Advertisment

ହଷ୍ଟେଲ ଛାତରୁ ଡେଇଁ ପଡ଼ି ଜୀବନ ହାରିଲେ ଆଇଆଇଟି ଛାତ୍ର

ସେ ଶୁକ୍ରବାର ରାତି ପ୍ରାୟ ୨.୩୦ରେ ଶିକ୍ଷାନୁଷ୍ଠାନର ହଷ୍ଟେଲ ଛାତରୁ ଡେଇଁ ପଡ଼ିଥିଲେ।

IIT

IIT

Advertisment

ଆଇଆଇଟି ବମ୍ବେ ଭଳି ପ୍ରସିଦ୍ଧ ଶିକ୍ଷାନୁଷ୍ଠାର ଜଣେ ୨୬ ବର୍ଷୀୟ ଛାତ୍ର ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ସେ ଆଇଆଇଟି ବମ୍ବେର ହଷ୍ଟେଲ ଛାତରୁ ଡେଇଁ ଜୀବନ ହାରିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଛାତ୍ର ଜଣଙ୍କ ହଷ୍ଟେଲ ଛାତରୁ ଡେଇଁ ପଡ଼ିଥିବା ଜଣାପଡ଼ିଛି।

Advertisment

ମୃତ ଛାତ୍ର ଜଣଙ୍କ ହେଲେ ଦିଲ୍ଲୀର ରୋହିତ ସିହ୍ନା। ସେ ଶୁକ୍ରବାର ରାତି ପ୍ରାୟ ୨.୩୦ରେ ଶିକ୍ଷାନୁଷ୍ଠାନର ହଷ୍ଟେଲ ଛାତରୁ ଡେଇଁ ପଡ଼ିଥିଲେ। ସାଙ୍ଗମାନେ ଏକଥା ଜାଣିବା ପରେ ତୁନ୍ତ ତାଙ୍କୁ ନିକଟସ୍ଥ ହୀରନନ୍ଦନୀ ହସ୍ପିଟାଲକୁ ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମାନ ହଷ୍ଟେଲରେ ରହୁଥିବା ଆଉ ଜଣେ ଛାତ୍ର ପୁଲିସ୍‌କୁ କହିଛନ୍ତି ଯେ ବିଳମ୍ବିତ ରାତିରେ ରୋହିତ କାହା ସାଙ୍ଗରେ ଫୋନରେ କଥା ହେଉଥିଲେ। ଏହାପରେ ସେ ହଠାତ୍‌ ହଷ୍ଟେଲ ଛାତରୁ ଡେଇଁ ପଡ଼ିଥିଲେ। ବମ୍ବେ ଆଇଆଇଟିରେ ରୋହିତ Metallurgical Engineering and Materials Scienceର ୪ର୍ଥ ବର୍ଷର ଛାତ୍ର ଥିଲେ।

Advertisment

ପୋୱାଇ ପୁଲିସ୍‌ ଏନେଇ ଗୋଟିଏ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।

ବମ୍ବେ ଆଇଆଇଟି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଆମ ଶିକ୍ଷାନୁଷ୍ଠାନରେ ଶେଷ ବର୍ଷର ଛାତ୍ର ରୋହିତ ସିହ୍ନାଙ୍କ ବିୟୋଗ ଖବରକୁ ଆମେ ବେଶ ଦୁଃଖର ସହ ଜଣାଉଛୁ। ଏହି ଭୟଙ୍କର ଘଟଣା ଗତକାଲି ରାତିରେ ଘଟିଛି। ପୋୱାଇ ପୁଲିସ୍‌ ଏବେ ଘଟଣାର ତଦନ୍ତ କରୁଛି।”

Suicide IIT Bombay
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe