Advertisment

ଆଇଏଏସ ଅଧିକାରୀ ରିଙ୍କୁ ଦୁଗାଙ୍କୁ ବାଧ୍ୟତାମୂଳକ ଅବସର

କୁକୁର ଚଲାଇବା ପାଇଁ ଖେଳ ପଡ଼ିଆ ଖାଲି କରିବା ପ୍ରସଙ୍ଗରେ ପୂର୍ବରୁ ହୋଇଥିଲେ ବଦଳି।

ଅଦ୍ୟତନ ହୋଇଛି
File Image

File Image

Advertisment

ଆଇଏଏସ୍ ଅଧିକାରୀ ରିଙ୍କୁ ଦୁଗାଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର। ଅଧିକାରୀଙ୍କ କ୍ୟାରିୟର ରେକର୍ଡକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି। ଗତ ବର୍ଷ ହୋଇଥିଲା ବଦଳି।

Advertisment

1994-ବ୍ୟାଚ୍ AGMUT(ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ, ୟୁନିଅନ୍ ଟେରିଟୋରି) କ୍ୟାଡର ଅଧିକାରୀ ଦୁଗା(54) ଅରୁଣାଚଳ ପ୍ରଦେଶରେ ସ୍ୱଦେଶୀ ବ୍ୟାପାର ମୁଖ୍ୟ ସଚିବ ଭାବରେ ନିଯୁକ୍ତି ହୋଇଥିଲେ। ଦୁଗାଙ୍କ ସ୍ୱାମୀ ସଞ୍ଜୀବ ଖୀରୱାର ମଧ୍ୟ 1994-ବ୍ୟାଚର ଆଇଏସ ଅଫିସର। ଗତ ବର୍ଷ ଉଭୟଙ୍କୁ ଦିଲ୍ଲୀରୁ ବଦଳି ହୋଇଥିଲା।

ଏହି ଆଇଏଏସ ଦମ୍ପତି ସେମାନଙ୍କ ପୋଷା କୁକୁରକୁ ଚଲାଇବା ପାଇଁ ଏକ ଖେଳ ପଡ଼ିଆକୁ ଖାଲି କରିଥିଲେ। ଏନେଇ ଖବର ପ୍ରସାରଣ ହେବା ପରେ ସେମାନଙ୍କ ବଦଳି ହୋଇଥିଲା। ବର୍ତ୍ତମାନ ଆଇଏଏସ ଦୁଗାଙ୍କୁ ସରକାର ବାଧ୍ୟତାମୂଳକ ଭାବେ ଅବସର ଦେଇଛନ୍ତି। 

Advertisment

ମଙ୍ଗଳବାର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ଦୁଗାଙ୍କ ଟ୍ରାକ୍ ରେକର୍ଡକୁ ଆଧାର କରି ଅବସର ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କୁ ମୌଳିକ ନିୟମ(FR) 56(j), କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ସିସିଏସ୍) ପେନ୍ସନ୍ ନିୟମର ନିୟମ 48, 1972 ଅନୁଯାୟୀ ଅବସର ଦିଆଯାଇଛି। ଯଦି କୌଣସି ସରକାରୀ କର୍ମଚାରୀଙ୍କୁ ଅବସର ଦେବାରେ ସରକାରଙ୍କର ଅଧିକାର ଅଛି, ତେବେ ଏହା ଜନସାଧାରଣଙ୍କ ହିତରେ କରାଯାଇଛି ବୋଲି ସରକାରୀ ଅଧିକାରୀ ଜଣକ କହିଛନ୍ତି। 

1994 Batch IAS Rinku Dugga IAS Officer Transfer Ias Officer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe