Advertisment

ଆଇଏଏସ ଅଧିକାରୀଙ୍କ କୁକୁର ହଜିଗଲା, ପୁଲିସ ମାରିଲା ନିଖୋଜ ପୋଷ୍ଟର

ଦୁଇଦିନ ଖୋଜାଖୋଜି କରି ବିଫଳ ହେବା ପରେ ପୁଲିସ ନିଖୋଜ ପୋଷ୍ଟର ମାରିଛି।

dog poster

dog poster

Advertisment

ଜଣେ ଆଇଏଏସ ଅଧିକାରୀଙ୍କ କୁକୁର ହଜିଯିବା ପରେ ପୁଲିସକୁ ନାକେଦମ ହେବାକୁ ପଡ଼ିଛି। ଦୁଇଦିନ ଖୋଜାଖୋଜି କରି ବିଫଳ ହେବା ପରେ ପୁଲିସ ନିଖୋଜ ପୋଷ୍ଟର ମାରିଛି। ମଧ୍ୟପ୍ରଦେଶର ବିଲାୱଆ ଏରିଆରେ ଏହି ଘଟଣା ଘଟିଛି। ମଧ୍ୟପ୍ରଦେଶ କ୍ୟାଡର ସମ୍ପୃକ୍ତ ଆଇଏସ ଅଧିକାରୀଙ୍କର ଦୁଇଟି ପୋଷା କୁକୁର ଦିଲ୍ଲୀରୁ ମଧ୍ୟପ୍ରଦେଶ ସ୍ଥାନାନ୍ତର କରାଯାଉଥିଲା। ଦୁଇଟି କୁକୁରକୁ କାରରେ ନେଇ ଯାଉଥିବା କର୍ମଚାରୀମାନେ ବାଟରେ ବିଲାୱଆ ନିକଟରେ ଖାଦ୍ୟପେୟ ପାଇଁ ଏକ ଢାବା ନିକଟରେ ଅଟକି ଥିଲେ। ଯେତେବେଳେ କର୍ମଚାରୀମାନେ ଢାବାରେ ଖାଉଥିଲେ ସେହି ସମୟରେ କୁକୁର ଦୁଇଟି କାରରୁ ଖସିଯାଇଥିଲେ।

Advertisment

ସଙ୍ଗେ ସଙ୍ଗେ ଖୋଜାଖୋଜି ପରେ କର୍ମଚାରୀମାନେ ଗୋଟିଏ କୁକୁର ପାଇଥିବା ବେଳେ ଆଉ ଗୋଟିଏର ପତ୍ତା ମିଳି ନଥିଲା। ତେବେ କର୍ମଚାରୀମାନେ ଅନ୍ୟ କୁକୁରଟିକୁ ଖୋଜା ଖୋଜିରେ ଲାଗିପଡ଼ିଥିଲେ। କିନ୍ତୁ ପାଇ ନଥିଲେ। ଏହା ପରେ କର୍ମଚାରୀମାନେ କୁକୁର ମାଲିକ ତଥା ସମ୍ପୃକ୍ତ ଆଇଏସ ଅଧିକାରୀଙ୍କୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ। ଏହା ପରେ ଗୁଆଲିଅର ପ୍ରାଣୀ ଉଦ୍ୟାନର କର୍ମଚାରୀ ଏବଂ ପୁଲିସ ମିଳିମିଶି କୁକୁରଟିକୁ ଖୋଜିବାକୁ ଲାଗିଥିଲେ।

ତଥାପି ପୁଲିସକୁ ନିରାଶ ହେବାକୁ ପଡ଼ିଥିଲା। ଏହା ପରେ ପୁଲିସ ବାଧ୍ୟ ହୋଇ ସେହି ଢାବା ନିକଟରେ ନିଖୋଜ ହୋଇଥିବା କୁକୁର ପୋଷ୍ଟର ମାରିଥିଲା। ସେହିପରି କୁକୁରଟିକୁ ଧରାଇ ଦେଲେ ପୁରସ୍କାର ମିଳିବା ନେଇ ପୁଲିସ ଘୋଷଣା କରିଛି। ଏନେଇ ଏକ ଅଭିଯୋଗ ପଞ୍ଜୀକୃତ ହୋଇଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe