Advertisment

ବାୟୁସେନାର ଟ୍ରେନି ବିମାନ କ୍ରାଶ, ୨ ପାଇଲଟ ଏବେ କେମିତି ଅଛନ୍ତି

କ୍ରାଶ ଯୋଗୁ ବିମାନଟିରେ ନିଆଁ ଲାଗିଯିବା ସହ ଏହା ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। କିନ୍ତୁ ଦୁଇ ପାଇଲଟ ସୁରକ୍ଷିତ ଭାବେ ଅବତରଣ କରି ଯାଇଛନ୍ତି।

IAF

IAF

Advertisment

ଭାରତୀୟ ବାୟୁସେନାର ଗୋଟିଏ କିରଣ ଟ୍ରେନର ଏୟାରକ୍ରାଫ୍ଟ କର୍ଣ୍ଣାଟକାର ସାପ୍ପାୟାନାପାଲୟା ଗାଁରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ବେଳେ ଏଥିରେ ୨ ଜଣ ପାଇଲଟ ରହିଥିଲେ। ସବୁଦିନ ଭଳି ଆଜି ବିମାନଟି ନିୟମିତ ଉଡ଼ାଣ ଭରିଥିଲା।

Advertisment

ତେବେ କିଛି ସମୟ ପରେ ଏହା କ୍ରାଶ କରି ଯାଇଥିଲା। ବିମାନରେ ତେଜପାଲ ଓ ଭୂମିକା ନାମରେ ଦୁଇ ଜଣ ପାଇଲଟ ଥିଲେ। କ୍ରାଶ ଯୋଗୁ ବିମାନଟିରେ ନିଆଁ ଲାଗିଯିବା ସହ ଏହା ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। କିନ୍ତୁ ଦୁଇ ପାଇଲଟ ସୁରକ୍ଷିତ ଭାବେ ଅବତରଣ କରି ଯାଇଛନ୍ତି।

ଦୁର୍ଘଟଣାର କାରଣ ଜଣାପଡ଼ି ନଥିଲେ ହେଁ ବାୟୁସେନା ପକ୍ଷରୁ କୋର୍ଟ ଅଫ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାରେ, ଗାଁ ନିକଟରେ ବିମାନଟି କ୍ରାଶ କରିବାରୁ ଏଥିରେ ନିଆଁ ଲାଗି ଯାଇଥିଲା। ବିମାନଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ଏହାର ଧ୍ୱଂସାବଶେଷକୁ ବାୟୁସେନା ପକ୍ଷରୁ ସଂଗ୍ରହ କରାଯାଇଛି।

Advertisment

ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ ପାଇଲଟଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା ଓ ହେଲିକପ୍ଟର ଯୋଗେ ବେଙ୍ଗାଲୁରୁକୁ ପଠାଯାଇଛି। ବିମାନ କ୍ରାଶ ପରେ ପ୍ରବଳ ଲୋକ ଘଟଣା ସ୍ଥଳରେ ଭିଡ଼ ଜମାଇଥିଲେ ଓ ପୁଲିସ୍‌କୁ ଉଦ୍ଧାର କାର୍ଯ୍ୟରେ ସହାୟତା ମଧ୍ୟ କରିଥିଲେ।

IAF Plane Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe