Advertisment

ଭିଡିଓ ଶେୟାର କରି ଭୁଲ କରିଥିବା ସୁପ୍ରିମକୋର୍ଟଙ୍କୁ କହିଲେ ଅରବିନ୍ଦ କେଜ୍ରିୱାଲ

କେଜ୍ରିୱାଲଙ୍କ ପାଇଁ ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ କହିଛନ୍ତି, “ମୁଁ ଏତିକି କହି ପାରିବି ଯେ ରି-ଟ୍ୱିଟ କରି ମୁଁ ଭୁଲ କରିଛି।”

Arvind Kejriwal

Arvind Kejriwal

Advertisment

ବିଜେପି ଆଇଟି ସେଲ୍‌ ଉପରେ ୟୁଟ୍ୟୁବର ଧ୍ରୁବ ରାଠୀ ତିଆରି କରିଥିବା ଗୋଟିଏ ଭିଡିଓକୁ ରି-ଟ୍ୱିଟ କରି ଭୁଲ ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ରାଠୀ ପ୍ରସ୍ତୁତ କରିଥିବା ତଥାକଥିତ ‘ସମ୍ମାନହାନୀ’ ଭିଡିଓକୁ କେଜ୍ରିୱାଲ ରି-ଟ୍ୱିଟ କରି ଭୁଲ କରିଥିବା ସୁପ୍ରିମକୋର୍ଟଙ୍କୁ କହିଛନ୍ତି।

Advertisment

ଭିଡିଓ ଶେୟାର କରିଥିବାରୁ କେଜ୍ରିୱାଲଙ୍କ ନାଁରେ ଅପରାଧିକ ମାନହାନୀ କେସ୍‌ ହୋଇଥିଲା। ଏଥିପାଇଁ ତାଙ୍କ ବିରୋଧରେ ଜାରି ହୋଇଥିବା ସମନକୁ ଦିଲ୍ଲୀ ହାଇକୋର୍ଟ କାଏମ ରଖିଥିଲେ। ଏହା ବିରୋଧରେ କେଜ୍ରିୱାଲ ସୁପ୍ରିମକୋର୍ଟ ଯାଇଥିଲେ।

ଆଜି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ କୌଣସି ନୋଟିସ ଜାରି କରି ନାହାନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗିଥିବାରୁ ଅଭିଯୋଗକାରୀ ମାମଲା ବନ୍ଦ କରିବାକୁ ଚାହୁଁଛନ୍ତି କି ପ୍ରଶ୍ନ ପଚାରିଛନ୍ତି।

Advertisment

ସେହିପରି ଟ୍ରାଏଲ କୋର୍ଟ କେଜ୍ରିୱାଲଙ୍କ ସହ ଜଡ଼ିତ ମାନହାନୀ କେସ୍‌ର ବିଚାର ମାର୍ଚ୍ଚ ୧୧ ଯାଏ ନ କରିବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ କହିଛନ୍ତି।

କେଜ୍ରିୱାଲଙ୍କ ପାଇଁ ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ କହିଛନ୍ତି, “ମୁଁ ଏତିକି କହି ପାରିବି ଯେ ରି-ଟ୍ୱିଟ କରି ମୁଁ ଭୁଲ କରିଛି।”

ଫେବୃଆରୀ ୫ ତାରିଖ ରାୟରେ ହାଇକୋର୍ଟ ଭିତ୍ତିହୀନ ତଥ୍ୟ ବା ଭିଡିଓକୁ ରି-ପୋଷ୍ଟ କରିବା ଘଟଣାରେ ମଧ୍ୟ ମାନହାନୀ ଲାଗି ପାରିବ। ସେହି ଆଧାରରେ କେଜ୍ରିୱାଲଙ୍କୁ କରାଯାଇ ଥିବା ସମନକୁ କାଏମ ରଖାଯାଇଥିଲା।

ଆବେଦନକାରୀ ବିକାଶ ଏସ୍‌ ଦାବି କରିଛନ୍ତି ଯେ ବିଜେପି ଆଇଟି ସେଲ୍‌ ପାର୍ଟ ୨ ଶୀର୍ଷକ ୟଟ୍ୟୁବ ଭିଡିଓ ରାଠୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି। ଏଥିରେ ଅନେକ ମିଥ୍ୟା ଓ ମାନହାନୀ କରିବା ଭଳି ଅଭିଯୋଗ କରାଯାଇଛି। ଏହାକୁ କେଜ୍ରିୱାଲ ଶେୟାର କରିଥିବାରୁ ସେ ତାଙ୍କ ବିରୋଧରେ ମାମଲା କରିଥିଲେ।

Arvind Kejriwal AAP Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe