Advertisment

ବାରଣ ସତ୍ତ୍ୱେ ସି-ବିଚ୍‌ରେ ବିବାଦୀୟ ବିବିସି ସିନେମାକୁ ସ୍ୱତନ୍ତ୍ର ସ୍କ୍ରିନିଂ କରିବ କଂଗ୍ରେସ

ଦୁଇ ଭାଗର ଏହି ‘ବିବିସି ଡକ୍ୟୁମେଣ୍ଟାରି’ ୨୦୦୨ ଗୁଜରାଟ ଦଙ୍ଗାର କେତେକ ଦିଗ ଉପରେ କରାଯାଇଥିବା ତଦନ୍ତ ଆଧାରିତ ବୋଲି ‘ବିବିସି’ ଦାବି କରୁଥିବା ବେଳେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏହାକୁ ପ୍ରଚାରସର୍ବସ୍ୱ ଓ ଉପନିବେଶୀୟ ମନୋଭାବସମ୍ପନ୍ନ କହି ତୀବ୍ର ସମାଲୋଚନା କରିଛି।

Narendra Modi

Narendra Modi

Advertisment

ବିବାଦ ଥମୁନି କି ବିତର୍କ ଥମୁନି। ସରକାର ରୋକିବାକୁ ଚାହିଁଲେ ବି ପାରୁନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସି ପକ୍ଷରୁ ନିର୍ମିତ ବିବାଦୀୟ ଡକ୍ୟୁମେଣ୍ଟାରୀ ଚଳଚଚ୍ଚିତ୍ରକୁ ନେଇ ସୃଷ୍ଟି ହୋଇଥିବା ଝଡ଼ ଥମିବାର ନା ଧରୁନି। ୟୁଟ୍ୟୁବ୍‌ରେ ଫିଲ୍ମ ରିଲିଜ୍‌କକୁ ଭାରତ ସରକାରଙ୍କ ପକ୍ଷରୁ ରୋକ ଲଗାଯାଇଥିବା ବେଳେ ବିରୋଧୀ ଗୋଷ୍ଟୀଙ୍କ ପକ୍ଷରୁ ଏହାକୁ ସ୍ୱତନ୍ତ୍ର ସ୍କ୍ରିନିଂ କରିବାକୁ ନେଇ ବିବାଦ ଆହୁରି ଘନେଇବାରେ ଲାଗିଛି। ବାରଣ ସତ୍ତ୍ୱେ ଆଜି କେରଳ କଂଗ୍ରେସ ପକ୍ଷରୁ ଥିରୁଭନନ୍ତପୁରମର ସଙ୍ଘୁମୁଘମ ସି ବିଚ୍‌ରେ ସ୍ୱତନ୍ତ୍ର ସ୍କ୍ରିନିଂ କରାଯିବ। ଆଜି ୫ଟା ବେଳେ ଏହି ଫିଲ୍ମକୁ  ପ୍ରସାରଣ କରାଯିବ। ଏହି ଫିଲ୍ମକୁ ସର୍ବସାଧାରଣ ତଥା ଲୋକେ ଦେଖିବା ପାଇଁ ଏହାର କାର୍ଯ୍ୟସୂଚୀକୁ ପରିବର୍ତ୍ତନ କରାଯାଇଛି। ଗତ ସପ୍ତାହେ ହେବ ଫିଲ୍ମଟି ବିବାଦ ଘେରରେ ରହିଛି।

Advertisment

୨୦୦୨ ଗୁଜରାଟ ଦଙ୍ଗା ଉପରେ ଆଧାରିତ ଏହି ସିନେମାରେ ମୋଦିଙ୍କୁ ଖଳନାୟକ ଭାବେ ଦର୍ଶାଯାଇଛି। ଏହି ଫିଲ୍ମରେ ମୋଦିଙ୍କ ବିରୋଧରେ ଅପପ୍ରଚାର କରାଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଦୁଇ ଭାଗର ଏହି ‘ବିବିସି ଡକ୍ୟୁମେଣ୍ଟାରି’ ୨୦୦୨ ଗୁଜରାଟ ଦଙ୍ଗାର କେତେକ ଦିଗ ଉପରେ କରାଯାଇଥିବା ତଦନ୍ତ ଆଧାରିତ ବୋଲି ‘ବିବିସି’ ଦାବି କରୁଥିବା ବ‌େଳେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏହାକୁ ପ୍ରଚାରସର୍ବସ୍ୱ ଓ ଉପନିବେଶୀୟ ମନୋଭାବସମ୍ପନ୍ନ କହି ତୀବ୍ର ସମାଲୋଚନା କରିଛି।

କଂଗ୍ରେସ ନେତା ରାହୁଲ୍‌ ଗାନ୍ଧି ମଧ୍ୟ ଉକ୍ତ ଡକ୍ୟୁମେଣ୍ଟାରି ପ୍ରସଙ୍ଗରେ କହିବା ବେଳେ କହିଥିଲେ, ସତ୍ୟର ଉନ୍ମୁକ୍ତ ହେବାର ବଦଭ୍ୟାସ ଅଛି। ଗଣମାଧ୍ୟମକୁ ନିଷିଦ୍ଧ କରି, ‘ଇଡି’ ଓ ‘ସବିଆଇ’ ବ୍ୟବହାର କରି ଯେତେ ଉଦ୍ୟମ କଲେ ସତ୍ୟକୁ ଅବରୋଧ କରାଯାଇ ପାରିବ ନାହିଁ। ‘ବିବିସି ଡକ୍ୟୁମେଣ୍ଟାରି’ ପ୍ରଦର୍ଶନକୁ ନେଇ  ଜେଏନୟୁ ଏବଂ ଜାମିମିଲିଆରେ ଉତ୍ତେଜନା ଲାଗି ରହିଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ପର୍ଯ୍ୟବେଶିତ ‘ଇଣ୍ଡିଆ: ଦି ମୋଦୀ କ୍ୱେଶ୍ଚନ୍‌’ ଶୀର୍ଷକ ସିନେମା  ନିମନ୍ତେ ‘ବିବିସି’କୁ ସମାଲୋଚନା କରିବାର ଦିନକ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ. କେ. ଆଣ୍ଟୋନିକଙ୍କ ପୁଅ ତଥା କଂଗ୍ରେସ ନେତା ଅନୀଲ ଆଣ୍ଟୋନି ଦଳରୁ ଇସ୍ତଫା ଦଇଛନ୍ତି। ସେ କହିଛନ୍ତି, ଟ୍ୱିଟ୍‌ ପ୍ରତ୍ୟାହାର କରିନେବା ନିମନ୍ତେ ମୋ ପାଖକୁ ସଂକୀର୍ଣ୍ଣ ମନୋଭାବାପନ୍ନ ବ୍ୟକ୍ତିଙ୍କ ଫୋନ୍‌ ଆସୁଛି। କିନ୍ତୁ, ମୁଁ ତାହା କରିବାକୁ ରାଜି ନ ଥିବାରୁ କଂଗ୍ରେସରୁ ଇସ୍ତଫା ଦେଉଛି।

Advertisment
Congress PM Modi Kerala BBC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe