Advertisment

ଯଦି ବିଜେପି ୨୦୨୪ରେ ଜିତିବ, ତା’ହେଲେ ମୋଦି ହୋଇଯିବେ ନରେନ୍ଦ୍ର ପୁଟିନ: ପଞ୍ଜାବ ମୁଖ୍ୟମନ୍ତ୍ରୀ

‘ଯଦି ୧୪୦ କୋଟି ଭାରତୀୟ ଭାରତକୁ ରକ୍ଷା କରିବାକୁ ନିଷ୍ପତ୍ତି ନେବେ, ତା’ହେଲେ ଦେଶ ସୁରକ୍ଷିତ ରହିବ।’

 Bhagwant Mann

Bhagwant Mann

Advertisment

ଯଦି ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଜିତିବ, ତା’ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ନରେନ୍ଦ୍ର ପୁଟିନ’ ହୋଇଯିବେ। ଆଜି ଦିଲ୍ଲୀରେ ଆୟୋଜିତ ଆପ୍‌ର ମହାରାଲିରେ ଯୋଗ ଦେଇ ଏହି କଥା କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ।

Advertisment

ସେ କହିଛନ୍ତି, ଯଦି ୨୦୨୪ରେ ବିଜେପି ଜିତିବ, ତା’ହେଲେ ତା’ପରେ ଆଉ ନିର୍ବାଚନ ହେବ ନାହିଁ। ବିଜେପି ନେତାମାନେ ମୋଦିଙ୍କୁ ଭାରତର ‘ମାଲିକ’ ବୋଲି ଭାବିବା ଆରମ୍ଭ କଲେଣି। ଯଦି ୧୪୦ କୋଟି ଭାରତୀୟ ଭାରତକୁ ରକ୍ଷା କରିବାକୁ ନିଷ୍ପତ୍ତି ନେବେ, ତା’ହେଲେ ଦେଶ ସୁରକ୍ଷିତ ରହିବ।

ଦିଲ୍ଲୀରେ ଅଫିସରଙ୍କ ପୋଷ୍ଟିଂ ଓ ବଦଳି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ଅଧ୍ୟାଦେଶ ବିରୋଧରେ ଆଜି ଆପ୍ ପକ୍ଷରୁ ଦିଲ୍ଲୀର ରାମଲୀଲା ମୈଦାନରେ ମହାରାଲିର ଆୟୋଜନ କରାଯାଇଥିଲା। ଏଥିରେ ଆପ୍‌ର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସାଂସଦ ସଞ୍ଜୟ ସିଂହ ଓ ଦଳର ଅନ୍ୟ ପ୍ରମୁଖ ନେତାମାନେ ଯୋଗ ଦେଇଥିଲେ।

Advertisment
Bhagwant Mann Narendra Modi AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe