Advertisment

ବାପା ମା’ ବାହାରକୁ ଯିବା ପରେ ଆତ୍ମହତ୍ୟା କଲେ ଆଇଆଇଟି ଆଶାୟୀ

ଛାତ୍ର ଜଣଙ୍କ ଦେଶର କୋଚିଂ ହବ ଭାବେ ପରିଚିତ କୋଟାକୁ ୨ ମାସ ତଳେ ଆସିଥିଲେ। ହେଲେ ହଠାତ୍‌ ବାପା ମା’ଙ୍କୁ ଭେଟିବା ପରେ କାହିଁକି ଆତ୍ମହତ୍ୟା କଲେ, ପୁଲିସ୍‌ ତା’ର ତଦନ୍ତ କରୁଛି।

author-image
Hemant Lenka
IIT

IIT

ରାଜସ୍ଥାନର କୋଟାରେ ରହି ଆଇଆଇଟି ଜେଇଇ ପାଇଁ କୋଚିଂ ନେଉଥିବା ଜଣେ ୧୭ ବର୍ଷୀୟ ଛାତ୍ର ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଛାତ୍ରଙ୍କ ଘର ମହାରାଷ୍ଟ୍ରରେ। ତାଙ୍କୁ ଭେଟିବା ପାଇଁ ତାଙ୍କ ବାପା ମା’ କୋଟା ଆସିଥିଲେ। ଆଜି ବ୍ରେକଫାଷ୍ଟ ପରେ ବାପା ମା’ ବାହାରକୁ ଭୁଲିବା ପାଇଁ ଯାଇଥିବା ବେଳେ ଛାତ୍ର ଜଣଙ୍କ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଛାତ୍ର ଜଣଙ୍କ ଦେଶର କୋଚିଂ ହବ ଭାବେ ପରିଚିତ କୋଟାକୁ ୨ ମାସ ତଳେ ଆସିଥିଲେ। ହେଲେ ହଠାତ୍‌ ବାପା ମା’ଙ୍କୁ ଭେଟିବା ପରେ କାହିଁକି ଆତ୍ମହତ୍ୟା କଲେ, ପୁଲିସ୍‌ ତା’ର ତଦନ୍ତ କରୁଛି।

ପୁଲିସ କହିଛି ଯେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ନାଁ ଭାର୍ଗବ କେଶବ। ତାଙ୍କ ଘର ମହାରାଷ୍ଟ୍ରର କାମନାଥ ନଗରରେ। ସେ ୨ ମାସ ହେଲା ଜେଇଇ ମେନ୍‌ ପରୀକ୍ଷାରେ ସଫଳତା ହାସଲ କରିବା ପାଇଁକୋଟାର ରାଜୀବ ଗାନ୍ଧି ନଗରରେ ଥିବା ଗୋଟିଏ ଆବାସିକ କୋଚିଂ ସେଣ୍ଟରେ ରହି ପ୍ରସ୍ତୁତି କରୁଥିଲେ।

Advertisment

ଆଜି କେଶବଙ୍କୁ ଦେଖା କରିବା ପାଇଁ ତାଙ୍କ ବାପା ମା’ ଆସିଥିଲେ। ବ୍ରେକ ଫାଷ୍ଟ ପରେ ଉଭୟ ବାହାରକୁ ବୁଲିବା ପାଇଁ ଯାଇଥିଲେ। ହେଲେ କେଶବ ରୁମରେ ଏକାକୀ ରହିଥିଲେ।

ସେମାନେ ଯେତେବେଳେ ରୁମକୁ ଫେରିଥିଲେ ସେତେବେଳେ କେଶବ ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ। ଏହାପରେ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲେ ହେଁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।

Rajasthan Students IIT