Advertisment

ଆସିଲା ସାଂଘାତିକ ଅଭିଯୋଗ, ବନ୍ଧା ହେଲେ ଆଇଏଏସ୍‌ ଅଫିସର

ଏକ ବିଲ୍‌ ପାସ୍‌ କରିଦେବା ନିମନ୍ତେ ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ଆଇଏଏସ୍‌ ଅଧିକାରୀଜଣକ ଏକ କୋଟି ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା।

ଅଦ୍ୟତନ ହୋଇଛି
Arrest

Arrest

Advertisment

ଦୁର୍ନୀତି ତଥା ଲାଞ୍ଚ ନେବା ମାମଲାରେ ବନ୍ଧା ହେଲେ ଜଣେ ଆଇଏଏସ୍‌ ଅଫିସର। ଏହି ଅଧିକାରୀଜଣକ ହେଉଛନ୍ତି ଧର୍ମେନ୍ଦ୍ର ସିଂ । ସେ ଏବେ ଦିଲ୍ଲୀର ହରିୟାଣା ଭବନରେ ରେସିଡେଣ୍ଟ କମିଶନର ଭାବେ କାର୍ଯ୍ୟରତ ଅଛନ୍ତି। ଏକ କୋଟି ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ତାଙ୍କୁ ଫରିଦାବାଦ ପୁଲିସ୍‌ ଗତକାଲି ଗିରଫ କରିଥିବା ବେଳେ ଆଜି କୋର୍ଟରେ ହାଜର କରାଯିବ। ଏସଆଇଟି ଓ ଫରିଦାବାଦ ପୁଲିସ୍‌ ତାଙ୍କୁ ମିଳିତ ଭାବେ ଗିରଫ କରିଛି।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ଅଭିଯୁକ୍ତ ଆଇଏଏସ୍‌ ଅଫିସର ଧର୍ମେନ୍ଦ୍ର ସିଂ ସୋନିପଥ ମ୍ୟୁନିସିପାଲ କମିଶନର ଥିବା ବେଳେ ଏହି ଲାଞ୍ଚ କାରବାର ହୋଇଥିଲା। ଏପରିକି ଏକ ବିଲ୍‌ ପାସ୍‌ କରିଦେବା ନିମନ୍ତେ ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ସେ ଏକ କୋଟି ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା।

ଗତବର୍ଷ ଲଳିତ ମିତ୍ତଲ ନାମକ ବ୍ୟକ୍ତି ଏନେଇ କୋଟୱାଲି ପୁଲିସ୍‌ ଷ୍ଟେଶନରେ ମାମଲା ରୁଜୁ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ପଙ୍କଜ ଗର୍ଗ, ଆରବି ଶର୍ମା ଓ ଜେକେ ଭାଟ୍ଟିଆ ନାମକ ୩ ବ୍ୟକ୍ତି ସୋନିପଥ ମ୍ୟୁନିସିପାଲିଟିରେ ଏକ ଟେଣ୍ଡର ଦେବା ପାଇଁ ତାଙ୍କଠାରୁ କୋଟିଏ ୧୦ ଲକ୍ଷ ଟଙ୍କା ନେଇଥିଲେ । ଉକ୍ତ ଟଙ୍କାକୁ ବରିଷ୍ଠ ଅଧିକାରୀଙ୍କୁ ଦିଆଗଲେ ତାଙ୍କୁ ଟେଣ୍ଡର ମିଳିବ ବୋଲି ସେମାନେ କହିଥିଲେ। ମାତ୍ର ଟଙ୍କା ଦେବା ସତ୍ତ୍ୱେ ଟେଣ୍ଡର ନ ମିଳିବାରୁ ଲଳିତ ମିତ୍ତଲ ଏନେଇ ଥାନା ଦ୍ୱାରସ୍ଥ ହୋଇଥିଲେ।

Advertisment

ଅନ୍ୟ ଏକ ଘଟଣାକ୍ରମରେ ଧର୍ମେନ୍ଦ୍ର ସିଂ ଏକ ଟେଣ୍ଡରର ନିର୍ଦ୍ଧାରିତ ମୂଲ୍ୟ ୫୫ କୋଟିରୁ ୮୭ କୋଟିକୁ ବୃଦ୍ଧି କରି ସେ ତାହାକୁ ପାସ୍‌ କରିଥିଲେ। ସୋନିପଥ ମ୍ୟୁନିସିପାଲିଟି କମିଶନର ଥିବା ବେଳେ ଧର୍ମେନ୍ଦ୍ର ସିଂ ବହୁ ନିର୍ମାଣ କାର୍ଯ୍ୟରେ ଅନିୟମିତତା କରି ବେଆଇନ ଭାବେ ଅର୍ଥ ଉପାର୍ଜନ କରିଥିବା ଅଭିଯୋଗ ହୋଇଥିଲା। ପୁଲିସ୍‌ ଏହି ଅଭିଯୋଗର ତଦନ୍ତ ଆରମ୍ଭ କରିଥିବା ବେଳେ ଗତକାଲି ତାଙ୍କୁ ବାନ୍ଧିଛି।

Delhi Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe