Advertisment

IAS officer: ରଙ୍ଗିଲା IAS ବାବୁ, ଜଣଙ୍କ ପରେ ଜଣେ IASଙ୍କୁ କରୁଛନ୍ତି ବିବାହ

ସେ ଭାରତର ସମ୍ଭବତଃ ପ୍ରଥମ ପ୍ରଶାସନିକ ଅଧିକାରୀ ଯିଏ ତିନି ତିନି ଜଣ ମହିଳା ଆଇଏଏସ ଅଧିକାରୀଙ୍କୁ ବିବାହ କରିଛନ୍ତି। ୨୦୧୪ ବ୍ୟାଚ୍‌ର ମଧ୍ୟପ୍ରଦେଶ ଆଇଏଏସ୍‌ କ୍ୟାଡର ହେଉଛନ୍ତି ଅଭି ପ୍ରସାଦ।

author-image
Hemant Lenka
IAS

ତୃତୀୟ ପତ୍ନୀ ଅଙ୍କିତାଙ୍କ ସହ ଅଭି

ପେଶାରେ ଆଇଏଏସ(IAS officer) ଅଫିସର। ହେଲେ ସେ କାମରେ ନୁହେଁ, ବରଂ ବିବାହରେ କଲେଣି ବଡ଼ ରେକର୍ଡ। ଗୋଟିଏ ପତ୍ନୀରେ ବାବୁଙ୍କର ମନ ମାନିଲାନି। ତେଣୁ ସେ କରିଛନ୍ତି ତିନି ତିନୋଟି ବିବାହ। ବାବୁଙ୍କ ଚୟସ ମଧ୍ୟ ଏମିତି ସେମିତ ନୁହେଁ, ସେ ନିଜେ ଆଇଏଏସ୍‌ ହୋଇଥିବାରୁ ୩ ଜଣ ଆଇଏଏସ୍‌ଙ୍କୁ ହିଁ କରିଛନ୍ତି ବିବାହ। ନିଶ୍ଚିତ ଭାବେ ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ମଧ୍ୟପ୍ରଦେଶରୁ ଏପରି ଖବର ସାମ୍ନାକୁ ଆସିଛି। 

Advertisment

ଚର୍ଚ୍ଚାରେ ଥିବା ଆଇଏଏସ ଅଫିସର ଜଣଙ୍କ ହେଲେ ଅଭି ପ୍ରସାଦ। ସେ ଭାରତର ସମ୍ଭବତଃ ପ୍ରଥମ ପ୍ରଶାସନିକ ଅଧିକାରୀ ଯିଏ ତିନି ତିନି ଜଣ ମହିଳା ଆଇଏଏସ ଅଧିକାରୀଙ୍କୁ ବିବାହ କରିଛନ୍ତି। ୨୦୧୪ ବ୍ୟାଚ୍‌ର ମଧ୍ୟପ୍ରଦେଶ ଆଇଏଏସ୍‌ କ୍ୟାଡର ହେଉଛନ୍ତି ଅଭି ପ୍ରସାଦ। ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଜାତୀୟ ସ୍ତରରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିପାରିଛନ୍ତି। 

ଚଳିତ ମାସ ୧୧ ତାରିଖ ଅର୍ଥାତ ପ୍ରେମ ସପ୍ତାହରେ ବାବୁ ଜଣଙ୍କ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ମଧ୍ୟପ୍ରଦେଶର ଶେଓପୁର ଜିଲ୍ଲାରେ ଥିବା କୁନୋ ଜାତୀୟ ଉଦ୍ୟାନରେ ସେ ତୃତୀୟ ଥର ବାହା ହୋଇଛନ୍ତି। ୨୦୧୭ ବ୍ୟାଚର ଆଇଏଏସ୍‌ ଅଙ୍କିତା ଧାକ୍‌ରେଙ୍କୁ ସେ ଜୀବନ ସାଥୀ ଭାବେ ବାଛିଛନ୍ତି।

Advertisment

ଅଙ୍କିତା ବର୍ତ୍ତମାନର ମଧ୍ୟପ୍ରଦେଶର ରାଜ୍ୟ ପ୍ରଶାସନିକ ସେବାର ଉପସଚିବ ଭାବେ କାର୍ଯ୍ୟରତ। ସେ ଅଭି ପ୍ରସାଦଙ୍କ ତୃତୀୟ ପତ୍ନୀ ବନିଛନ୍ତି। ତେବେ ଆଇନଗତ ଉପାୟରେ ଅଭି ପ୍ରସାଦ ପ୍ରଥମ ଓ ଦ୍ୱିତୀୟ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପରେ ତୃତୀୟ ଥର ପାଇଁ ବାହା ହୋଇଛନ୍ତି। 

୨୦୧୩ ମସିହାରେ ସେ ଭାରତୀୟ ପୁଲିସ ସେବା ଆଇପିଏଏସ ପାଇଁ ମନୋନୀତ ହୋଇଥିଲେ। କିନ୍ତୁ ସେ କାର୍ଯ୍ୟରେ ଯୋଗ ଦେଇ ନଥିଲେ। ୨୦୧୪ରେ ସେ ୟୁପିଏସି ପରୀକ୍ଷାରେ ୧୩ତମ ସ୍ଥାନରେ ରହି ଭାରତୀୟ ପ୍ରଶାସନିକ ସେବା ବା ଆଇଏଏସ ଅଫିସର ଭାବେ କାମ ଆରମ୍ଭ କରିଥିଲେ।

ଦିଲ୍ଲୀରେ ସିଭିଲ୍‌ ସର୍ଭିସେସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ସମୟରେ ସେ ରିଜୁ ବାଫନାଙ୍କୁ ଭେଟିଥିଲେ। ପରେ ସେମାନେ ନିକଟତର ହେଲେ ଓ ବିବାହ କଲେ। କିନ୍ତୁ ଏ ସମ୍ପର୍କ ବେଶୀ ଦିନ ଚାଲିଲା ନାହିଁ। ବିବାହର କିଛି ବର୍ଷ ପରେ ରିଜୁଙ୍କୁ ଛାଡ଼ପତ୍ର ଦେଲେ ଅଭି। ରିଜୁ ବାଫନା ଏବେ ମଧ୍ୟପ୍ରଦେଶର ଶାଜାପୁର ଜିଲ୍ଲାର ଜିଲ୍ଲାପାଳ। ସେ ରାଜ୍ୟର ଜଣେ ଦକ୍ଷ ଓ ସଚ୍ଚୋଟୁ ପ୍ରଶାସକ ଭାବେ ବେଶ ଜଣାଶୁଣା। 

ପ୍ରଥମ ସମ୍ପର୍କର ଅନ୍ତ ପରେ ଅଭି ପ୍ରସାଦ ଆନ୍ଧ୍ରପ୍ରଦେଶର ୨୦୧୬ ବ୍ୟାଚ୍‌ ଆଇଏଏସ ଅଧିକାରୀ ମିଶା ସିଂହଙ୍କୁ ବିବାହ କଲେ। ଭାବିଥିଲେ ଏ ସମ୍ପର୍କ ସବୁ ଦିନ ପାଇଁ ଅତୁଟ ରହିବ। ମାତ୍ର କିଛି ବର୍ଷ ପରେ ଦୁହେଁ ପରସ୍ପରଠୁ ଅଲଗା ହୋଇଗଲେ। ମିଶା ଏବେ ମଧ୍ୟପ୍ରଦେଶର ରତଲାମରରେ କଲେକ୍ଟର ଭାବେ କାର୍ଯ୍ୟରତ। ପ୍ରାୟ ୪ ବର୍ଷ ତଳେ ଉଭୟ ଅଲଗା ହୋଇଥିଲେ।

୪ ବର୍ଷ ତଳେ ମିଶାଙ୍କ ଠାରୁ ଅଲଗା ହୋଇଥିବା ଅଭି ଏବେ ଏବେ ଅଙ୍କିତାଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି। ତୃତୀୟ ବିବାହ ଦୀର୍ଘ ସମୟ ଧରି ଚାଲିବ ବୋଲି ସେ ଅଶା ରଖିଛନ୍ତି। ଅଙ୍କିତାଙ୍କୁ ବାହା ହେବା ଖବର ଏବେ ସୋଶାଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। 

ଉତ୍ତର ପ୍ରଦେଶ ସୀତାପୁର ଜିଲ୍ଲାର ବାସିନ୍ଦା ହେଉଛନ୍ତି ଆଇଏଏସ ଅଫିସର ଅଭି ପ୍ରସାଦ। କିନ୍ତୁ ମଧ୍ୟପ୍ରଦେଶ ସରକାରଙ୍କ ଜଣେ ବିଶ୍ୱସ୍ତ ଅଧିକାରୀ ଭାବେ ସେ ବେଶ ଜଣାଶୁଣା। ସେ ବର୍ତ୍ତମାନ ମଧ୍ୟପ୍ରଦେଶ ନିଯୁକ୍ତି ଗ୍ୟାରେଣ୍ଟି ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ପୂର୍ବରୁ ସେ ଅନେକ ଜିଲ୍ଲାରେ ଜିଲ୍ଲା ପଞ୍ଚାୟତ ସିଇଓ ଓ କଲେକ୍ଟର ଭାବରେ କାର୍ଯ୍ୟ କରିଥିଲେ। 

କଟନିରେ କଲେକ୍ଟର ଭାବରେ କାର୍ଯ୍ୟ କରିବା ସମୟରେ ସେ କୁପୋଷଣ ବିରୋଧରେ ଗୋଟିଏ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲେ। ଯାହା ଜିଲ୍ଲାରେ କୁପୋଷଣ ରୋକିବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ସାଜିଥିଲା। କିନ୍ତୁ ଏହାରି ଭିତରେ ଆଇଏଏସ ବାବୁଙ୍କ ବିବାହ ସଉକକୁ ନେଇ ସବୁଠି ଚର୍ଚ୍ଚା। 

Ias Officer