Advertisment

ଆସିଲା ଯୌନ ଉତ୍ପୀଡ଼ନ ମାମଲା, ବିଦା ହେଲେ ଆଇଆଇଏମ୍‌- କୋଲକତା ନିର୍ଦ୍ଦେଶକ

କର୍ମକ୍ଷେତ୍ରରେ ଆସିଲା ସାଂଘାତିକ ଯୌନ ଉତ୍ପୀଡ଼ନ ମାମଲା। ଫଳରେ ନିଜ ପଦରୁ ବିତାଡ଼ିତ ହେଲେ ଆଇଆଇଏମ୍‌- କୋଲକତାର ନିର୍ଦ୍ଦେଶକ ସହଦେବ ସରକାର।

IIM Calcutta

IIM Calcutta

Advertisment

କର୍ମକ୍ଷେତ୍ରରେ ଆସିଲା ସାଂଘାତିକ ଯୌନ ଉତ୍ପୀଡ଼ନ ମାମଲା। ଫଳରେ ନିଜ ପଦରୁ ବିତାଡ଼ିତ ହେଲେ ଆଇଆଇଏମ୍‌- କୋଲକତାର ନିର୍ଦ୍ଦେଶକ ସହଦେବ ସରକାର। ତାଙ୍କ ପଦରେ ସାଇବଲ ଚଟ୍ଟୋପାଧ୍ୟକ୍ଷଙ୍କୁ ନିଯୁକ୍ତି ମିଳିଛି।

Advertisment

ଗତକାଲି ଆଇଆଇଏମ୍‌-କୋଲକତା ପକ୍ଷରୁ ଜାରି ପ୍ରେସ୍‌ ରିଲିଜରେ କୁହାଯାଇଛି, ନିର୍ଦ୍ଦେଶକ ସହଦେବ ସରକାରଙ୍କ ନାଁରେ କର୍ମ କ୍ଷେତ୍ରରେ ଯୌନ ନିର୍ଯାତନା ମାମଲା ନେଇ ଅଭିଯୋଗ କରିବା ପରେ ଏହାର ତଦନ୍ତ ପାଇଁ ଏକ ଆଭ୍ୟନ୍ତରିଣ କମିଟି ଗଠନ କରାଯାଇଛି।  

ଏହି ଅଭିଯୋଗର ତଦନ୍ତ ପାଇଁ ଗତ ୬ ତାରିଖରେ ଆଭ୍ୟନ୍ତରିଣ ଉପଦେଷ୍ଟା କମିଟିର ମିଟିଂ ବସିଥିଲା। ଏହି ତଦନ୍ତ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବାକୁ ସରକାରଙ୍କୁ ତୁରନ୍ତ ନିଜ ପଦରୁ ବହିଷ୍କାର କରିବାକୁ ଆଭ୍ୟନ୍ତରିଣ କମିଟି ଉପଦେଶ ଦେଇଥିଲା। ଏହାପରେ ତୁରନ୍ତ ସରକାରଙ୍କୁ ନିଜ ପଦରୁ ବହିଷ୍କାର କରାଯାଇଛି। ଏଥିସହ ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ତାଙ୍କୁ ଅନ୍ୟ ସମସ୍ତ ଦାୟିତ୍ୱରୁ ମଧ୍ୟ ମୁକ୍ତ କରାଯାଇଛି। 

Advertisment
West Bengal IIM Sexual Harassment In University
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe