Advertisment

ଆଦାନୀଙ୍କ ସପକ୍ଷରେ ବାହାରିଲେ ଆଇଏଏସ୍‌ ଅଫିସର, କହିଲେ -ମୁଁ ତାଙ୍କ ସମ୍ମାନ କରୁଛି

ଆଦାନୀଙ୍କ ସପକ୍ଷରେ ବାହାରିଛନ୍ତି  ଆଇଏଏସ୍‌ ଅଫିସର ଶାହ ଫୈସଲ । ଫୈସଲ ବିଭିନ୍ନ ସମୟରେ ନିଜ ଖୋଲାଖୋଲି ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି।

Ias officer Shah Faesa & Gautam Adani

Ias officer Shah Faesa & Gautam Adani

Advertisment

ଆମେରିକାର ଶର୍ଟ ସେଲର ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ଦେଇଥିବା ରିପୋର୍ଟ ପରେ ଆଦାନୀ ଗ୍ରୁପ୍‌କୁ ନେଇ ସମଗ୍ର ଦେଶରେ ତୁମ୍ବି ତୋଫାନ ପରିସ୍ଥିତି ଦେଖାଦେଇଛି। ଏହି ରିପୋର୍ଟ ପରେ ଆଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି।  ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟକୁ ନେଇ ସଂସଦରେ ଝଡ଼ ସୃଷ୍ଟି ହୋଇଥିବା ବେଳେ ବିରୋଧୀ ବି ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି । ଏପରି ସମୟରେ ଆଦାନୀଙ୍କ ସପକ୍ଷରେ ବାହାରିଛନ୍ତି  ଆଇଏଏସ୍‌ ଅଫିସର ଶାହ ଫୈସଲ । ଫୈସଲ ବିଭିନ୍ନ ସମୟରେ ନିଜ ଖୋଲାଖୋଲି ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ଖୁଲମଖୁଲା ଆଦାନୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।

Advertisment

ଫୈସଲ ଲେଖିଛନ୍ତି, ମୁଁ ଗୌତମ ଆଦାନୀଙ୍କ ସମ୍ମାନ କରୁଛି। କାରଣ ସେ ପ୍ରତିକୂଳ ପରିସ୍ଥିତି ସହ ସଂଗ୍ରାମ ଜାରି ରଖିଛନ୍ତି। ସେ ଜଣେ ମହାନ ବ୍ୟକ୍ତିତ୍ୱ, କାରଣ ଦେଶର ବିବିଧତାକୁ ସେ ଖୁବ୍‌ ସମ୍ମାନ କରନ୍ତି। ମୁଁ ତାଙ୍କୁ ପୁଣି ଥରେ ଶୀର୍ଷରେ ଦେଖିବାକୁ ଚାହୁଁଛି। ଏବେ ଆଦାନୀ ଓ ତାଙ୍କ ପରିବାର ଯେଉଁ ଅଗ୍ନି ପରୀକ୍ଷାର ସମ୍ମୁଖୀନ ହେଉଛନ୍ତି, ଖୁବ୍‌ ଶୀଘ୍ର ସେଥିରୁ ବାହରି ଆସିବେ ବୋଲି ଆଶା କରୁଛି।

କଶ୍ମୀରର ମୂଳ ନିବାସୀ ଶାହ ଫୈସଲ ୨୦୧୦ ମସିହାରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ଉକ୍ତ ବର୍ଷ ସେ ଆଇଏଏସ୍‌ ପରୀକ୍ଷାରେ ଟପ୍‌ କରିଥିଲେ।  କଶ୍ମୀରରେ ୩୭୦ ଧାରା ହଟାଯିବା ପରେ ଏହା ପ୍ରତିବାଦରେ ୨୦୧୯ ମସିହାରେ ସେ ନିଜ ଚାକିରିରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ନିଜର ଏକ ରାଜନୈତିକ ପାର୍ଟି ଗଢ଼ିଥିଲେ। ତେବେ ତାଙ୍କ ଇସ୍ତଫାକୁ କେବେ ଗ୍ରହଣ କରି ନାହାନ୍ତି କେନ୍ଦ୍ର ସରକାର। ସାର୍ବଜନୀନ ସୁରକ୍ଷା ଅଧିନିୟମ ଦ୍ୱାରା ୨୦୨୦ ମସିହାରେ ତାଙ୍କୁ ନିଜ ଘରେ ନଜରବନ୍ଦୀ କରାଯାଇଥିଲା । ୨୦୨୨ ମସିହାରେ କେନ୍ଦ୍ର ମନ୍ତ୍ରାଳୟରେ ତାଙ୍କୁ ଜଣେ ଉପସଚିବ ଭାବେ ନିଯୁକ୍ତି ଦିଆଯାଇଛି।

Advertisment

ସୂଚନାଯୋଗ୍ୟ, ଷ୍ଟକରେ ଧୋକାଦାରୀ କରି ମୂଲ୍ୟ ଅଧିକ ଦେଖାଇବା, ଟିକସରେ ହେରଫେର କରିବା ଓ ମିଛ ତଥ୍ୟ ଦେଇ ଋଣ କରିବା ଭଳି କାମ ଆଦାନୀ ଗ୍ରୁପ୍‌ କରିଥିବା ହିଣ୍ଡେନବର୍ଗ ରିପୋର୍ଟ ଦେଇଛି। ଜାନୁଆରୀ ୨୪ରେ ପ୍ରଥମେ ଏହି ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରଠାରୁ ଆଦିନୀ ଗ୍ରୁପ୍‌ ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି।

ରିପୋର୍ଟ ପ୍ରକାଶ ପାଇବା ଦିନ ଠାରୁ ଷ୍ଟକ ମାର୍କେଟରେ ଆଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଏକଦା ଗୌତମ ଆଦାନୀ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ଥିବା ବେଳେ ୧୦ ଦିନ ମଧ୍ୟରେ ସେ ଟପ୍‌ ୨୦ରୁ ବାଦ ପଡ଼ିଛନ୍ତି।

Hindenburg Issues
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe