Advertisment

I'm Sorry ବାପା ଲେଖି ଜୀବନ ହାରିଲେ ଛାତ୍ର

ଆଜି ଅପରାହ୍ନରେ ସତନାଲା ଡ୍ୟାମରୁ ଏକାଦଶ ଶ୍ରେଣୀ ଛାତ୍ର ତେକୁମ ଶିବ କୁମାରଙ୍କ ମୃତଦେହକୁ ଉଦ୍ଧାର କରିଛି। ସେ ଯେଉଁ ସ୍ଥାନରୁ ପାଣି ଭିତରକୁ ଡେଇଁ ଥିଲେ ସେଠାରୁ ଗୋଟିଏ ସୁଇସାଇଡ ନୋଟ ଜବତ ହୋଇଛି।

Student

Student

Advertisment

ବାପା ତମେ ମୋ ପାଇଁ ବହୁତ କିଛି କରିଛ। ମୁଁ କିନ୍ତୁ ତୁମକୁ କିଛି ଦେଇ ପାରିଲି ନାହିଁ। ମୋତେ କ୍ଷମା କରି ଦେବ। ଆଇ ଆମ ସରି ବାପା। ବାସ୍‌ ଏମିତି କିଛି ଲେଖି ଜୀବନ ହାରି ଦେଇଛନ୍ତି ଜଣେ ଏକଦଶ ଶ୍ରେଣୀର ଛାତ୍ର।

Advertisment

ତେଲଙ୍ଗାନାର ଆଦିଲବାଦ ଜିଲ୍ଲାରେ ଛାତ୍ର ଜଣଙ୍କ ପାଣିକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ବଳିମ୍ବ ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ ହେବାରୁ ମାନସିକ ଭାରସାମ୍ୟ ହରାଇ ଛାତ୍ର ଜଣଙ୍କ ଆତ୍ମହତ୍ୟା ଭଳି ଚମର ପଦକ୍ଷେପ ବାଛି ନେଇଛନ୍ତି।

ଆଜି ଅପରାହ୍ନରେ ସତନାଲା ଡ୍ୟାମରୁ ଏକାଦଶ ଶ୍ରେଣୀ ଛାତ୍ର ତେକୁମ ଶିବ କୁମାରଙ୍କ ମୃତଦେହକୁ ଉଦ୍ଧାର କରିଛି। ସେ ଯେଉଁ ସ୍ଥାନରୁ ପାଣି ଭିତରକୁ ଡେଇଁ ଥିଲେ ସେଠାରୁ ଗୋଟିଏ ସୁଇସାଇଡ ନୋଟ ଜବତ ହୋଇଛି। ତାଙ୍କ ଘଣ୍ଟା, ୱାଲେଟ ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ସୁଇଡସାଇଡ ନୋଟ ନିକଟରୁ ମିଳିଛି। ୱାଲେଟରେ ଦୁଇଟି ଫଟୋ ରହିଛି। ଗୋଟିଏ ନିଜର ଓ ଆଉ ଗୋଟିଏ ହେଉଛି ତାଙ୍କ ବାପାଙ୍କର।

Advertisment

ସୁଇସାଇଡ ନୋଟରେ ଶିବ କୁମାର ଲେଖିଛନ୍ତି, “ଆଇ ଆମ ସରି ବାପା। ମୋତେ କ୍ଷମା କରିଦିଏ। ମୁଁ ପରିସ୍ଥିତିରୁ ମୁକୁଳି ପାରୁ ନାହିଁ। ମୋ ପାଇଁ ତୁମେ ବହୁତ କିଛି କରିଛ। କିନ୍ତୁ ମୁଁ ତୁମ ପାଇଁ କିଛି ବି କରି ପାରିଲି ନାହିଁ। ମୁଁ କେବେ ହେଲେ ଏତେ ଖରାପ ଅନୁଭବ କରି ନଥିଲି। ପ୍ରଥମ ଥର ପାଇଁ ମୁଁ ପରୀକ୍ଷା ମିସ କରିଛି। ମୁଁ ମୋର ଅନୁଭବକୁ ଶବ୍ଦରେ ବୟାନ କରିପାରିବି ନାହିଁ।”

ଶିବ କୁମାରଙ୍କ ମୃତଦେହ ଯେତେବେଳେ ପାଣିରୁ ଉଦ୍ଧାର କରି ଅଣା ଯାଇଥିଲା ସେତେବେଳର ଦୃଶ୍ୟ ବେଶ ହୃଦୟ ବଦାରକ ଥିଲା। ମୃତଦେହ ଦେଖି ପରିବାର ଲୋକ ଚିତ୍କାର କରି କାନ୍ଦି ଉଠିଥିଲେ।

ଗତକାଲି ଠାରୁ ତେଲଙ୍ଗାନାରେ ଶିକ୍ଷା ବୋର୍ଡ ପକ୍ଷରୁ ଇଣ୍ଟରମେଡିଏଟ ପରୀକ୍ଷା ଆରମ୍ଭ ହୋଇଛି। ଏଥିରେ ପ୍ରାୟ ୧୦ ଲକ୍ଷ ଶିକ୍ଷାର୍ଥୀ ଭାଗ ନେଇଛନ୍ତି। ପରୀକ୍ଷା ପାଇଁ ବୋର୍ଡ କରିଥିବା ନିୟମକୁ କୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରାଯାଇଛି।

ନିୟମରେ କୁହାଯାଇଛି ଯେ ଯଦି କୌଣସି ପିଲା ଗୋଟିଏ ମିନିଟ ବି ବିଳମ୍ବରେ ଆସନ୍ତି, ତା’ହେଲେ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିବ ନାହିଁ। ଏହି ନିୟମ ଯୋଗୁ ଅନେକ ପିଲା ପରୀକ୍ଷା ଦେବାକୁ ବଞ୍ଚିତ ହେଉଛନ୍ତି।

Sucide Telangana CM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe