Advertisment

ବାୟୁସେନାର 'ବାମ୍ବି ବକେଟ୍' ଅପରେସନ୍, କାବୁ ହେଲା ଜଙ୍ଗଲ ନିଆଁ

ଏହି ଅପରେସନ ଜରିଆରେ ୧୬ ହଜାର ଲିଟର ପାଣି ଢାଳିଲା ବାୟୁସେନା ହେଲିକପ୍ଟର MI-17 V5।

bambi-bucket operation

bambi-bucket operation

Advertisment

ଆଖି ପିଛୁଳାକେ ଜଙ୍ଗଲରେ ଲାଗିଲା ନିଆଁ। । ଦେଖୁ ଦେଖୁ ନିଆଁ କ୍ଷୀପ୍ର ବେଗରେ ମାଡ଼ି ଯିବା ସହ ବହୁ ମୂଲ୍ୟବାନ ଗଛକୁ ଜଳି ପାଡ଼ି ପାଉଁଶ କରିଦେଲା।

Advertisment

ତାମିଲନାଡ଼ୁ ନୀଳଗିରିରେ ଲାଗିଥିବା ଜଙ୍ଗଲ ନିଆଁ ଭୟଙ୍କର ରୂପ ଧାରଣ କରିବାରୁ ଏହାକୁ କାବୁ କରିବାକୁ ଅଣ୍ଟା ଭିଡ଼ିଲା ବାୟୂସେନା। ଏଥିପାଇଁ ଆରମ୍ଭ ହେଲା ‘ବାମ୍ବି ବକେଟ୍ ଅପରେସନ୍’ । ଆଉ ଏହି ଅପରେସନ ଜରିଆରେ ୧୬ ହଜାର ଲିଟର ପାଣି ଢାଳିଲା ବାୟୁସେନା ହେଲିକପ୍ଟର MI-17 V5।

କୋଏମ୍ବାଟୁର ନିକଟସ୍ଥ ସୁଲୁର ବାୟୁସେନା ଘାଟିରୁ ହେଲିକପ୍ଟର ବାମ୍ବି ବକେଟ୍ ଧରି ଘଟଣାସ୍ଥଳକୁ ଯାଇଥିଲା । ଏହାପରେ ଆକାଶ ମାର୍ଗରୁ ପାଣି ସିଞ୍ଚନ ପରେ ଧୀରେ ଧୀରେ ଜଙ୍ଗଲ ନିଆଁ କାବୁ ହୋଇଥିଲା। ଲିଭାଇବାରେ ସଫଳ ହୋଇଥିଲା।

Advertisment

ବାୟୁସେନା ପକ୍ଷରୁ ଏହି ଅପରେସନର ଆକର୍ଷଣୀୟ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି। ବନବିଭାଗ ଓ ସ୍ଥାନୀୟ ପ୍ରଶାସନ ସହାୟତାରେ ସଦର୍ଣ୍ଣ ଏୟାର କମାଣ୍ଡ୍ ଏହି ଅପରେସନକୁ ସଫଳତାର ସମ୍ପାଦନ କରିଛି।

Air India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe