Advertisment

୨୦୨୮ରେ ସିଓପି୩୩ ଭାରତରେ ଆୟୋଜନ ପାଇଁ ମୋଦିଙ୍କ ପ୍ରସ୍ତାବ

୨୦୨୮ରେ ସିଓପି୩୩ ଭାରତ ଆୟୋଜନ କରିବାକୁ ଚାହୁଁଥିବା ସେ ପ୍ରସ୍ତାବ ରଖିଛନ୍ତି।

PM Modi

PM Modi

Advertisment

ଦୁବାଇରେ ଆୟୋଜିତ ଜଳବାୟୁ ସମ୍ମିଳନୀ (ସିଓପି୨୮)କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ୨୦୨୮ରେ ସିଓପି୩୩ ଭାରତ ଆୟୋଜନ କରିବାକୁ ଚାହୁଁଥିବା ସେ ପ୍ରସ୍ତାବ ରଖିଛନ୍ତି।

Advertisment

ସେ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟା ଦିଗରେ ମିଳିତ ଜାତିସଂଘ ଧାର୍ଯ୍ୟ କରିଥିବା ନୀତି ପ୍ରତି ଭାରତ ପ୍ରତିଶ୍ରୁତିବଦ୍ଧ। ଖାସ ଏହି କାରଣ ପାଇଁ ଭାରତରେ ୨୦୨୮ ମସିହା ସିଓପି୩୩ ଆୟୋଜନ କରିବା ସକାଶେ ମୁଁ ଷ୍ଟେଜ ଉପରୁ ପ୍ରସ୍ତାବ ରଖୁଛି।”

ନଭେମ୍ବର ୩୦ରୁ ଡିସେମ୍ବର ୧୨ ଯାଏ ଦୁବାଇରେ ମିଳିତ ଜାତିସଂଘର ଜଳବାୟୁ ସମ୍ମିଳନୀ ସିଓପି ୨୮ ଆୟୋଜନ କରାଯାଉଛି। ୟୁଏଇ ଏହାର ଆୟୋଜନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ବିଭିନ୍ନ ଦେଶ ଏହି ସମ୍ମିଳନୀରେ ଭାଗ ନେଇ ଆଲୋଚନା କରିବେ।

Advertisment

ମୋଦି ଆଜି କହିଛନ୍ତି, “ଆଉ ଗୋଟିଏ ପ୍ରୋ ପ୍ଲାନେଟ, ପ୍ରୋ ଆକ୍ଟିଭ ଓ ସକାରାତ୍ମକ ଅଭିଯାନ-ଗ୍ରୀନ କ୍ରେଡିଟ ଅଭିଯାନ ସମ୍ପର୍କରେ ଆଜି ଏହି ମଞ୍ଚରୁ ମୁଁ ଘୋଷଣା କରିବାକୁ ଚାହେଁ। ୨୦୩୦ ଭାରତ ସୁଦ୍ଧା ଖରାପ ଗ୍ୟାସ ନିର୍ଗତ ହେବା ପ୍ରକ୍ରିୟାକୁ ୪୫ %କୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି। ୨୦୭୦ ସୁଦ୍ଧା ଏହାକୁ ଶୂନରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଆମେ ଆଗକୁ ବଢ଼ୁଛୁ।”

PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe