Advertisment

‘ମୋ’ ଝିଅ ବିବାହରେ ଆସିଲେନି, ହେଲେ ଅପରାଧୀର ପୁଅ ନିର୍ବନ୍ଧରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ’

ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଆନନ୍ଦ ମୋହନଙ୍କୁ ବାହାରକୁ ଆଣିବାକୁ ବିହାର ମୁଖ୍ୟମନ୍ତ୍ରୀ ଆଇନ୍‌ରେ ପରିବର୍ତ୍ତନ କରିଥିବା ଅଭିଯୋଗ ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
ias-officers-widow & nitish-kumar-joins-convict-politician-anand-mohan-son-engagement

ias-officers-widow & nitish-kumar-joins-convict-politician-anand-mohan-son-engagement

୧୯୯୪ ମସିହାରେ ଗୋପାଳଗଞ୍ଜର ଜିଲ୍ଲାର ତତ୍‌କାଳୀନ ମାଜିଷ୍ଟ୍ରେଟ ଜି କୃଷ୍ଣୈୟାଙ୍କୁ ପିଟି ପିଟି ହତ୍ୟା ଅଭିଯୋଗରେ ୧୫ ବର୍ଷ ହେଲା ଜେଲ୍‌ରେ ଥିବା ବାହୁବାଳୀ ପୂର୍ବତନ ସାଂସଦ ଆନନ୍ଦ ମୋହନ ଆଜି ଜେଲ୍‌ରୁ ମୁକୁଳିବେ। ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଆନନ୍ଦ ମୋହନଙ୍କୁ ବାହାରକୁ ଆଣିବାକୁ ବିହାର ମୁଖ୍ୟମନ୍ତ୍ରୀ ଆଇନ୍‌ରେ ପରିବର୍ତ୍ତନ କରିଥିବା ଅଭିଯୋଗ ହୋଇଛି। ହେଲେ ସ୍ୱାମୀ ହତ୍ୟାକାରୀ ଜେଲ୍‌ରୁ ମୁକୁଳିବା ଘଟଣାକୁ ସହଜେ ବରଦାସ୍ତ କରି ପାରୁ ନାହାନ୍ତି ଜି କୃଷ୍ଣୈୟାଙ୍କ ପତ୍ନୀ ଉମା ଦେବୀ।

Advertisment

ନିଜ ପୁଅର ନିର୍ବନ୍ଧ ପାଇଁ ପାରୋଲରେ ଆସିଥିବା ଆନନ୍ଦ ମୋହନ ଗତକାଲି ଜେଲ୍‌ ଫେରିଥିବା ବେଳେ ଆଜି ସେ ଜେଲ୍‌ରୁ ମୁକୁଳିବେ। ଏଥିନିମନ୍ତେ ତାଙ୍କ ସମର୍ଥକ ବେଶ୍‌ ଉତ୍ସାହିତ ଅଛନ୍ତି । ପାରୋଲ ସମୟରେ ଆନନ୍ଦ ମୋହନ ନିଜ ପୁଅ ନିର୍ବନ୍ଧ ଉତ୍ସବକୁ ବେଶ୍‌ ଧୁମଧାମରେ ପାଳନ କରିଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସମେତ ବହୁ ହାଇ ପ୍ରୋଫାଇଲ ନେତା ସେଥିରେ ଯୋଗ ଦେଇଥିଲେ।

ମୋ’ ଝିଅ ବିବାହ ନିମନ୍ତେ ନିମନ୍ତ୍ରଣ କରିଥିଲେ ବି ଆସି ନ ଥିଲେ। ମାତ୍ର ଜଣେ ଅପରାଧୀର ପୁଅ ନିର୍ବନ୍ଧରେ ମୁଖ୍ୟମନ୍ତ୍ରୀ ଯୋଗଦେଲେ ବୋଲି କହି ଆକ୍ଷେପ କରିଛନ୍ତି ଜି କୃଷ୍ଣୈୟାଙ୍କ ପତ୍ନୀ । ଏଥିସହ ରାଜନେତା, ଅପରାଧୀ ଏକାଠି ହୋଇ ସାରିଛନ୍ତି ବୋଲି ବି ଅଭିଯୋଗ ଆଣିଛନ୍ତି। ଯାହାକୁ ଫାଶୀରେ ଝୁଲାଇବା କଥା, ତା’ ସହ ହସଖୁସି କରୁଛନ୍ତି, ତାକୁ ଜେଲ୍‌ରୁ ମୁକୁଳାଇବାକୁ ଆଇନ୍‌ରେ ପରିବର୍ତ୍ତନ କରି ପାରୁଛନ୍ତି। ଏ ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରି ତାଙ୍କ ହସ୍ତକ୍ଷେପ ଲୋଡ଼ିବି ବୋଲି କହିଛନ୍ତି ମହିଳାଜଣକ।

Advertisment

ଏପରିକି ଏ ସମ୍ପର୍କରେ ଆଇଏଏସ୍‌ ଆସୋସିଏଶନ ସହ ଯୋଗାଯୋଗ କରି ପରବର୍ତ୍ତୀ ପଦକ୍ଷେପ ନେବି ବୋଲି ବି ସେ ଚେତାଇ ଦେଇଛନ୍ତି।

Bihar Nitish Kumar