Advertisment

ଟ୍ରେନି IAS ପୂଜାଙ୍କ ଅଡି କାର୍‌କୁ ଜବତ କଲା ପୁଲିସ୍‌

ପୂଜାଙ୍କ କାର ନାଁରେ ୨୧ଟି ଚାଲାଣ କଟା ଯାଇଥିଲା। ଏଥିପାଇଁ ତାଙ୍କ ଉପରେ ୨୭ ହଜାର ଟଙ୍କାର ଫାଇନ ଲାଗିଥିଲା। ଏହି ଫାଇନକୁ ସେ ପୈଠ କରିଦେଇଥିବା ଜଣାପଡ଼ିଛି।

Puja

Puja

Advertisment

ମହାରାଷ୍ଟ୍ରର ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କୁ ନେଇ ବିବାଦ ଥମିବା ନାଁ ଧରୁନି। ସେ ନିଜ ପଦର ଦୂରପଯୋଗ କରୁଥିବା ଅଭିଯୋଗ ହୋଇଛି। ଏବେ ପୂଜାଙ୍କ ଦାମୀ ଅଡି କାରକୁ ଜବତ କରିଛି ପୁଣେ ପୁଲିସ୍‌। ସେ ନିଜର ଅଡି କାର୍‌ରେ ବେଆଇନ ଭାବେ ନାଲି ବତୀ ଲଗାଇଥିଲେ। ଏଥିସହ ଏକାଧିକ ଥର ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିଲେ।

Advertisment

ପୁଣେ ଆଞ୍ଚଳିକ ପରିବହନ ଅଫିସ(ଆରଟିଓ) ଗୁରୁବାର ସହରରେ ଥିବା ଗୋଟିଏ ଘରୋଇ କମ୍ପାନୀକୁ ନୋଟିସ କରିଥିଲା। କାରଣ ପୂଜା ବ୍ୟବହାର କରୁଥିବା ଅଡି କାର୍‌ ଉକ୍ତ କମ୍ପାନୀର ମାଲିକାନରେ ରହିଛି।

କାର୍‌ ବ୍ୟବହାରକାରୀଙ୍କ ଠିକଣା ହାଭେଲି ତାଲୁକା ଅନ୍ତର୍ଗତ ଶିବାନେ ଗାଁରେ ଉଲ୍ଲେଖ ରହିଥିଲା। ସେହି ଆଧାରରେ ନୋଟିସ ପଠାଯାଇଥିଲା। ପୂଜା ପୁଣେରେ ନିଯୁକ୍ତି ପାଇବା ପରେ ନିଜ ପାଇଁ ସ୍ୱତନ୍ତ୍ର କ୍ୟାବିନ ଓ କର୍ମଚାରୀ ଦାବି କରି ଚର୍ଚ୍ଚାକୁ ଆସିଥିଲେ। କୁହାଯାଉଛି ଯେ ସେ ଦିବ୍ୟାଙ୍ଗ ଓ ଓବିସି ସଂରକ୍ଷଣ ବ୍ୟବସ୍ଥାର ଦୁର୍ବ୍ୟବହାର କରି ଭାରତୀୟ ପ୍ରଶାସନିକ ସେବା(ଆଇଏସ୍‌)ରେ ସ୍ଥାନ ପାଇଛନ୍ତି।

Advertisment

ପୂଜା ପୁଣେରେ ନିଯୁକ୍ତି ପାଇବା ପରେ ବେଆଇନ ଭାବେ ଅଡି କାର୍‌ରେ ନାଲି ବତୀ ଲଗାଇଥିଲେ ଓ କାର୍‌ରେ ମହାରାଷ୍ଟ୍ର ସରକାରର ଲୋଗ ବ୍ୟବହାର କରିଥିଲେ। ବିବାଦ ପରେ ଟ୍ରେନିଂ ଶେଷ ହେବା ପୂର୍ବରୁ ତାଙ୍କୁ ପୁଣେରୁ ୱାଶିମକୁ ବଦଳି କରି ଦିଆଯାଇଥିଲା।

ଏବେ ତାଙ୍କ ବିବାଦୀୟ କାରକୁ ଜବତ କରାଯାଇଛି। ଏଥିରେ ଜାମର ଲଗାଯାଇଛି ଓ ଏହାର ଚାରିପାଖରେ ବ୍ୟାରିକେଡ ଲଗାଯାଇଛି। ପୂଜାଙ୍କ କାର ନାଁରେ ୨୧ଟି ଚାଲାଣ କଟା ଯାଇଥିଲା। ଏଥିପାଇଁ ତାଙ୍କ ଉପରେ ୨୭ ହଜାର ଟଙ୍କାର ଫାଇନ ଲାଗିଥିଲା। ଏହି ଫାଇନକୁ ସେ ପୈଠ କରିଦେଇଥିବା ଜଣାପଡ଼ିଛି।

ପୂଜା ଖେଡକର ୨୦୨୩-ବ୍ୟାଚ୍ ଆଇଏଏସ୍ ଅଧିକାରୀ। ସେ ପୁଣେରେ ଟ୍ରେନି(ପ୍ରଶିକ୍ଷାର୍ଥୀ) ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କ ବ୍ୟକ୍ତିଗତ ଅଡ଼ି କାରକୁ ନେଇ ବିବାଦ ସାମ୍ନାକୁ ଆସିଛି। ପୂଜା କାର୍ଯ୍ୟରେ ଯୋଗଦାନ କରିବା ପୂର୍ବରୁ ଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ସୁବିଧା ଦାବି କରିଥିଲେ, ଯାହା ପ୍ରୋବେସନ ଅବଧି ସମୟରେ ମିଳିନଥାଏ।

ଭିଆଇପି ନମ୍ବର ପ୍ଲେଟ୍ ସହ ଏକ ସରକାରୀ କାର୍, ଆବାସ, ପର୍ଯ୍ୟାପ୍ତ କର୍ମଚାରୀ ଥିବା ଏକ ସରକାରୀ କୋଠା ଏବଂ ଜଣେ କନଷ୍ଟେବଳ ନିଯୁକ୍ତ କରିବାକୁ ଦାବି କରିଥିଲେ ପୂଜା ଖେଡକର। କେବଳ ଏତିକି ନୁହେଁ, ସେ ନିଜର ବ୍ୟକ୍ତିଗତ ଅଡି କାରରେ ମଧ୍ୟ ନାଲି-ନୀଳ ବତୀ ଲଗାଇବା ସହ ଭିଆଇପି ନମ୍ବର ପ୍ଲେଟ ଏବଂ 'ମହାରାଷ୍ଟ୍ର ସରକାର' ବୋର୍ଡ ଲଗାଇଥିଲେ।

Pune IAS Puja Ias Officer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe