/odisha-reporter/media/post_attachments/uploadimage/library/16_9/16_9_0/IMAGE_1686472569.jpg)
Bhagwant Mann
ଯଦି ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଜିତିବ, ତା’ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ନରେନ୍ଦ୍ର ପୁଟିନ’ ହୋଇଯିବେ। ଆଜି ଦିଲ୍ଲୀରେ ଆୟୋଜିତ ଆପ୍ର ମହାରାଲିରେ ଯୋଗ ଦେଇ ଏହି କଥା କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ।
Advertisment
ସେ କହିଛନ୍ତି, ଯଦି ୨୦୨୪ରେ ବିଜେପି ଜିତିବ, ତା’ହେଲେ ତା’ପରେ ଆଉ ନିର୍ବାଚନ ହେବ ନାହିଁ। ବିଜେପି ନେତାମାନେ ମୋଦିଙ୍କୁ ଭାରତର ‘ମାଲିକ’ ବୋଲି ଭାବିବା ଆରମ୍ଭ କଲେଣି। ଯଦି ୧୪୦ କୋଟି ଭାରତୀୟ ଭାରତକୁ ରକ୍ଷା କରିବାକୁ ନିଷ୍ପତ୍ତି ନେବେ, ତା’ହେଲେ ଦେଶ ସୁରକ୍ଷିତ ରହିବ।
ଦିଲ୍ଲୀରେ ଅଫିସରଙ୍କ ପୋଷ୍ଟିଂ ଓ ବଦଳି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ଅଧ୍ୟାଦେଶ ବିରୋଧରେ ଆଜି ଆପ୍ ପକ୍ଷରୁ ଦିଲ୍ଲୀର ରାମଲୀଲା ମୈଦାନରେ ମହାରାଲିର ଆୟୋଜନ କରାଯାଇଥିଲା। ଏଥିରେ ଆପ୍ର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସାଂସଦ ସଞ୍ଜୟ ସିଂହ ଓ ଦଳର ଅନ୍ୟ ପ୍ରମୁଖ ନେତାମାନେ ଯୋଗ ଦେଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
