Advertisment

ଚର୍ଚ୍ଚାରେ ୨୫ ବର୍ଷୀୟ ଆଇଏଏସ ଅଫିସର ନେହା, ୩ ଥର ଫେଲ ଓ ମୋବାଇଲ ସହ ବ୍ରେକ ଅପ୍‌

ଏତେ କମ ବୟସରେ ଏତେ ବଡ଼ ସଫଳତା ହାସଲ କରିବା ନେହାଙ୍କ ପାଇଁ ସହଜ ନଥିଲା। ସେ କଠିନ ପରିଶ୍ରମ ଓ ନିଷ୍ଠା ବଳରେ ସଫଳତାର ସ୍ୱାଦ ଚାଖିଛନ୍ତି।

IAS

IAS

Advertisment

ସେ ପ୍ରଥମ ଦୁଇ ପ୍ରୟାସରେ ପ୍ରିଲିମ୍ସ କ୍ଲିୟର କରିପାରି ନଥିଲେ। ତୃତୀୟ ପ୍ରୟାସରେ ସେ ମେନ୍ସ ପରୀକ୍ଷା ଦେଇଥିଲେ। କିନ୍ତୁ ତାଙ୍କୁ ପୁଣି ଫେଲ ହେବାକୁ ପଡ଼ିଥିଲା। କ୍ରମାଗତ ୩ଥର ଫେଲ ମାରିବା ପରେ ମଧ୍ୟ ସେ ହାର ମାନି ନଥିଲେ। ୪ର୍ଥ ପ୍ରୟାସରେ ସେ ୟୁନିୟନ ପବ୍ଲିକ ସର୍ଭିସ କମିଶନ ବା ୟୁପିଏସ ପରୀକ୍ଷାରେ କୃର୍ତ୍ତକାର୍ଯ୍ୟ ହୋଇଥିଲେ। ସର୍ବ ଭାରତୀୟ ସ୍ତରରେ ତାଙ୍କ ରାଙ୍କ ୫୬୯ ରହିଥିଲା।

Advertisment

ଆଉ ସେହି ଯୁବ ଆଇଏଏସ୍ ଅଫିସର ଜଣଙ୍କ ହେଉଛନ୍ତି ନେହା ବୟାଦୱାଲ। ବୟସ ମାତ୍ର ୨୫। ଏବେ ସେ ଗୁଜରାଟରେ ନିଯୁକ୍ତି ପାଇଛନ୍ତି। ଏତେ କମ ବୟସରେ ଏତେ ବଡ଼ ସଫଳତା ହାସଲ କରିବା ନେହାଙ୍କ ପାଇଁ ସହଜ ନଥିଲା। ସେ କଠିନ ପରିଶ୍ରମ ଓ ନିଷ୍ଠା ବଳରେ ସଫଳତାର ସ୍ୱାଦ ଚାଖିଛନ୍ତି। ସଫଳତା ହାସଲ କରିବା ପାଇଁ ତାଙ୍କୁ ୩ ବର୍ଷ ଧରି ନିଜ ମୋବାଇଲ ସହ ବ୍ରେକ ଅପ କରିବାକୁ ମଧ୍ୟ ପଡ଼ିଥିଲା।

ନେହାଙ୍କ ଜନ୍ମ ରାଜସ୍ଥାନରେ ହୋଇଥିଲା। ହେଲେ ସେ ଛତିଶଗଡ଼ର ରାୟପୁରରେ ବଡ଼ ହୋଇଥିଲେ। ବିଫଳତାର ଅନୁଭୂତି ସେ ୫ମ ଶ୍ରେଣୀରେ ପ୍ରଥମଥର ପାଇଥିଲେ। କିନ୍ତୁ ରେଜଲ୍ଟ ତାଙ୍କୁ ହତୋତ୍ସାହିତ କରି ନଥିଲା। ଏହା ତାଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲା ଓ ଚ୍ୟାଲେଞ୍ଜକୁ କେମିତି ମୁକାବିଲା କରିବାକୁ ପଡ଼ିବ, ସେଥିପାଇଁ ପ୍ରୋତ୍ସାହିତ କରିଥିଲା।

Advertisment

ଗୋଟିଏ ସାକ୍ଷାତକାରରେ ନେହା କହିଥିଲେ, ସେ ରାୟପୁରରୁ ତାଙ୍କ ବାପାଙ୍କ ଚାକିରି ପାଇଁ ଭୋପାଲ ଚାଲି ଯାଇଥିଲେ। ସେଠାରେ ତାଙ୍କର ଆଡିମିସନ ଗୋଟିଏ ଇଂରାଜୀ ସ୍କୁଲରେ ହୋଇଥିଲା। ପୂର୍ବରୁ ହିନ୍ଦୀ ଶିଖିଥିବା ନେହା ଇଂରାଜୀ ଶିଖିବାରେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। କିନ୍ତୁ ସେ ଇଂରାଜୀକୁ ଶିଖିବା ଆରମ୍ଭ କରିଥିଲେ।

ନେହା ହେଉଛନ୍ତି ଜଣେ ବରିଷ୍ଠ ଆୟକର ବିଭାଗ ଅଧିକାରୀଙ୍କ ଝିଅ। ସେ ନିଜ ବାପାଙ୍କ ପନ୍ଥାକୁ ଅନୁସରଣ କରି ୟୁପିଏସ୍‌ସି ପରୀକ୍ଷା ଦେବାକୁ ଆଗ୍ରହ ଦେଖାଇଥିଲେ। କିନ୍ତୁ ଏଠାରେ ମଧ୍ୟ ତାଙ୍କୁ ବାରମ୍ବାର ବିଫଳତା ମିଳିଥିଲା। ୩ ଥର ଫେଲ ମାରିବା ପରେ ସେ ନିଜର ମୋବାଇଲକୁ ନିଜ ଠାରୁ ଦୂରେଇ ଦେଇଥିଲେ। ମୋବାଇଲ ସହ ବ୍ରେକ କରିବା ପରେ ସେ କେବଳ ପାଠ ପଢ଼ାରେ ନିଜକୁ ହଜାଇ ଦେଇଥିଲେ।

ପ୍ରତିଦିନ ସେ ୧୭ରୁ ୧୮ ଘଣ୍ଟା ପାଠ ପଢ଼ନ୍ତି। ସେ ଦୀର୍ଘ ୩ ବର୍ଷ ଧରି ମୋବାଇଲ ବ୍ୟବହାର କରି ନଥିଲେ। ଏହି ନିଷ୍ଠା ଓ ପରିଶ୍ରମର ସଫଳତା ତାଙ୍କୁ ୨୪ ବର୍ଷ ବୟସରେ ମିଳିଥିଲା। ସେ ନିଜର ସ୍ୱପ୍ନକୁ ପୂରଣ କରି ଆଇଏଏସ୍‌ ଅଫିସର ବନିଥିଲେ। ସେ ୯୬୦ ମାର୍କ ସ୍କୋର କରି ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବାକୁ ସକ୍ଷମ ହୋଇପାରିଛନ୍ତି।

ନେହା ନିଜ ସଫଳତାର ଶ୍ରେୟ ନିଜର ପରିଶ୍ରମକୁ ଦେଇ ନାହାନ୍ତି। ସେ କହିଛନ୍ତି, “କୌଣସି ସ୍ଥାନକୁ ବୁଲିବାକୁ ନ ଯିବା କିମ୍ବା କିଛି ଜିନିଷ ନ କିଣିବା ଗୋଟିଏ ବଳିଦାନ ନୁହେଁ। ଆପଣ ଯେତେବେଳେ ଦିନ ତମାମ କାମ କରି ଘରକୁ ଫେରିବେ ଓ ନିଜର ପିଲାଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେବେ, ସେଇଟା ହେଉଛି ବଳିଦାନ। ମୋ ବାପା କାମରୁ ଫେରିବାର ୩୦ ମିନିଟ ମଧ୍ୟରେ ନିଜକୁ ପ୍ରସ୍ତୁତ କରନ୍ତି। ସେ ଗଣିତ ଠାରୁ ଆରମ୍ଭ କରି ଇତିହାସ ପାଠ ମୋତେ ପଢ଼ାନ୍ତି।”

ନେହାଙ୍କୁ ତାଙ୍କ ସ୍ୱପ୍ନ ପୂରଣ କରିବାରେ ପୂରା ପରିବାର ସହାୟତା କରିଥିଲେ। ଭାଇ ଠାରୁ ଆରମ୍ଭ କରି ମାଉସୀଙ୍କ ଯାଏ ସମସ୍ତେ ତାଙ୍କୁ ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ କରି ଚାଲିଥିଲେ।

Ias Officer Ias
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe