Advertisment

ଭାରତୀୟ ବାୟୁସେନାର ହେଲିକପ୍ଟରର ଜରୁରୀ ଅବତରଣ

ଏମଆଇ-୧୭ଭି୫ ଏବଂ ଏମଆଇ-୧୭ ହେଲିକପ୍ଟରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଯାତ୍ରା କରିଥାନ୍ତି।

iaf

iaf

Advertisment

ଭାରତୀୟ ବାୟୁସେନାର ଏମଆଇ-୧୭ ହେଲିକପ୍ଟର ଯୋଧପୁର ନିକଟ ପୀଲୱା ଗ୍ରାମରେ ଜରୁରୀ ଅବତରଣ କରିଛି। ବାୟୁସେନା ଅଧିକାରୀଙ୍କ କହିବା ଅନୁଯାୟୀ, ହେଲିକପ୍ଟରକୁ ଯାଞ୍ଚ କରାଯିବା ପରେ ଫଲୋଦି ବାୟୁସେନା ଷ୍ଟେସନକୁ ଫେରାଇ ଅଣାଯାଇଛି। ସୂଚନାଯୋଗ୍ୟ, ଏମଆଇ-୧୭ଭି୫ ଏବଂ ଏମଆଇ-୧୭ ହେଲିକପ୍ଟରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଯାତ୍ରା କରିଥାନ୍ତି।

Advertisment

କିଛି ଦିନ ପୂର୍ବରୁ ଭାରତୀୟ ନୌସେନାର ଗୋଟିଏ ହେଲିକପ୍ଟର ମୁମ୍ବାଇ ଉପକୂଳରେ ଜରୁରୀ ଅବତରଣ କରିଥିଲା। ବାୟୁସେନାର ଆଡଭାନ୍ସଡ ଲାଇଟ୍‌ ହେଲିକପ୍ଟର(ଏଏଲଏଚ୍‌) ରୁଟିନ କାମରେ ଉଡ଼ାଣ ଭରିଥିଲା। ତେବେ ହଠାତ୍‌ ଏହା ବୈଷୟିକ ତ୍ରୁଟିରୁ ସମ୍ମୁଖୀନ ହେବାରୁ ଜରୁରୀ ଅବତରଣ କରିଛି।

ଏହି ଧ୍ରୁବ ହେଲିକପ୍ଟରରେ ୩ ଜଣ କ୍ରୁ ସଦସ୍ୟ ରହିଥିଲେ। ହେଲିକପ୍ଟରଟି ଜରୁରୀ ଅବତରଣ କରିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ନୌସେନାର ପାଟ୍ରୋଲିଂ ବିମାନ ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ସହ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। କେଉଁ ପରିସ୍ଥିତିରେ ହେଲିକପ୍ଟର ଜରୁରୀ ଅବତରଣ କଲା, ସେକଥା ଜଣାପଡ଼ିନି।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe