Advertisment

‘ମୁଁ କେବଳ ଆକ୍ସିଡେଣ୍ଟାଲ ପିଏମ୍‌ ନୁହେଁ, ଆକ୍ସିଡେଣ୍ଟାଲ ଅର୍ଥ ମନ୍ତ୍ରୀ ମଧ୍ୟ’

ନରସିଂହା ରାଓଙ୍କ ସରକାର ସମୟରେ ଦିନେ ମୁଁ ନିଜ ଅଫିସରେ UGC ମିଟିଙ୍ଗରେ ବସିଥିଲି। ଉକ୍ତ ସମୟରେ ନରସିଂହା ରାଓ ଫୋନ୍‌ କରି କେଉଁଠି ଅଛ ବୋଲି ପଚାରିଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Manmohan Singh

Manmohan Singh

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଦେଶ ଜଣେ ବିଚକ୍ଷଣ ଅର୍ଥନୀତିଜ୍ଞ ଓ ଦେଶ ପ୍ରତି ସମର୍ପିତ ଉଦାର ରାଜନେତାଙ୍କୁ ହରାଇଛି। ଦେଶ କଠିନ ଆର୍ଥିକ ପରିସ୍ଥିତି ମଧ୍ୟରେ ଗତି କରୁଥିବା ବେଳେ ମନମୋହନ ସିଂହଙ୍କୁ ଦିଅଯାଇଥିଲା ଅର୍ଥ ମନ୍ତ୍ରୀର ଗୁରୁ ଦାୟିତ୍ୱ। ନିଜ ବିଚକ୍ଷଣ ଅର୍ଥନୈତିକ ଜ୍ଞାନ ବଳରେ ମନମୋହନ ଦେଶର ଅର୍ଥନୀତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ନିଜ ରାଜନୈତିକ ଯାତ୍ରା ମଧ୍ୟରେ ସେ ଦେଶର ପ୍ରଧାନମନ୍ତ୍ରୀ ପଦରେ ବି ଆସୀନ ହୋଇଥିଲେ।

Advertisment

ତେବେ ମନମୋହନ ସିଂହଙ୍କୁ ଦେଶର ଆକ୍ସିଡେଣ୍ଟାଲ ପ୍ରଧାନମନ୍ତ୍ରୀ ବୋଲି କୁହାଯାଇଥାଏ। ଏହାର ଉତ୍ତରରେ ମନମୋହନ କହିଥିଲେ, ମୁଁ କେବଳ ଆକ୍ସିଡେଣ୍ଟାଲ ପ୍ରଧାନମନ୍ତ୍ରୀ ନୁହେଁ, ମୁଁ ଦେଶର ଆକ୍ସିଟେଣ୍ଟାଲ ଅର୍ଥ ମନ୍ତ୍ରୀ ମଧ୍ୟ। ୨୦୧୯ ମସିହାରେ ‘Changing India’ ନାମକ ପୁସ୍ତକର ଉନ୍ମୋଚନ ଅବସରରେ ଏପରି ମତବ୍ୟକ୍ତ କରିଥିଲେ ମନମୋହନ ।

ଏ ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ, ନରସିଂହା ରାଓଙ୍କ ସରକାର ସମୟରେ ଦିନେ ମୁଁ ନିଜ ଅଫିସରେ UGC ମିଟିଙ୍ଗରେ ବସିଥିଲି। ଉକ୍ତ ସମୟରେ ନରସିଂହା ରାଓ ଫୋନ୍‌ କରି କେଉଁଠି ଅଛ ବୋଲି ପଚାରିଥିଲେ। ଏହାର ଉତ୍ତରରେ ମୁଁ ଅଫିସରେ ଥିବା କଥା କହିଥିଲି।

Advertisment

ଉକ୍ତ ସମୟରେ ସେ କହିଥିଲେ, ଆପଣ ମନ୍ତ୍ରୀ ପଦର ଶପଥ ନେବେ ଆସନ୍ତୁ। ମାତ୍ର ମୁଁ ଏହାକୁ ହାଲକା ଭାବେ ନେଇଥିଲି ବୋଲି ସେ କହିଛନ୍ତି। ମାତ୍ର ଏହାପରେ ମୋତେ ଆକ୍ସିଡେଣ୍ଟାଲି ଦେଶର ଅର୍ଥମନ୍ତ୍ରୀ ଦ୍ୱାୟିତ୍ୱ ଦିଆଯାଇଥିଲା ବୋଲି ସେ କହିଛନ୍ତି।

୧୯୯୧ ମସିହାରେ ଭାରତ ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ଦେଶର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ନରସିଂହ ରାଓ ସମସ୍ତଙ୍କୁ ଚକିତ କରି ତତ୍‌କାଳ ଆରବିଆଇ ଗଭର୍ଣ୍ଣର ମନମୋହନ ସିଂହଙ୍କୁ ନିଜ କ୍ୟାବିନେଟରେ ଅର୍ଥ ମନ୍ତ୍ରୀ ବନାଇଥିଲେ। କଡ଼ା ବିରୋଧ ସତ୍ତ୍ୱେ ସେ ଅର୍ଥମନ୍ତ୍ରୀ ଭାବେ ଭାରତର ଅର୍ଥ ବ୍ୟବସ୍ଥାର ଢାଞ୍ଛାଗତ ସୁଧାର ପାଇଁ କଠୋର ବ୍ୟବସ୍ଥା କରିଥିଲେ। ଏହି କାରଣରୁ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ପଡ଼ିଥିବା ସଙ୍କଟ ଟଳି ଯାଇଥିଲା। ତାଙ୍କୁ ଏହାପରେ ବିଶ୍ୱ ଦରବାରରେ ଜଣେ ମହାନ ଅର୍ଥ ଶାସ୍ତ୍ରୀ ଭାବେ ଗଣତି କରାଯାଇଥିଲେ।

୧୯୯୮ରୁ ୨୦୦୪ ଯାଏ ଶ୍ରୀ ସିଂହ ରାଜ୍ୟସଭାରେ ବିରୋଧୀ ଦଳ ମୁଖ୍ୟ ଭାବେ କାମ କରିଥିଲେ। ୨୦୦୪ରେ ୟୁପିଏ କ୍ଷମତାକୁ ଆସିବା ପରେ ସେ ୨୦୦୪ ମେ ୨୨ ତାରିଖରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୨୦୦୯ରେ ମଧ୍ୟ ସେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ।

Congress Manmohan Singh