Advertisment

ବିପଦରେ ପଡ଼ିପାରେ ସମ୍ମାନ: ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମିଳିଲା ଆଗୁଆ ଜାମିନ

ଭାରତୀୟ ବାୟୁସେନାର ଜଣେ ମହିଳା ଫ୍ଲାଇଂ ଅଫିସର ୱିଙ୍ଗ କମାଣ୍ଡରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Jammu Kashmir

Jammu Kashmir

ଦୁଷ୍କର୍ମ ଓ ଓରାଲ ସେକ୍ସ ଭଳି ସାଂଘାତି ଅଭିଯୋଗରେ ଫସିଥିବା ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡରଙ୍କୁ ଆଗୁଆ ଜାମିନ ମିଳିଛି। ଜମ୍ମୁ-କଶ୍ମୀର ହାଇକୋର୍ଟ ତାଙ୍କୁ ଏଭଳି ଜାମିନ ଦେଇଛନ୍ତି। ୱିଙ୍ଗ କମାଣ୍ଡର ଗିରଫ ହେଲେ, ଏହା ତାଙ୍କ ସମ୍ମାନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ମତ ରଖି କୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି।

Advertisment

ଭାରତୀୟ ବାୟୁସେନାର ଜଣେ ମହିଳା ଫ୍ଲାଇଂ ଅଫିସର ୱିଙ୍ଗ କମାଣ୍ଡରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏନେଇ ରବିବାର ଜମ୍ମୁ-କଶ୍ମୀର ପୁଲିସ୍‌ ତାଙ୍କ ନାଁରେ ଗୋଟିଏ ମାମଲା କରିଥିଲା। ଘଟଣାର ତଦନ୍ତ ଚାଲିଥିବା ବେଳେ ଗିରଫ ଆଶଙ୍କାରେ ୱିଙ୍ଗ କମାଣ୍ଡର ଆଗୁଆ ଜାମିନ ଆବେଦନ କରିଥିଲେ। ଏହାକୁ ଗ୍ରହଣ କରି କୋର୍ଟ ୱିଙ୍ଗ କମାଣ୍ଡରଙ୍କୁ ଗିରଫଦାରୀରୁ ଆଗୁଆ ସୁରକ୍ଷା ପ୍ରଦାନ କରିଛନ୍ତି।

ଜାମିନ ନିର୍ଦ୍ଦେଶରେ କୁହାଯାଇଛି ଯେ ଯେହେତୁ ଆବେଦନକାରୀ ୱିଙ୍ଗ କମାଣ୍ଡର ଭାବେ କାମ କରୁଛନ୍ତି, ତେଣୁ ସେ ଯଦି ଗିରଫ ହୁଅନ୍ତି, ତା’ହେଲେ ଏହା ତାଙ୍କ ସମ୍ମାନ ସହ ସର୍ଭିସ କ୍ୟାରିୟର ଉପରେ ବିପଦ ସୃଷ୍ଟି କରିପାରେ।

Advertisment

ବିନା ଅନୁମତିରେ ଘଟଣାର ଚାର୍ଜଶିଟ ଦାଖଲ ନ କରିବାକୁ ମଧ୍ୟ ହାଇକୋର୍ଟ ଜମ୍ମୁ-କଶ୍ମୀର ପୁଲିସ୍‌କୁ କହିଛନ୍ତି। ହାଇକୋର୍ଟର ଏକକ ବେଞ୍ଚ କହିଛନ୍ତି, “କୋର୍ଟ ତଦନ୍ତ ଜାରି ରଖିବାକୁ ଅନୁମତି ଦେଉଛନ୍ତି। ହେଲେ କୋର୍ଟଙ୍କ ବିନା ଅନୁମତିରେ ଘଟଣାର ଚାର୍ଜଶିଟ ଦାଖଲ ହୋଇପାରିବ ନାହିଁ।”

ହାଇକୋର୍ଟ କେନ୍ଦ୍ର ଶାସିତ ଅଞ୍ଚଳର ଆଡଭୋକେଟ ଜେନେରାଲଙ୍କୁ ଆସନ୍ତା ଶୁଣାଣି ସୁଦ୍ଧା ଘଟଣାର ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଯଦି ୱିଙ୍ଗ କମାଣ୍ଡର ଗିରଫ ହୁଅନ୍ତି, ତା’ହେଲେ ତାଙ୍କୁ ଜାମିନରେ ତୁରନ୍ତ ଛଡ଼ା ଯିବ। ସେପ୍ଟେମ୍ବର ୧୪ରୁ ୧୬ ମଧ୍ୟରେ ତଦନ୍ତକାରୀ ଅଧିକାରୀଙ୍କୁ ଭେଟିବାକୁ କୋର୍ଟ ଅଭିଯୁକ୍ତ ୱିଙ୍ଗ କମାଣ୍ଡରଙ୍କୁ କହିଛନ୍ତି।

କମାଣ୍ଡିଂ ଅଫିସରଙ୍କ ବିନା ଅନୁମତିରେ ସେ ଜମ୍ମୁ-କଶ୍ମୀର ଛାଡ଼ି ପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ସେହିପରି ୱିଙ୍ଗ କମାଣ୍ଡର ୫୦ ହଜାର ଟଙ୍କାର ସ୍ୟୁରିଟୀ ବଳରେ ଜାମିନ ପାଇଛନ୍ତି।

୨୬ ବର୍ଷୀୟ ଫ୍ଲାଇଂ ଅଫିସର ୱିଙ୍ଗ କମାଣ୍ଡରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ୨ ବର୍ଷ ହେଲେ ସେ ନିର୍ଯାତନା, ଯୌନ ଉତ୍ପୀଡ଼ନ ଓ ମାନସିକ ନିର୍ଯାତନାର ଶିକାର ହୋଇ ଆସୁଥିବା କହିଛନ୍ତି।

Jammu Kashmir IAF Stop Rape