Advertisment

IDFC: ୫୯୦ କୋଟି ଟଙ୍କା ଠକେଇରେ ଫସିଲା IDFC ବ୍ୟାଙ୍କ

ବ୍ୟାଙ୍କ ତୁରନ୍ତ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ହେଁ ବ୍ୟାଙ୍କର ଶୟାର ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ପ୍ରାୟ ୨୦% ହ୍ରାସ ପାଇଛି। ଏହି ଘଟଣାରେ ବ୍ୟାଙ୍କ ପକ୍ଷରୁ ୪ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

author-image
Hemant Lenka
Fraud

ବ୍ୟାଙ୍କ

ଦେଶର ଅନ୍ୟତମ ପ୍ରତିଷ୍ଠିତ ଘରୋଇ ବ୍ୟାଙ୍କ IDFC First Bankରେ ୫୯୦ କୋଟି ଟଙ୍କାର ଠକେଇ। ହରିୟାଣା ସରକାରଙ୍କ ଗୋଟିଏ ବିଭାଗ ନିୟମିତ ଆକାଉଣ୍ଟ ବନ୍ଦ ଅନୁରୋଧ ପଠାଇବା ପରେ ଦୁର୍ନୀତି ଘଟଣା ସାମ୍ନାକୁ ଆସିଛି। ଗୋଟିଏ ସାଧାରଣ ବାଲାନ୍ସ ଚେକ ରୂପରେ ଆରମ୍ଭ ହୋଇଥିବା ମାମଲା ଏବେ ୫୯୦ କୋଟି ଠକେଇର ରୂପ ନେଇଛି।

Advertisment

ଏହାପରେ ଆରମ୍ଭ ହୋଇଛି ଘନଘନ ଉଚ୍ଚସ୍ତରୀୟ ବୈଠକ। ତଦନ୍ତ ଆରମ୍ଭ ହୋଇଥିବା ବେଳେ ବ୍ୟାଙ୍କର ଶେୟାର ହ୍ରାସ ପାଇବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ, ହରିୟାଣା ସରକାରଙ୍କ ଗୋଟିଏ ବିଭାଗ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିଜ ଆକାଉଣ୍ଟ ବନ୍ଦ କରିବାକୁ କହିଥିଲେ। ଏଥିସହ ଆକାଉଣ୍ଟରେ ଥିବା ଟଙ୍କାକୁ ଅନ୍ୟତ୍ର ପଠାଇବାକୁ ପରାମର୍ଶ ଦେଇଥିଲେ।

ତେବେ ଆବେଦନ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ବେଳେ ଜଣାପଡ଼ିଥିଲେ ଯେ ବିଭାଗ ପକ୍ଷରୁ ଉଲ୍ଲେଖ କରାଯାଇଥିବା ଟଙ୍କାର ପରିମାଣ ବ୍ୟାଙ୍କର ନିଜସ୍ୱ ବହିରେ ଥିବା ବାଲାନ୍ସ ସହ ମେଳ ଖାଉ ନଥିବା ଦେଖିବାକୁ ମିଳିଥିଲା। ଏହି ଗୋଟିଏ ଘଟଣା ପୂରା ହଇଚଇ ସୃଷ୍ଟି କରିଥିବା ଆଭ୍ୟନ୍ତରୀଣ ଯାଞ୍ଚ ଆରମ୍ଭ ହୋଇଥିଲା।

Advertisment

ଫେବୃଆରୀ ୧୮ ପରଠାରୁ ହରିୟାଣା ସରକାରଙ୍କ ଅନ୍ୟ କିଛି ସଂସ୍ଥା ମଧ୍ୟ ସମାନ ଚିନ୍ତା ପ୍ରକଟ କରି ବ୍ୟାଙ୍କର ଦ୍ୱାରସ୍ଥ ହୋଇଥିଲେ। ପ୍ରତିଟି ସଂସ୍ଥା ଦାବି କରିଥିଲେ ଯେ ସେମାନଙ୍କ ବାଲାନ୍ସ ବ୍ୟାଙ୍କର ସିଷ୍ଟମରେ ଦେଖାଉଥିବା ବାଲାନ୍ସ ତୁଳନାରେ ଭିନ୍ନ ରହିଛି। ପ୍ରାଥମିକ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନରୁ ଜଣାପଡ଼ିଛି ଯେ ଅନିୟମିତତା ବ୍ୟାଙ୍କର ଚଣ୍ଡିଗଡ଼ ଶାଖାରେ ଥିବା ହରିୟାଣା ସରକାରଙ୍କ ସହ ଜଡ଼ିତ ଆକାଉଣ୍ଟଗୁଡ଼ିକରେ ହିଁ ସୀମିତ। 

ଶେୟାର ବଜାର ନିକଟରେ ଦାଖଲ କରାଯାଇଥିବା ଔପଚାରିକ ତଥ୍ୟରେ ବ୍ୟାଙ୍କ କହିଛି ଯେ ଏହି ସମସ୍ୟା ଶାଖାର ଅନ୍ୟ କୌଣସି ଗ୍ରାହଣଙ୍କ ଆକାଉଣ୍ଟରେ ଘଟିନାହିଁ। ପ୍ରାରମ୍ଭିକ ଭାବେ ୫୯୦ କୋଟି ଟଙ୍କାର ଅସନ୍ତୁଳନ ଦେଖିବାକୁ ମିଳିଛି। ତେବେ ଏହାର ପରିମାଣ ଚୂଡ଼ାନ୍ତ ଆଦାୟ, ବୀମା, ଦାବିର ବୈଧତା ଓ ଆଇନଗତ ପ୍ରକ୍ରିୟା ଉପରେ ନିର୍ଭର କରିବ ବୋଲି ବ୍ୟାଙ୍କ କହିଛି। 

ବ୍ୟାଙ୍କ ତୁରନ୍ତ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ହେଁ ବ୍ୟାଙ୍କର ଶୟାର ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ପ୍ରାୟ ୨୦% ହ୍ରାସ ପାଇଛି। ଏହି ଘଟଣାରେ ବ୍ୟାଙ୍କ ପକ୍ଷରୁ ୪ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ସେହିପରି ଘଟଣା ସମ୍ପର୍କରେ ଆରବିଆଇ, ସୁରକ୍ଷା ଏଜେନ୍ସି ଓ ପ୍ରାଧିକୃତ ସଂସ୍ଥାକୁ ଅବଗତ କରାଯାଇଛି। ବ୍ୟାଙ୍କର ସ୍ୱତନ୍ତ୍ର କମିଟି ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛି। 

Bank