ୍ପିତ କରୁଛି।

ଧୀରେ ମାଡ଼ ହେଉଥିଲେ କାହିଁକି ଜୋରରେ ମାରୁ ନାହଁ ବୋଲି ରାଗରେ ଶିକ୍ଷୟିତ୍ରୀ ପଚାରୁ ଥିବା ଭିଡିଓରେ ଶୁଣିବାକୁ ମିଳୁଛି। ଏଥିସହ ଶିକ୍ଷୟିତ୍ରୀ ଜଣକ ଆହୁରି କହୁଛନ୍ତି, ମୁଁ ଘୋଷଣା କରୁଛି, ଏହିପରି ପ୍ରତ୍ୟେକ ମୁସଲିମ ପିଲା ମାଡ଼ ଖାଇବା ଉଚିତ୍। ଭିଡିଓ ଭାଇରାଲ୍ ହେବା ପରେ ଖୁବ୍ ନିନ୍ଦା କରାଯାଉଛି। ଏନେଇ ସମ୍ପୃକ୍ତ ଛାତ୍ରଙ୍କ ବାପା ମଧ୍ୟ ଥାନାରେ ଏତଲା ଦେଇଛନ୍ତି। ପୁଲିସ ମଧ୍ୟ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

Communal Issues In School Slap Muslim Classmate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe