Advertisment

ଆଜି ଲୋକସଭା ନିର୍ବାଚନ ହୋଇଥିଲେ କ’ଣ ହୋଇଥା’ନ୍ତା ଫଳାଫଳ

ଯଦି ଆଜି ଲୋକସଭା ନିର୍ବାଚନ ହୋଇଥା’ନ୍ତା, ତା’ହେଲେ କିଏ ବାଜି ମାରିଥା’ନ୍ତା, ପଢ଼ନ୍ତୁ।

Modi and Rahul

Modi and Rahul

Advertisment

ଯଦି ଆଜି ଦେଶରେ ଲୋକସଭା ନିର୍ବାଚନ ହୋଇଥା’ନ୍ତା, ତା’ହେଲେ ଫଳାଫଳ କ’ଣ ହୋଇଥା’ନ୍ତା? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ତୃତୀୟ ପାଳିର ତୃତୀୟ ମାସ ଚାଲିଥିବା ବେଳେ ଯଦି ଆଜି ନିର୍ବାଚନ ହୋଇଥା’ନ୍ତା, ତା’ହେଲେ ଏହାର ଭାଗ୍ୟରେ ବିଶେଷ କିଛି ପରିବର୍ତ୍ତନ ହୋଇନଥା’ନ୍ତା। ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ଦ ନେଶନ ସର୍ଭେରୁ ଏହା ଜଣାପଡ଼ିଛି।

Advertisment

୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୨୯୩ଟି ଆସନ ପାଇଛି। ଯଦି ଆଜି ନିର୍ବାଚନ ହୋଇଥା’ନ୍ତା ତା’ହେଲେ ଏନ୍‌ଡିଏ ଆଉ ୬ଟି ଅଧିକ ଆସନରେ ବିଜୟୀ ହୋଇଥା’ନ୍ତା। ଅର୍ଥାତ୍ ଏନ୍‌ଡିଏ ୨୯୯ଟି ଆସନ ଜିତିଥା’ନ୍ତା। ଏକାକୀ ୨୪୦ଟି ଆସନ ପାଇଥିବା ବିଜେପି ଆଉ ମାତ୍ର ୪ଟି ଅଧିକ ଆସନ ପାଇଥା’ନ୍ତା। ଅନ୍ୟପକ୍ଷରେ ଆଜି ନିର୍ବାଚନ ହୋଇଥିଲେ ଗତ ଲୋକସଭା ନିର୍ବାଚନରେ ୯୯ଟି ଆସନ ଜିତିଥିବା କଂଗ୍ରେସ ୧୦୬ଟି ଆସନରେ ବିଜୟୀ ହୋଇଥା’ନ୍ତା। କିନ୍ତୁ ଇଣ୍ଡି ମେଣ୍ଟ ଗତ ନିର୍ବାଚନରେ ପାଇଥିବା ଆସନରୁ ଗୋଟିଏ ଆସନ କମ୍ ପାଇଥା’ନ୍ତା।

୨୦୨୪ ଜୁଲାଇ ୧୫ ତାରିଖରୁ ଅଗଷ୍ଟ ୧୦ ତାରିଖ ମଧ୍ୟରେ ସିଭୋଟର ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ଏଥିରେ ସାରା ଦେଶରେ ଥିବା ୫୩୪ଟି ଲୋକସଭା ନିର୍ବାଚନ ମଣ୍ଡଳୀରୁ ମୋଟ ୪୦ ହଜାର ୫୯୧ ଜଣଙ୍କ ମତାମତ ସଂଗ୍ରହ କରାଯାଇଥିଲା। ସେହିପରି ସିଭୋଟରର ନିୟମିତ ସାପ୍ତାହିକ ଟ୍ରାକରରୁ ମଧ୍ୟ ଅନ୍ୟ ୯୫ ହଜାର ୮୭୨ ଜଣଙ୍କ ମତାମତକୁ ସମୀକ୍ଷା କରି ଏହି ସର୍ଭେ ରିପୋର୍ଟ ପ୍ରକାଶ କରାଯାଇଛି।

Advertisment

ଏହି ସର୍ଭେ ରିପୋର୍ଟ ଅନୁସାରେ ଯଦି ଆଜି ନିର୍ବାଚନ ହୋଇଥା’ନ୍ତା, ତା’ହେଲେ ବିଜେପିର ଭୋଟ୍ ଶେଆର ୩୮% ରହିଥା’ନ୍ତା। ଗତ ନିର୍ବାଚନରେ ଦଳର ଭୋଟ୍ ଶେଆର ୩୭.୭ରୁ ୩୬.୬୫%କୁ ହ୍ରାସ ପାଇଥିଲା। ମୋଟାମୋଟି ଭାବେ ଏନ୍‌ଡିଏ ୪୩.୭% ଭୋଟ୍ ପାଇଥା’ନ୍ତା। କଂଗ୍ରେସ ୨୦୧୪ରେ ମାତ୍ର ୪୪ଟି ଆସନ ଜିତିଥିବା ବେଳେ ୨୦୧୯ରେ ୫୨ ଓ ୨୦୨୪ରେ ୯୯ଟି ଆସନ ଜିତିଛି। ଯଦି ଆଜି ନିର୍ବାଚନ ହୋଇଥା’ନ୍ତା, ତା’ହେଲେ କଂଗ୍ରେସର ଭୋଟ୍ ଶେଆର ୨୫.୪%କୁ ବୃଦ୍ଧି ପାଇଥା’ନ୍ତା ବୋଲି ଏହି ସର୍ଭେ କହୁଛି। ଗତ ନିର୍ବାଚନରେ ଦଳର ଭୋଟ୍ ଶେଆର ୨୧.୨୦% ରହିଥିବା ବେଳେ ୨୦୧୯ରେ ଏହା ୧୯.୪୬% ରହିଥିଲା।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ପୂର୍ବରୁ କରାଯାଇଥିବା ମୁଡ୍ ଅଫ୍ ଦ ନେଶନ ସର୍ଭେରୁ ଜଣାପଡ଼ିଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ୪୦୦ ସିଟ୍ ନପାଇଲେ ସୁଦ୍ଧା ବହୁମତ ପାଇବ। ଏନ୍‌ଡିଏ ୩୩୫ଟି ଆସନ ଓ ଇଣ୍ଡି ମେଣ୍ଟ ୧୬୬ଟି ଆସନ ଜିତିବ ବୋଲି ଏହି ସର୍ଭେ ରିପୋର୍ଟରେ କୁହାଯାଇଥିଲା।

Mood Of The Nation Voters Mood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe