Advertisment

ରାଜନୀତିକ ବାଧା ପାଇଁ ଅପରେସନ ସିନ୍ଦୂରରେ ଯୁଦ୍ଧ ବିମାନ ହରାଇଥିଲା ବାୟୁସେନା: ପ୍ରତିରକ୍ଷା ଅଧିକାରୀ, ସ୍ପଷ୍ଟୀକରଣ ଦେଲେ ସରକାର

ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ବାୟୁସେନା ମେ’ ୭ ତାରିଖରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଅଧିକୃତ କଶ୍ମୀର ଓ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା।

ଅଦ୍ୟତନ ହୋଇଛି
IAF

IAF

Advertisment

ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ବାୟୁସେନା ମେ’ ୭ ତାରିଖରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଅଧିକୃତ କଶ୍ମୀର ଓ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। କିନ୍ତୁ ଏହି ଏୟାର ଷ୍ଟ୍ରାଇକ ବେଳେ ଭାରତୀୟ ବାୟୁସେନା କିଛି ଯୁଦ୍ଧ ବିମାନ ହରାଇଥିଲା। ଏହାର କାରଣ ହେଲା ଭାରତର ରାଜନୀତିକ ନେତୃବୃନ୍ଦଙ୍କ ବାଧା। ରାଜନୀତିକ ନେତୃବୃନ୍ଦ ସୀମା ସେପଟେ ଥିବା ପାକିସ୍ତାନର ସାମରିକ ପ୍ରତିଷ୍ଠାନ କିମ୍ବା ଏୟାର ଡିଫେସନ୍ସ ସିଷ୍ଟମକୁ ସେଦିନ ଆକ୍ରମଣ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ଇଣ୍ଡୋନେସିଆରେ ଥିବା ଭାରତର ପ୍ରତିରକ୍ଷା ଆଟାଚି ବା ପ୍ରତିରକ୍ଷା ଅଧିକାରୀ କ୍ୟାପ୍ଟେନ ଶିବ କୁମାର ଗୋଟିଏ ସେମିନାରରେ ଏମିତି କିଛି କହିବା ପରେ ହଇଚଇ ସୃଷ୍ଟି ହୋଇଛି। କ୍ୟାପ୍ଟେନ କୁମାର ହେଉଛନ୍ତି ଭାରତୀୟ ନୌସେନାର ଜଣେ କର୍ଣ୍ଣେଲ ରାଙ୍କର ଅଫିସର। ସେ ଅପରେସନ ସିନ୍ଦୂର ବେଳେ ଭାରତୀୟ ବାୟୁ ସେନା ଯୁଦ୍ଧ ବିମାନ ହରାଇଥିବା କହିବା ବେଶ ଗୁରୁତ୍ୱପୂର୍ଣ୍ଣ। ଏହାପୂର୍ବରୁ ମେ’ ୩୧ରେ ୩ ସେନା ବାହିନୀର ମୁଖ୍ୟ ବା ସିଡିଏସ୍‌ ଜେନେରାଲ ଅନୀଲ ଚୌହାନ ସିଙ୍ଗାପୁରରେ ସମାନ କଥା ଦୋହରାଇଥିଲେ। କିନ୍ତୁ ଭାରତୀୟ ବାୟୁସେନାର କେତୋଟି ବିମାନ ପାକିସ୍ତାନ ଖସାଇଛି, ତା’ର ସଂଖ୍ୟା ସେ କହି ନଥିଲେ।

ବଡ଼ବଡ଼ ପାହ୍ୟାର ସେନାଧିକାରୀ ଭାରତ ଯୁଦ୍ଧ ବିମାନ ହରାଇଥିବା କଥା କହୁଥିଲେ ହେଁ ସରକାର ଏଯାଏ ଅପରେସନ ସିନ୍ଦୂରରେ ବାୟୁସେନା କ୍ଷୟକ୍ଷତି ସମ୍ପର୍କରେ ବିଧିବଦ୍ଧ ସୂଚନା ଦେଇନହାନ୍ତି।

Advertisment

ପାକିସ୍ତାନ ଦାବି କରିଥିଲା ଯେ ସେମାନେ ଭାରତର ୩ଟି ରାଫେଲ ସମେତ ୬ଟି ଯୁଦ୍ଧ ବିମାନକୁ ଖସାଇବାକୁ ସକ୍ଷମ ହୋଇଛନ୍ତି। କିନ୍ତୁ ଜେନେରାଲ ଚୌହାନ ଏହା ସଂପୂର୍ଣ୍ଣ ଭାବେ ମିଛ ବୋଲି ସ୍ପଷ୍ଟ କରିଥିଲେ। ଏବେ କ୍ୟାପ୍ଟେନ କୁମାର ମଧ୍ୟ ବାୟୁସେନା ଯୁଦ୍ଧ ବିମାନର କ୍ଷତି ସହିଥିବା କଥା କହିଛନ୍ତି। କିନ୍ତୁ ସେ ମଧ୍ୟ ସଂଖ୍ୟା ସମ୍ପର୍କରେ କିଛି ବି କହି ନାହାନ୍ତି।

ଜୁନ ୧୦ରେ ସିଙ୍ଗାପୁରରେ ଆୟୋଜିତ ଗୋଟିଏ ସେମିନାରରେ କ୍ୟାପ୍ଟେନ କୁମାର କହିଥିଲେ ଯେ “ଆମେ ଅନେକ ଯୁଦ୍ଧ ବିମାନକୁ ହରାଇଛୁ ବୋଲି ଏଠାରେ ପୂର୍ବରୁ କୁହାଯାଇଥିଲା। କିନ୍ତୁ ମୁଁ ଏଥିରେ ସଂପୂର୍ଣ୍ଣ ଏକମତ ନୁହେଁ। ହଁ ଏହା ସତ ଯେ ଆମେ କିଛି ବିମାନ ହରାଇଥିଲୁ। ରାଜନୀତିକ ନେତୃବୃନ୍ଦଙ୍କ ପ୍ରତିବନ୍ଧକ ବା ବାଧା ଯୋଗୁ ଏପରି ଘଟିଥିଲା। କାରଣ ସେମାନେ ସାମରିକ ପ୍ରତିଷ୍ଠାନ ଓ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ରମଣ କରିବାକୁ ବାରଣ କରିଥିଲେ।

କ୍ଷତି ପରେ ଆମେ ଆମର ରଣନୀତି ବଦଳାଇ ଥିଲୁ। ଏହାପରେ ଆମେ ସାମରିକ ପ୍ରତିଷ୍ଠାନ ଓ ରାଡାର ସାଇଟ୍ସକୁ ଟାର୍ଗେଟ କରିଥିଲୁ। ଆମେ ପ୍ରଥମେ ଶତ୍ରୁର ଏୟାର ଡିଫେନ୍ସକୁ ମାତ ଦେଇଥିଲୁ। ଏହାପରେ ଆମର ବ୍ରହ୍ମୋସ ମିସାଇଲ ବେଶ ସହଜରେ ଆକ୍ରମଣ କରିବାକୁ ସକ୍ଷମ ହୋଇଥିଲା।”

କ୍ୟାପ୍ଟେନ କୁମାର ଓ ସିଡିଏସ ଚୌହାନଙ୍କ ମତରେ ବେଶ ସମାନତା ରହିଛି। ଉଭୟ କହିଛନ୍ତି ଯେ ପ୍ରାରମ୍ଭିକ କ୍ଷତି ପରେ ରଣନୀତି ବଦଳାଇ ଭାରତୀୟ ସଶସ୍ତ୍ର ବଳ ନିଜର ଟାର୍ଗେଟ ଅର୍ଥାତ ପାକିସ୍ତାନ ଏୟାର ବେସ୍‌ଗୁଡ଼ିକୁ ହିଟ କରିଥିଲା। ୨୦ ଦିନ ତଳେ କ୍ୟାପ୍ଟେନ କୁମାର ଦେଇଥିବା ବୟାନ ଏବେ ସାମ୍ନାକୁ ଆସିବା ପରେ ବିବାଦ ସୃଷ୍ଟି ହୋଇଛି। ତାଙ୍କର ବୟାନ ପରେ ବିରୋଧୀ କଂଗ୍ରେସ ଅପରେସନ ସିନ୍ଦୂର ସମ୍ପର୍କରେ ସରକାର କାହିଁକି ତଥ୍ୟ ଲୁଚାଉଛନ୍ତି ବୋଲି ପ୍ରଶ୍ନ ଉଠାଇଛି।

ବିବାଦ ବଢ଼ୁଥିବାରୁ ଇଣ୍ଡୋନେସିଆରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ କ୍ୟାପ୍ଟେନ କୁମାରଙ୍କ ଉକ୍ତିକୁ ବିଷୟବସ୍ତୁ ବାହାରେ ଉପସ୍ଥାପନ କରାଯାଇଛି। ତାଙ୍କର ଉଦ୍ଦେଶ୍ୟକୁ ଭୁଲ ଭାବେ ଗଣମାଧ୍ୟମରେ ପ୍ରକାଶ କରାଇଛି। ତାଙ୍କର କହିବାର ଉଦ୍ଦେଶ୍ୟ ଥିଲା ଯେ ଭାରତୀୟ ସଶସ୍ତ୍ର ବଳ ସଧାରଣ ରାଜନୀତିକ ନେତୃବୃନ୍ଦଙ୍କ ଅଧୀନରେ କାମ କରେ। ଯାହା ଆମ ପଡ଼ୋଶୀ ଭାବେ ରହୁଥିବା କିଛି ଦେଶରେ ହୁଏ ନାହିଁ। ସେହିପରି ଅପରେସନ ସିନ୍ଦୂରର ଲକ୍ଷ୍ୟ ଥିଲା କେବଳ ଆତଙ୍କୀ ଭିତ୍ତିଭୂମିକୁ ନଷ୍ଟ କରିବା। ଏହାର ଉଦ୍ଦେଶ୍ୟ ଉତ୍ତେଜନା ସୃଷ୍ଟି କରିବା ପାଇଁ ନଥିଲା। କ୍ୟାପ୍ଟେନ କୁମାର ଏକଥା କହିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହାକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ଦୂତାବାସ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି।

Pakistan Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe