Advertisment

ବିଲକୁ ଖସି ପଡ଼ିଲା ବାୟୁସେନାର ଲଢ଼ୁଆ ବିମାନ

ବିମାନରେ ଦୁଇ ଜଣ ପାଇଲଟ୍‌ ଥିଲେ।

author-image
Madhupriya Mistry
Fighter Jet Crashes

Fighter Jet Crashes

ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ। ଦୁର୍ଘଟଣାଗ୍ରସ୍ତ ହୋଇ ଏହା ଏକ ବିଲକୁ ଖସି ପଡିଛି। ପଶ୍ଚିମବଙ୍ଗର ମିଦନାପୁର ସ୍ଥିତ କଲାଇକୁଣ୍ଡା ଏୟାରବେସ୍‌ ନିକଟରେ ଦୁର୍ଘଟଣା ଘଟିଛି।

Advertisment

ସୂଚନା ମୁତାବକ, ଟ୍ରେନିଂ ବେଳେ ଖଡ଼ଗପୁର ଥାନା ଦିଆସା ଅଞ୍ଚଳରେ ବାୟୁସେନାର ଏକ ଲଢ଼ୁଆ ବିମାନଟି ବିଲକୁ ଖସି ପଡ଼ିଛି। ଦୁର୍ଘଟଣାଗ୍ରସ୍ତ ବିମାନଟି କଲେଇକୁଣ୍ଡା ଏୟାରବେସ୍‌ରୁ ଉଡ଼ାଣ ଭରିଥିଲା। ତେବେ ଏଥିରେ ଥିବା ଦୁଇ ଜଣ ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଉଭୟ ପାଇଲଟ ପରାସୁଟ୍‌ ଯୋଗେ ସୁରକ୍ଷିତ ଅବତରଣ କରିଛନ୍ତି। ସେପଟେ ବିମାନଟି ବିଲକୁ ଖସିପଡିବା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ବିଲରେ ଖସିପଡ଼ିଥିବା ବିମାନଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।

Advertisment

ଗତବର୍ଷ ଡିସେମ୍ବରରେ ମଧ୍ୟ ଭାରତୀୟ ବାୟୁସେନାର ଏକ ପ୍ରଶିକ୍ଷକ ବିମାନ ତେଲେଙ୍ଗାନାର ମେଡାକ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିଲା। ଡିଣ୍ଡିଗୁଲରେ ଅବସ୍ଥିତ ବାୟୁସେନା ଏକାଡେମୀ ନିକଟରେ ଏହି ଦୁର୍ଘଟଣା ଘଟିଥିଲେ। ଏଥିରେ ଜଣେ କ୍ୟାଡେଟ୍ ପାଇଲଟ୍ ଏବଂ ଜଣେ ଟ୍ରେନର୍‌ ଥିଲେ।

West Bengal IAF Fighter Jet Crash