Advertisment

ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ସ୍ୱାମୀ, ପଦ ସମ୍ଭାଳିଲେ ସ୍ତ୍ରୀ

ଦେଶର ପ୍ରଶାସନିକ କ୍ଷେତ୍ରରେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ। ପ୍ରଥମ ଥର ପାଇଁ ମୁଖ୍ୟ ଶାସନ ସଚିବଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ପତ୍ନୀ।

ias-sarada-muraleedharan & v-venu

ias-sarada-muraleedharan & v-venu

Advertisment

ଦେଶର ପ୍ରଶାସନିକ କ୍ଷେତ୍ରରେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ। ପ୍ରଥମ ଥର ପାଇଁ ମୁଖ୍ୟ ଶାସନ ସଚିବଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ପତ୍ନୀ। ସ୍ୱାମୀ ମୁଖ୍ୟ ଶାସନ ସଚିବ ପଦରେ ରହି ଅବସର ନେବା ପରେ ଉକ୍ତ ପଦରେ ବସିଛନ୍ତି ତାଙ୍କ ପତ୍ନୀ। ଏପରି ଏକ ଘଟଣା କେରଳ ଇତିହାସରେ ଘଟିଛି । ଏ ସମ୍ପର୍କରେ କଂଗ୍ରେସ ନେତା ତଥା ଥିରୁଅନନ୍ତପୁରମ ସାଂସଦ ଶଶୀ ଥରୁର ନିଜ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି।

Advertisment

ଏହି ଆଇଏଏସ୍‌ ଦମ୍ପତି ହେଲେ ଡା. ବେଣୁ ବି ଓ ତାଙ୍କ ପତ୍ନୀ ଶାରଦା ମୁରଲିଧରନ। ଡା. ବେଣୁ ବି କେରଳରେ ମୁଖ୍ୟ ଶାସନ ସଚିବ ପଦରେ କାର୍ଯ୍ୟ କରୁଥିବା ବେଳେ ଗତ ୩୧ ତାରିଖରେ ନିଜ ଚାକିରିରୁ ଅବସର ନେଇଛନ୍ତି। ଡା. ବେଣୁ ବିଙ୍କ ପରେ ଏହି ପଦ ନିମନ୍ତେ କେରଳ ସରକାର ତାଙ୍କ ପତ୍ନୀ  ଶାରଦା ମୁରଲିଧରନଙ୍କ ନାମ ଫାଇନାଲ୍‌ କରିଥିଲେ। 

ତେଣୁ ଡା. ବେଣୁ ବି ନିଜ ପତ୍ନୀ ତଥା ସଚିବ ପଦରେ ଥିବା ଶାରଦା ମୁରଲିଧରନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏନେଇ ଥିରୁଅନନ୍ତପୁରମ୍‌ସ୍ଥିତ ସଚିବାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉଭୟ ପତିପତ୍ନୀ ଯୋଗ ଦେଇଥିବା ବେଳେ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା।

Advertisment
ias-sarada-muraleedharan & v-venuସ୍ୱାମୀଙ୍କ ସହ କେରଳର ମୁଖ୍ୟ ଶାସନ ସଚିବ ।

ଉଭୟ ଡା. ବେଣୁ ବି ଓ ଶାରଦା ମୁରଲିଧରନ ୧୯୯୦ ବ୍ୟାଚ୍‌ର ଆଇଏଏସ୍‌ । ମାତ୍ର ଡା. ବେଣୁ ବି ନିଜ ପତ୍ନୀଙ୍କଠାରୁ କିଛି ମାସ ବଡ଼ ଅଟନ୍ତି। ତେଣୁ ସେ ଅବସର ଗ୍ରହଣ କରିଥିବା ବେଳେ ଏହି ପଦରେ ଏବେ ତାଙ୍କ ପତ୍ନୀ ବସିଛନ୍ତି। ଆସନ୍ତା ୮ ମାସ ପର୍ଯ୍ୟନ୍ତ ଶାରଦା ମୁରଲିଧରନ କେରଳର ମୁଖ୍ୟ ଶାସନ ସଚିବ ରୂପେ ଦାୟିତ୍ୱ ତୁଲାଇବେ । କେରଳ ମୁଖ୍ୟମନ୍ତ୍ରୀ ଉଭୟ ପତିପତ୍ନୀ ବ୍ୟୁରୋକ୍ରାଟଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।

ଏନେଇ ଶାରଦା କହିଛନ୍ତି, ପ୍ରଶାସନିକ ସେବାରେ ଆମେ ଏକାଠି ୩୪ ବର୍ଷ କାମ କରିଛୁ। ତେଣୁ ଏକାଠି ଚାକିରିରୁ ଅବସର ନେବୁ ବୋଲି ଭାବିଥିଲୁ। ମାତ୍ର ମୁଁ ମୋ ସ୍ୱାମୀଙ୍କଠାରୁ ୮ ମାସ ପରେ ଅବସର ନେବି  । ଏବେ ସ୍ୱାମୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବା ପ୍ରକ୍ରିୟା ଏକ ଅଜବ ଅନୁଭୂତି ଦେଇଛି।ଚାକିରି କାଳ ମଧ୍ୟରେ ଏପରି ଅନୁଭବ ମିଳିବ ବୋଲି ଭାବି ନ ଥିଲି।

Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe