Advertisment

'ହେମା ମାଲିନୀଙ୍କୁ କରନ୍ତୁ ବ୍ରାଣ୍ଡ ଆମ୍ବାସାଡର୍‌, ବଢ଼ିବ ଡିପୋଜିଟ୍‌'

ଏଭଳି କିଛି ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ମଧ୍ୟପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ବିଜୟ ଶାହ।

hema-malini

hema-malini

Advertisment

'ବଲିଉଡ ଅଭିନେତ୍ରୀ ହେମା ମାଲିନୀଙ୍କୁ ବ୍ରାଣ୍ଡ ଆମ୍ବାସାଡର କରିଲେ, ଡିପୋଜିଟ ବଢ଼ିବ।' ଏଭଳି କିଛି ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ମଧ୍ୟପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ବିଜୟ ଶାହ।

Advertisment

ନିକଟରେ ମୋହନ ଯାଦବ ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ବିଜୟ ଶାହ ଖଣ୍ଡଓ୍ୱା ସ୍ଥିତ ପୋଷ୍ଟ ଅଫିସ୍‌ର ପାସପୋର୍ଟ ସେବା କେନ୍ଦ୍ର ଉଦ୍‌ଘାଟନ କରିବାକୁ ଯାଇଥିଲେ। ଏହି ସମୟରେ ମନ୍ତ୍ରୀ ଅଭନେତ୍ରୀ ହେମା ମାଳିନୀଙ୍କୁ ନେଇ ଦେଇଥିଲେ ଏକ ବିବାଦୀୟ ବୟାନ।

ସେ କହିଥିଲେ, 'ପୋଷ୍ଟ ଅଫିସ ଫିକ୍ସ ଡିପୋଜିଟ୍‌ ତୁଳନାରେ ଏସ୍‌ବିଆଇ ଠାରୁ ଅଧିକ ସୁଧ ଦେଉଛି। କିନ୍ତୁ ନିଜ ପ୍ରଚାର ଠିକ୍‌ ଭାବେ କରିପାରୁ ନଥିବାରୁ ଏଠାରେ ଡିପୋଜିଟ୍‌ ସଂଖ୍ୟା କମ୍‌ ରହିଛି। ପୋଷ୍ଟ ଅଫିସର କୌଣସି ମଡେଲ କି ବ୍ରାଣ୍ଡ ଆମ୍ବାସାଡର ନାହାନ୍ତି। ହେମା ମାଳିନୀଙ୍କୁ ବ୍ରାଣ୍ଡ ଆମ୍ବାସାଡର କର।'

Advertisment

କେବଳ ସେତିକି ନୁହେଁ ସେ ଆହୁରି କହିଥିଲେ, 'ମୁଁ ହେମା ମାଲିନୀଙ୍କ ନାଁ ଏଥିପାଇଁ ନେଲି କାରଣ ସେ ଭାରତୀୟ ପରମ୍ପରା, ସଭ୍ୟତା ଓ ସଂସ୍କୃତିର ମୂର୍ତ୍ତି। ସେ ଆଜି ଯାଏ ଏଭଳି କୌଣସି ଫିଲ୍ମରେ କାମ କରି ନାହାନ୍ତି, ଯାହାକୁ ଦେଖି ଆପଣଙ୍କୁ ମୁହଁ ଲୁଚାଇବାକୁ ପଡିବ। ଏହାପରେ ବି ତାଙ୍କୁ ବ୍ରାଣ୍ଡ ଆମ୍ବାସାଡର କରୁନି ପୋଷ୍ଟ ଅଫିସ। ଆମେ ତାଙ୍କ ଫ୍ୟାନ୍‌। ଯଦି ସେ ପ୍ରଚାର କରିବେ ତେବେ ଅନ୍ୟ ବ୍ୟାଙ୍କଗୁଡିକରୁ ଟଙ୍କା ବାହାର କରି ଲୋକେ ପୋଷ୍ଟ ଅଫିସରେ ଆଣି ଡିପୋଜିଟ୍‌ କରିବେ। ଏଠାରେ ଡିପୋଜିଟ୍‌ ସଂଖ୍ୟା ବଢ଼ିଯିବ।'

ମନ୍ତ୍ରୀଙ୍କ କଥା କେବଳ ଏତିକିରେ ସରିନଥିଲା। ସେ ଆହୁରି କହିଥିଲେ ଯେ, ପୋଷ୍ଟ ଅଫିସ୍‌ ହେଉଛି ମୋଦି ଜୀଙ୍କ ପ୍ରକୃତ ପୁଅ। କୋ-ଅପରେଟିଭ୍‌ ଓ ଅନ୍ୟ ସବୁ ବ୍ୟାଙ୍କ ହେଉଛି ଦାଦା ପୁଅ।' ମନ୍ତ୍ରୀଙ୍କ ଏହି ବୟାନ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ହେମା ମାଳିନୀଙ୍କ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

Hema Malini Madhya Pradesh CM Mohan Yadav Minister Vijay Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe