Advertisment

ଚପରାସୀଙ୍କ ପାଦ ଛୁଇଁଲେ ଜିଲ୍ଲାପାଳ, କହିଲେ...

ଜିଲ୍ଲାପାଳଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଉଥିବା ବେଳେ ହଠାତ୍‌ ଜିଲ୍ଲାପାଳ ଜଣେ ଚପରାସୀଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ।

Meeting

Meeting

Advertisment

ଜିଲ୍ଲାର ମୁଖିଆ ଜିଲ୍ଲାପାଳ । ତାଙ୍କ ଆଦେଶରେ ଜିଲ୍ଲାର ସମସ୍ତ କାମ ହୋଇଥାଏ। ଜିଲ୍ଲାପାଳଙ୍କ ଆଦେଶ ଶୁଣି ବଡ଼ ବଡ଼ ଅଧିକାରୀ ବି ଛାନିଆ ହୋଇ ଯାଆନ୍ତି। ହେଲେ ଝାଡଖଣ୍ଡର ପଲାମୁ ଜିଲ୍ଲାରେ ଏପରି ଘଟଣା ଘଟିଛି ଯାହା ଦେଖି ସମସ୍ତେ ତାଜୁବ । ଜିଲ୍ଲାପାଳଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଉଥିବା ବେଳେ ହଠାତ୍‌ ଜିଲ୍ଲାପାଳ ଜଣେ ଚପରାସୀଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ। ଏହାଦେଖି ସମସ୍ତେ ଅବାକ ହୋଇଗଲେ।

Advertisment

ଝାରଖଣ୍ଡର ପଲାମୁ ଜିଲ୍ଲାର ଜିଲ୍ଲାପାଳ ଏ ଦୌଡ଼େଙ୍କର ଗତ କିଛି ଦିନ ପୂର୍ବେ ବଦଳି ହୋଇଛି। ତାଙ୍କ ସମ୍ମାନାର୍ଥେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଉକ୍ତ ସଭାରେ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ବି ଉପସ୍ଥିତ ଥିଲେ।

ଏହି ସମୟରେ ନିଜ ବକ୍ତ୍ୟବ୍ୟ ଦେଇ ସାରି ଜିଲ୍ଲାପାଳ ସେଠାରେ ଉପସ୍ଥିତ ଥିବା ଚପରାସୀ ନନ୍ଦଲାଲ ପ୍ରସାଦଙ୍କ ପାଦ ଛୁଇଁ ନମସ୍କାର ଜଣାଇଲେ। ଏହା ଦେଖି ସମସ୍ତେ ଚକିତ ରହିଗଲେ।

Advertisment

ଏନେଇ ଜିଲ୍ଲାପାଳ କହିଛନ୍ତି, ପୂରା ଅଫିସରେ ଯଦି କେହି ଜଣେ ସମସ୍ତ ଅଧିକାରୀଙ୍କ ସେବା କରିଥାଏ, ତେବେ ସିଏ ସେହି ଅଫିସର ଚପରାସୀ ହୋଇଥାଏ। ଏଥିସହ ସେ କହିଥିଲେ ମୋ’ ପିତା ବି ଜଣେ ଚପରାସୀ ଥିଲେ। ଏପରି ଘଟଣା ଖୁବ୍‌ କ୍ୱଚିତ ଦେଖିବାକୁ ମିଳିଥାଏ। ଏହାପରେ ସେଠାରେ ଉପସ୍ଥିତ ଲୋକେ ଜିଲ୍ଲାପାଳଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ।

Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe