Advertisment

ଟ୍ରେନ୍‌ ଆଗରେ ରିଲ୍ସ କଲେ ଆଉ ଛଡ଼ାଯିବନି, ରୁଜୁ ହେବ ମାମଲା

ମାତ୍ର ଚଳନ୍ତା ଟ୍ରେନ୍‌ ସମ୍ମୁଖରେ ବା ଟ୍ରାକ୍‌ ଉପରେ ରିଲ୍ସ କରିବା ଏବେ ମହଙ୍ଗା ପଡ଼ିବ। ଏପରି କରୁଥିବା ଲୋକଙ୍କ ବିରୋଧରେ ରୁଜୁ ହେବ ମାମଲା।

author-image
Niharika Rout
Reels Before Train

Reels Before Train

ଆଜିକାଲି ସମସ୍ତଙ୍କୁ ଘାରିଛି ରିଲ୍ସ ନିଶା। ପିଲାଠୁ ଆରମ୍ଭ କରି ବୁଢ଼ା ସମସ୍ତେ ରିଲ୍ସ ମାୟାରେ ପାଗଳ । ତେବେ ଏହି ରିଲ୍ସ ବେଳେ ବେଳେ ସାଜିଛୁ ଘାତକ। ଏଥିପାଇଁ ଅକାଳରେ ଚାଳିଯାଉଛି ଜୀବନ। କେତେବେଳେ ସୁଉଚ୍ଚ ବିଲ୍ଡିଂରୁ ଝୁଲିବାକୁ ପଛାଉ ନାହାନ୍ତି ତ କେତେବଳେ ଚଳନ୍ତା ଟ୍ରେନ୍‌ ଆଗରେ ଛିଡ଼ା ହୋଇ କରୁଛନ୍ତି ରିଲ୍ସ।

Advertisment

ମାତ୍ର ଚଳନ୍ତା ଟ୍ରେନ୍‌ ସମ୍ମୁଖରେ ବା ଟ୍ରାକ୍‌ ଉପରେ ରିଲ୍ସ କରିବା ଏବେ ମହଙ୍ଗା ପଡ଼ିବ। ଏପରି କରୁଥିବା ଲୋକଙ୍କ ବିରୋଧରେ ରୁଜୁ ହେବ ମାମଲା। ଏନେଇ କେନ୍ଦ୍ର ସରକାର ଶକ୍ତ ଆଭିମୁଖ୍ୟ ଆପଣାଇଥିବା ବେଳେ ରେଳୱେ ବୋର୍ଡ ବିଜ୍ଞପ୍ତି ଜାରି କରିଛି।

ଭାଇରାଲ ହେବା ମୋହରେ କେତେବେଳେ ଟ୍ରାକ୍‌ ଉପରେ ଯୁବ ପିଢ଼ି ଶୋଇ ପଡ଼ି ରିଲ୍‌ କରୁଛନ୍ତି ତ କେତେବେଳେ ଚଳନ୍ତା ଟ୍ରେନ୍‌ ଆଗରେ ଶୁଟ୍‌ କରୁଛନ୍ତି ଭିଡିଓ । ଫଳରେ ଅକାଳରେ ଚାଲି ଯାଉଛି ବହୁ ଜୀବନ । ଏଥିସହ ବହୁ ରେଳ ଯାତ୍ରୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହେଉଥିବା ବେଳେ ରେଳ ବିଭାଗର ବି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଉଛି।

Advertisment

ହେଲେ ଏହାକୁ ଆଉ ବରଦାସ୍ତ କରାଯିବନି । ଏଥିନେଇ ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି ସରକାର। ଏପରି କଲେ ରୁଜୁ ହେବ ମାମଲା ଓ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠା। ଏନେଇ ରେଲୱେ ପକ୍ଷରୁ ସବୁ ଜୋନ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷିତ ରେଳ ପରିଚାଳନାରେ ତ୍ରୁଟି ଘଟାଇଲେ ଏଣିକି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରେଳ ବିଭାଗ ଚେତାବନୀ ଦେଇଛି।

Arrest Indian Railway Reels