Advertisment

ହିଣ୍ଡେନବର୍ଗ ଯଦି ଭାରତର ହୋଇଥାନ୍ତେ ତାଙ୍କ ବିରୋଧରେ ୟୁଏପିଏ ଲାଗୁ ହୋଇଥାନ୍ତା: ଓୱେସୀ

ଗତ କିଛି ଦିନ ହେବ ଆଦାନିକୁ ଝଡ଼ ଲାଗି ରହିଛି।

ଅଦ୍ୟତନ ହୋଇଛି
Asaduddin Owaisi

Asaduddin Owaisi

Advertisment

ଗତ କିଛି ଦିନ ହେବ ଆଦାନିକୁ ଝଡ଼ ଲାଗି ରହିଥିବା ବେଳେ ଏଆଇଏମଆଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯଦି ହିଣ୍ଡେନବର୍ଗ ଭାରତର ହୋଇଥାନ୍ତେ ତେବେ ତାଙ୍କୁ ନିଶ୍ଚୟ ଆତଙ୍କବାଦୀ ନିରୋଧୀ ଆଇନ ୟୁଏପିଏ ଆକ୍ଟରେ ସମ୍ପୁଖୀନ ହେବାକୁ ପଡ଼ିଥାନ୍ତା । ସଂସଦରେ ବଜେଟ ସେସନରେ ଆଦାନି-ହିଣ୍ଡେନବର୍ଗକୁ ନେଇ ହୋହଲ୍ଲା ଜାରି ରହିଛି। ଏଥିପାଇଁ ସଂସଦ ଅଧିବେଶନରେ ବାରମ୍ବାର ବାଧାପ୍ରାପ୍ତ ହୋଇଛି। ଆଦାନି ବିଷୟରେ ଆଲୋଚନା ପାଇଁ ଜିଦ ଧରିଥିବା ବିରୋଧୀଙ୍କ ଲାଗି ଗୃହ ଏକପ୍ରକାର ଅଚଳ ହୋଇଛି। ଏହିପରିପ୍ରେକ୍ଷୀରେ ଓୱେସୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଯଦି ହିଣ୍ଡେନବର୍ଗ ଭାରତରେ ହୋଇଥାନ୍ତା

Advertisment

ତାଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ତଥା ୟୁଏପିଏ ଆକ୍ଟ ଲାଗୁ ହୋଇସାରନ୍ତାଣି। ଗୌତମ ଆଦାନିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ମଧ୍ୟରେ ସମ୍ପର୍କ ଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯା ନଥିବା ସେ କହିଛନ୍ତି । ଏହି ଅବସରରେ ସେ କଟାକ୍ଷ କରି କହିଛନ୍ତି ଯେ ‘ଏ’ ହେଉଛି ଆପଣଙ୍କ ପାଇଁ ଦୁର୍ଭାଗ୍ୟ। ଆଦାନୀର ସମସ୍ତ ବ୍ୟବସାୟ ପଞ୍ଚମ ସ୍ଥିତିକୁ ଖସିଆସିଲାଣି। ହାଇଦ୍ରାବାଦ ଏମପି ଓୱେସୀ କହିଛନ୍ତି ଯେ, ମୋଦି ସରକାର ଆମର ଜାତୀୟ ପତାକାରୁ ସବୁଜ ରଙ୍କ ହଟାଇବେକି ? ସବୁଜ ରଙ୍ଗକୁ ନେଇ ସରକାର କାହିଁକି ଏତେ ଚିନ୍ତିତ। ସେହିପରି ସୀମାରେ ଚାଇନାର ଅନୁପ୍ରେବେଶକୁ ନେଇ ମୋଦି କିଛି କିହିବେ କି । ବିଲକିସ ବାନୋ ନ୍ୟାୟ ପାଇବେବି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ହିଣ୍ଡେନବର୍ଗ୍ ରିପୋର୍ଟକୁ ନେଇ ସଂସଦର ଉଭୟ ଗୃହରେ ତାତି ସୃଷ୍ଟି ହୋଇଛି। ହିଣ୍ଡେନବର୍ଗ ରିପୋର୍ଟ ଏବଂ ସେଥିଯୋଗୁଁ ଅଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟ ହ୍ରାସ ପ୍ରସଙ୍ଗ ଉଠାଇଛନ୍ତି ମିଳିତ ବିରୋଧୀ। ବିରୋଧୀ ଦଳ ଏହି ବିଷୟରେ ଆଲୋଚନା କରିବାକୁ ଦାବି କରିଥିଲେ। ଏଥିଯୋଗୁ ଗୃହରେ ହଟ୍ଟଗୋଳ ଦେଖାଦେଇଥିଲା। ପ୍ରବଳ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ବାଧାପ୍ରାପ୍ତ ହୋଇଛି। ଉଭୟ ଗୃହରେ ଅଦାନୀ ଗ୍ରୁପ୍ ଏବଂ ହିଣ୍ଡେନବର୍ଗ ରିପୋର୍ଟ ବିଷୟରେ ଆଲୋଚନା କରିବା ଲାଗି ରାଜ୍ୟସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡ଼ଗେ ପ୍ରସ୍ତାବ ଆଗତ କରିଛନ୍ତି ।

Advertisment

ବଜାର ମୂଲ୍ୟ ହ୍ରାସ ପାଉଥିବା ଅଦାନୀ ଗ୍ରୁପ୍‌ରେ SBI, LIC ଏବଂ ଅନ୍ୟ ପବ୍ଲିକ୍ ସେକ୍ଟର ବ୍ୟାଙ୍କ୍‌ର ପୁଞ୍ଜି ନିବେଶ ପ୍ରସଙ୍ଗରେ ଆଲୋଚନା ପାଇଁ ଚାହୁଁଥିଲେ ମିଳିତ ବିରୋଧୀ ଦଳ। ଏହାର ଯୁଗ୍ମ ସଂସଦୀୟ କମିଟି କିମ୍ବା ପ୍ରଧାନ ବିଚାରପତିଙ୍କ ତଦାରଖରେ ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି ବିରୋଧୀ। ଅନ୍ୟପକ୍ଷରେ ବିଜେପି କହିଛି, ଆମେ ସବୁ ବିଷୟରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। ହେଲେ ବିରୋଧୀ ଏଥିରେ ଅଂଶଗ୍ରହଣ କରୁନାହାନ୍ତି।

India Owaisi Hindenburg
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe