Advertisment

ମୋଦିଙ୍କୁ ପ୍ରଶଂସା ପରେ ଇଭିଏମକୁ କ୍ଲିନଚିଟ୍‌ ଦେଲେ ଅଜିତ ପାୱାର

ସେ ଇଭିଏମକୁ କ୍ଲିନଚିଟ୍‌ ଦେଇ ବିରୋଧୀ ଦଳଗୁଡ଼ିକୁ ପରୋକ୍ଷରେ ବାଣ ମାରିଛନ୍ତି। ଶ୍ରୀ ପାୱାର ଇଭିଏମକୁ ବିଶ୍ୱାସଯୋଗ୍ୟ କହିବା ସହ ଏହି ବ୍ୟବସ୍ଥାକୁ ଜଣେ ବ୍ୟକ୍ତି କେବେ ହେଲେ ହେରଫେର କରିପାରିବ ବୋଲି କହିଛନ୍ତି।

Ajit Pawar

Ajit Pawar

Advertisment

ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ତଥା ଏନସିପି ନେତା ଅଜିତ ପାୱାରଙ୍କ ସ୍ୱର ହଠାତ୍‌ ବଦଳିବାକୁ ନେଇ ରାଜନୀତି ଜୋର ଧରିଛି। କିଛି ଦିନ ତଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ସହ ତାଙ୍କ ଡିଗ୍ରୀକୁ ନେଇ ଉଠିଥିବା ବିବାଦର ମୂଲ୍ୟ କିଛି ନାହିଁ ବୋଲି କହିଥିଲେ। ଏବେ ସେ ଇଭିଏମକୁ କ୍ଲିନଚିଟ୍‌ ଦେଇ ବିରୋଧୀ ଦଳଗୁଡ଼ିକୁ ପରୋକ୍ଷରେ ବାଣ ମାରିଛନ୍ତି। ଶ୍ରୀ ପାୱାର ଇଭିଏମକୁ ବିଶ୍ୱାସଯୋଗ୍ୟ କହିବା ସହ ଏହି ବ୍ୟବସ୍ଥାକୁ ଜଣେ ବ୍ୟକ୍ତି କେବେ ହେଲେ ହେରଫେର କରିପାରିବ ବୋଲି କହିଛନ୍ତି।

Advertisment

ସେ କହିଛନ୍ତି, ବିରୋଧୀ ଦଳଗୁଡ଼ିକ ନିର୍ବାଚନ ହାରିବା ପରେ ପ୍ରାୟତଃ ଇଭିଏମକୁ ଦୋଷ ଦେଉଛନ୍ତି। କିନ୍ତୁ ସେମାନଙ୍କୁ ବୁଝିବାକୁ ପଡ଼ିବ ଯେ ନିର୍ବାଚନରେ ପରାସ୍ତ ଲୋକଙ୍କ ଭୋଟ ଉପରେ ଅର୍ଥାତ ଜନାଦେଶ ଉପରେ ନିର୍ଭର କରେ। ଏହାପୂର୍ବରୁ ସେ କହିଥିଲେ ଯେ ୨୦୧୪ରେ ବିଜେପିର ବଡ଼ ବିଜୟ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରିଶ୍ମା ରହିଥିଲା। ମୁଦ୍ରାସ୍ଫୀତି ଓ ଯୁବଗୋଷ୍ଠୀଙ୍କ ଚାକିରି ପ୍ରସଙ୍ଗ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ବିବାଦ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।

ଶନିବାର ଅଜିତ ପାୱାର ସାମ୍ବାଦିକମାନଙ୍କୁ କହିଛନ୍ତି, “ମୁଁ ଇଭିଏମରେ ବିଶ୍ୱାସ କରେ। ଜଣେ ବ୍ୟକ୍ତି କେବେ ହେଲେ ଇଭିଏମରେ ହେରଫେର କରିପାରିବ ନାହିଁ। ଏହା ଏକ ବଡ଼ ବ୍ୟବସ୍ଥା ଓ ଏକାଧିକ ଯାଞ୍ଚ ଏଥିରେ ଅନ୍ତର୍ଭୁକ୍ତ। ତଥାପି ଯେଉଁ ଦଳ ନିର୍ବାଚନ ହାରିବା ପରେ ଇଭିଏମକୁ ଦାୟୀ କରୁଛନ୍ତି, ସେମାନେ ବୁଝିବା ଦରକାର ଯେ ଲୋକମାନଙ୍କ ଭୋଟ ଯୋଗୁ ଫଳାଫଳ ସାମ୍ନାକୁ ଆସିଛି।

Advertisment

ଯଦି ଇଭିଏମରେ ତ୍ରୁଟି ରହିଥାଆନ୍ତା, ତା’ହେଲେ ବିରୋଧୀ ଦଳଗୁଡ଼ିକ ଛତିଶଗଡ଼, ପଶ୍ଚିମବଙ୍ଗ, ରାଜସ୍ଥାନ, ପଞ୍ଜାବ, କେରଳ, ତାମିଲନାଡୁ ଇତ୍ୟାଦି ରାଜ୍ୟରେ ସରକାର ଗଠନ କରିପାରି ନଥାଆନ୍ତେ। ଭାରତ ଭଳି ବିଶାଳ ଦେଶରେ ଜଣେ ବ୍ୟକ୍ତି କେବେ ହେଲେ ଇଭିଏମକୁ ହ୍ୟାକ କରିପାରିବେ ନାହିଁ। ଯଦି କୌଣସି କାରଣବଶତଃ ଇଭିଏମରେ ହେରଫେର ହେଉଛି ବୋଲି ପ୍ରମାଣିତ ହୁଏ, ତା’ହେଲେ ପୂରା ଦେଶରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ।”

ଉଦ୍ଧବ ଠାକରେଙ୍କ ଶିବସେନା ଗୋଷ୍ଠୀର ମୁଖପତ୍ର ସାମ୍ନାରେ ପ୍ରକାଶିତ ସମ୍ପାଦକୀୟରେ ଦାବି କରାଯାଇଥିଲା ଯେ ବିଜେପି ଇଭିଏମ ହ୍ୟାକ କରି ନିର୍ବାଚନ ଜିତୁଛି। ଏଥିସହ ବାଂଲାଦେଶରେ ଇଭିଏମ ବଦଳରେ ଆସନ୍ତା ନିର୍ବାଚନରୁ ବାଲଟ ପେପରର ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଥିବାରୁ ସାମ୍ନାରେ ସେଠାକାର ନିର୍ବାଚନ କମିଶନକୁ ଶୁଭେଚ୍ଛା ଜଣାଯାଇଥିଲା। ଏପରି ସମ୍ପାଦକୀୟ ପରେ ଅଜିତ ପାୱରଙ୍କ ବୟାନ ସାମ୍ନାକୁ ଆସିଛି।

Bjp Uddhav Thackeray NCP EVM Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe