Advertisment

ଚାପ ବଢ଼ିବାରୁ ୟୁ-ଟର୍ଣ୍ଣ ମାରିଲେ କଙ୍ଗନା, କହିଲେ ଏମିତି

ରଦ୍ଦ ହୋଇଥିବା ତିନି କୃଷି ଆଇନକୁ ପୁଣି ଥରେ ଲାଗୁ କରିବାକୁ ନେଇ ମଙ୍ଗଳବାର ବୟାନ ଦେଇଥିଲେ କଙ୍ଗନା।

author-image
Madhupriya Mistry
Kangana Ranaut

Kangana Ranaut

ନିଜ ବୟାନକୁ ନେଇ ପୁଣି ବିବାଦରେ ବଲିଉଡର ପଙ୍ଗା କୁଇନ୍‌ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ୱତ। କୃଷି ଆଇନ୍‌କୁ ନେଇ ସେ ବିବାଦୀୟ ବୟାନ ଦେଇଥିଲେ। ତେବେ ଏହାକୁ ନେଇ ଚାପ ବଢ଼ିବାରୁ ସେ ଏବେ ମାରିଛନ୍ତି ୟୁ-ଟର୍ଣ୍ଣ। ଭିଡିଓ ଜାରି କରି ସଫେଇ ଦେବା ସହ ନିଜ ମତ ବଦଳାଇଛନ୍ତି।

Advertisment

ରଦ୍ଦ ହୋଇଥିବା ତିନି କୃଷି ଆଇନକୁ ପୁଣି ଥରେ ଲାଗୁ କରିବାକୁ ନେଇ ମଙ୍ଗଳବାର ବୟାନ ଦେଇଥିଲେ କଙ୍ଗନା। ତାଙ୍କର ଏହି ବୟାନ ସାମ୍ନାକୁ ଆସିବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଥିଲା। ଚାରିଆଡୁ ତାଙ୍କୁ ଟାର୍ଗେଟ୍‌ କରାଯାଇଛି। ଏପରିକି ସେ ନିଜ ଦଳରେ ମଧ୍ୟ ସମାଲୋଚନାର ଶିକାର ହୋଇଛନ୍ତି। ଏହାପରେ ସେ ଏବେ ଏକ ନୂଆ ଭିଡିଓ ଜାରି କରି ନିଜ ଶବ୍ଦ ଫେରାଇ ନେଉଥିବା କହିଛନ୍ତି।

ସୋଶାଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ କଙ୍ଗନା କହିଛନ୍ତି ଯେ 'ମୁଁ କୃଷି ଆଇନ ସମ୍ବନ୍ଧରେ ମୋ ଦଳ ସହ ଛିଡା ହୋଇଛି। ମୁଁ ମୋର ଶବ୍ଦଗୁଡିକୁ ଫେରାଇ ନେଉଛି। ଗତ କିଛି ଦିନ ହେବ ଗଣମାଧ୍ୟମ ମୋତେ କୃଷି ଆଇନ ଉପରେ ପ୍ରଶ୍ନ ପଚାରୁଥିଲା। ​​ମୁଁ ପରାମର୍ଶ ଦେଇଥିଲି ଯେ କୃଷକମାନେ ପ୍ରଧାନମନ୍ତ୍ରୀଙ୍କୁ କୃଷି ଆଇନ ଫେରାଇ ଆଣିବା ପାଇଁ ଅନୁରୋଧ କରିବା ଉଚିତ୍। ମୋର ଏହି ବିବୃତ୍ତିରେ ଅନେକ ଲୋକ ନିରାଶ ହୋଇଛନ୍ତି।'

Advertisment

କଙ୍ଗନା ଆହୁରି କହିଛନ୍ତି, ' ମତେ ମନେ ରଖିବାକୁ ହେବ ଯେ ମୁଁ ଆଉ ଜଣେ କଳାକାର ନୁହେଁ ବରଂ ଜଣେ ବିଜେପି କର୍ମୀ। ମୋର ଓପିନିୟନ ମୋର ନିଜର ହେବା ଉଚିତ ନୁହେଁ, ଏହା ଦଳର ଷ୍ଟାଣ୍ଡ ହେବା ଉଚିତ। ଯଦି ମୁଁ ମୋର କଥା କିମ୍ବା ଭାବନାରେ କାହାକୁ ନିରାଶ କରିଛି, ତେବେ ମୁଁ ମୋର କଥାକୁ ଫେରାଇ ନେଉଛି।'

ଗତକାଲି କଙ୍ଗନା ଏକ ସାକ୍ଷାତକାର୍‌ରେ ତିନି କୃଷି ଆଇନକୁ ନେଇ ବିବାଦୀୟ ବୟାନ ଦେଇଥିଲେ। ଏହାପରେ ବିରୋଧୀ ଦଳ ନେତା ଏହାକୁ ନେଇ ବିଜେପିକୁ ଟାର୍ଗେଟ କରିଥିଲେ। ତେବେ କଙ୍ଗନାଙ୍କ ବିବୃତ୍ତିରୁ ବିଜେପି ନିଜକୁ ଦୂରେଇ ରଖିଛି। ଏହା ଦଳର ବିବୃତ୍ତି ନୁହେଁ ବୋଲି କହିଛି।

ଏଲଜେପି ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ କହିଛନ୍ତି, 'ଏହା କଙ୍ଗନାଙ୍କ ବ୍ୟକ୍ତିଗତ ବିବୃତ୍ତି, ଏହା ତାଙ୍କ ଚିନ୍ତାଧାରା ହୋଇପାରେ। ଏହା ଦଳର କୌଣସି ବିବୃତ୍ତି ନୁହେଁ।' ସେହିପରି ବିଜେପି ମୁଖପାତ୍ର ଗୌରବ ଭାଟିଆ କଙ୍ଗନାଙ୍କ ମନ୍ତବ୍ୟକୁ ତାଙ୍କର ବ୍ୟକ୍ତିଗତ ବିବୃତ୍ତି ବୋଲି କହିଛନ୍ତି।

Bjp Kangana Ranaut Farm Laws Remark