Advertisment

ରାମାୟଣକୁ ଅପମାନ, ୧.୬ ଲକ୍ଷ ଫାଇନ୍‌ ଗଣିବେ ଆଇଆଇଟି ଛାତ୍ର

ଗ୍ରାଜୁଏଟ୍‌ ଛାତ୍ରଙ୍କ ଉପରେ ୧ଲକ୍ଷ ୨୦ହଜାର ଟଙ୍କା ଜୋରିମାନା ଲାଗୁ କରାଯାଇଥିବା ବେଳେ ଜୁନିୟର ଛାତ୍ରଙ୍କୁ ୪୦ ହଜାର ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି।

author-image
Madhupriya Mistry
IIT-Bombay Punished Student

IIT-Bombay Punished Student

ରାମାୟଣକୁ ଅପମାନିତ କରିବା ପଡିଲା ମହଙ୍ଗା। ନାଟକ ଜରିଆରେ ରାମ ସୀତାଙ୍କୁ ଅପମାନିତ କରି ଫସିଲେ ବମ୍ବେ ଆଇଆଇଟି ଛାତ୍ର। ଲାଗିଲା ମୋଟା ଅଙ୍କର ଫାଇନ୍‌। ୮ ଜଣ ଛାତ୍ରଙ୍କ ଉପରେ ୧ଲକ୍ଷ ୬୦ ହଜାର ଟଙ୍କାର ଜୋରିମାନା ଲାଗୁ କରାଯାଇଛି।

Advertisment

ପ୍ରକୃତରେ ବମ୍ବେ ଆଇଆଇଟିର ବାର୍ଷିକ ଉତ୍ସବରେ କିଛି ଛାତ୍ର ଏକ ନାଟକ ପରିବେଷଣ କରିଥିଲେ। ଏହାର ନାଁ ଥିଲା ରାହୋବନ। ଏହା ରାମାୟଣ ଉପରେ ଆଧାରିତ ଥିଲା। କିଛି ଗ୍ରାଜୁଏଟ୍‌ ଓ ଜୁନିଅର୍‌ ଛାତ୍ର ମିଶି ଏହି ନାଟକ ପରିବେଷଣ କରିଥିଲେ। ତେବେ ଏହି ନାଟକ ଜରିଆରେ ଛାତ୍ରମାନେ ଭଗବାନ ରାମ ଓ ସୀତାଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ସେମାନେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଏହି ଅଭିଯୋଗ ପରେ ସମସ୍ତ ୮ ଛାତ୍ରଙ୍କୁ ବମ୍ବେ ଆଇଆଇଟି ପକ୍ଷରୁ ନୋଟିସ୍‌ ଜରି କରାଯାଇଛି। ଗ୍ରାଜୁଏଟ୍‌ ଛାତ୍ରଙ୍କ ଉପରେ ୧ଲକ୍ଷ ୨୦ହଜାର ଟଙ୍କା ଜୋରିମାନା ଲାଗୁ କରାଯିବା ସହ ସେମାନଙ୍କ ଜିମଖାନା ପୁରସ୍କାର ପାଇଁ ମଧ୍ୟ ମାନ୍ୟତା ରଦ୍ଦ କରାଯାଇଛି। ଅନ୍ୟପଟେ ଜୁନିୟରମାନଙ୍କୁ ୪୦ ହଜାର ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି। ଛାତ୍ରମାନଙ୍କ ହଷ୍ଟେଲ ସୁବିଧା ଉପରେ ମଧ୍ୟ ବ୍ୟାନ୍‌ ଲଗାଯାଇଛି। ଅଭିଯୋଗ ପରେ ଅନୁଶାସନାତ୍ମକ କମିଟିର ସୁପାରିଶକୁ ଆଧାର କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ପରଫରମିଂ ଆର୍ଟସ୍‌ ଫେଷ୍ଟିଭାଲ ତଥା ପିଏଏଫ ହେଉଛି ଆଇଆଇଟି-ବମ୍ବେର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ। ମାର୍ଚ୍ଚ ମାସରେ ଏହାର ଆୟୋଜନ କରାଯାଇଥିଲା। 'ରାହୋବନ' ନାଟକ ୩୧ ମାର୍ଚ୍ଚରେ କ୍ୟାମ୍ପସ ପରିସରରେ ଥିବା ଖୋଲା ଆକାଶ ଥିଏଟରରେ ଅନୁଷ୍ଠିତ ହୋଇଥିଲା। ପରେ ଏହି ନାଟକର ଭିଡିଓ ସୋଶାଲ ମଇଡିଆରେ ଭାଇରାଲ ହୋଇଥିଲା।

IIT Bombay Ramayan