Advertisment

‘କେଜ୍ରିୱାଲଙ୍କୁ ତିହାର ଜେଲ୍‌କୁ ସ୍ୱାଗତ’

୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଏବେ ତିହାର ଜେଲ୍‌ରେ ଅଛି ମହାଠକ ସୁକେଶ ଚନ୍ଦ୍ରଶେଖର।

author-image
Jitendra Garnayak
Sukesh and Kejriwal

Sukesh and Kejriwal

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ତାଙ୍କୁ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏହି ଘଟଣା ଏବେ ଚର୍ଚ୍ଚାରେ ଥିବା ବେଳେ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର କହିଛି, ‘କେଜ୍ରିୱାଲଙ୍କୁ ତିହାର ଜେଲ୍‌କୁ ସ୍ୱାଗତ’।

Advertisment

ଆଜି ଦିଲ୍ଲୀର ଏକ କୋର୍ଟରେ ସୁକେଶକୁ ହାଜର କରାଯାଇଥିବା ବେଳେ ଗଣମାଧ୍ୟମକୁ ସେ କହିଥିଲା, ସତ୍ୟର ଜୟ ହୋଇଛି। ମୁଁ ତାଙ୍କୁ (ଅରବିନ୍ଦ କେଜ୍ରିୱାଲଙ୍କୁ) ତିହାର ଜେଲ୍‌କୁ ସ୍ୱାଗତ କରୁଛି। ମୁଁ ତାଙ୍କର ସମସ୍ତ ପୋଲ୍ ଖୋଲି ଦେବି। ମୁଁ ସାକ୍ଷୀ ହେ‍‍ବି ଓ ସେ ଯେମିତି ଦଣ୍ଡ ପାଇବେ, ତାହା ସୁନିଶ୍ଚିତ କରିବି। ସବୁ ପ୍ରମାଣ ଦିଆଯାଇଛି।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କ ଉଦ୍ଦେଶ୍ୟରେ ମଧ୍ୟ ସୁକେଶ ଏହିଭଳି ବାର୍ତ୍ତା ଦେଇଥିଲା। ମାର୍ଚ୍ଚ ୧୮ ତାରିଖରେ କବିତାଙ୍କ ଉଦ୍ଦେଶ୍ୟରେ ସୁକେଶ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲା- ଆକ୍କା (ବଡ଼ ଭଉଣୀ), ମିଛ ମାମଲା ଓ ମିଛ ଅଭିଯୋଗ କହିବାର ଡ୍ରାମା ଶେଷ ହେଲା। ସତ୍ୟର ଜୟ ହୋଇଛି। ଯେଭଳି କର୍ମ କରିଥିଲ, ସେଭଳି ଫଳ ମିଳିଛି।

Advertisment

୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଏବେ ତିହାର ଜେଲ୍‌ରେ ଅଛି ମହାଠକ ସୁକେଶ ଚନ୍ଦ୍ରଶେଖର।

Arvind Kejriwal ED Raid Sukesh Chandrasekhar