Advertisment

ପ୍ରଫେସର ଓ ବକ୍ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଆଇଆଇଟି ଶିକ୍ଷାର୍ଥୀ

ଗୋଟିଏ ପଟେ ଇସ୍ରାଏଲ ଓ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ପ୍ରଫେସର ଓ ବକ୍ତା ଜଣଙ୍କ ନଭେମ୍ବର ୬ ତାରିଖ ଆଲୋଚନାଚକ୍ରରେ ଏ ସମ୍ପର୍କରେ ମତ ରଖିଛନ୍ତି।

IIT

IIT

Advertisment

ବମ୍ବେ ଆଇଆଇଟର ଛାତ୍ରଛାତ୍ରୀମାନେ ଜଣେ ପ୍ରଫେସର ଓ ଜଣେ ବକ୍ତାଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ଭିଡିଓ କନଫରେନ୍ସିଂ ଜରିଆରେ ଚାଲିଥିବା ଆଲୋଚନାଚକ୍ର ବେଳେ ପ୍ରଫେସର ଓ ଅତିଥି ଭାବେ ଯୋଗ ଦେଇଥିବା ବକ୍ତା ଜଣଙ୍କ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ସପକ୍ଷରେ ମତ ରଖିଥିବା ଶିକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି। ଏଥିପାଇଁ ସେମାନେ ପୁଲିସର ଦ୍ୱାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Advertisment

ଗୋଟିଏ ପଟେ ଇସ୍ରାଏଲ ଓ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ପ୍ରଫେସର ଓ ବକ୍ତା ଜଣଙ୍କ ନଭେମ୍ବର ୬ ତାରିଖ ଆଲୋଚନାଚକ୍ରରେ ଏ ସମ୍ପର୍କରେ ମତ ରଖିଛନ୍ତି। 

ମାନବୀୟ ଓ ସାମାଜିକ ବିଜ୍ଞାନ(ଏଚଏସଏସ) ବିଭାଗର ପ୍ରଫେସର ଶର୍ମିଷ୍ଠା ସାହା ଆଲୋଚନାଚକ୍ରକୁ ଅତିଥି ବକ୍ତା ଭାବେ ସୁଧାନବା ଦେଶପାଣ୍ଡେଙ୍କୁ ନିମନ୍ତ୍ରଣ କରିଥିଲେ। 'HS 835 Performance Theory & Praxis' ପାଠ୍ୟକ୍ରମ ସମ୍ପର୍କରେ ଶର୍ମିଷ୍ଠା ଓ ଦେଶପାଣ୍ଡେ ପିଲାଙ୍କୁ ପଢ଼ାଇଥିଲେ।

Advertisment

ତେବେ ଶର୍ମିଷ୍ଠା ନିଜ ପଦର ଅପବ୍ୟବହାର କରି ଦେଶପାଣ୍ଡେଙ୍କ ଭଳି ଜଣେ ମୌଳବାଦୀ ବାମପନ୍ଥୀ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଥିବା ଅଭିଯୋଗ ହୋଇଛି। ପିଲାମାନେ କହିଛନ୍ତି ଯେ ଦେଶପାଣ୍ଡେ ଆଲୋଚନାଚକ୍ର ବେଳେ ପାଲେଷ୍ଟାଇନ ଆତଙ୍କୀ ଜାକାରିଆ ଜବେଇଦି ଓ ଘାସାନ କନାଫାନି ସପକ୍ଷରେ କହିଥିଲେ। ଏଥିସହ ହମାସ କରିଥିବା ବିଦ୍ରୋହକୁ ସେ ଯର୍ଥାର୍ଥ ବୋଲି ଦର୍ଶାଇଥିଲେ।

ଅଭିଯୋଗ ହୋଇଛି ଯେ “୨୦୧୫ରେ ଦେଶପାଣ୍ଡେ ଆତଙ୍କୀ ଜାକାରିଆକୁ ଭେଟିଥିବା କଥାକୁ ସ୍ୱୀକାର କରି ନାହାନ୍ତି, ବରଂ ସେ ହିଂସା ଓ ଆର୍ମଡ ବିଦ୍ରୋହକୁ ପ୍ରଶଂସା କରିଛନ୍ତି। ଆମେରିକା, ୟୁରୋପ ଓ ଇସ୍ରାଏଲ ଭଳି ଦେଶ ପକ୍ଷରୁ ଆତଙ୍କବାଦୀ ସଂଗଠନର ମାନ୍ୟତା ପାଇଥିବା ଅଲ ଅକସା ସହିଦ ବ୍ରିଗେଡ୍ସ ସହ ଜାକାରିଆ ଜଡ଼ିତ।

ସେଭଳି ଜଣେ ଲୋକର ପ୍ରଶଂସା କରି ଦେଶପାଣ୍ଡେ ଯୁବଗୋଷ୍ଠୀଙ୍କୁ ଉସକାଇବାକୁ ଚେଷ୍ଟା କରିଛନ୍ତି। ସେ ଆତଙ୍କବାଦର ବିଚାରଧାରାର ଓକିଲାତି କରିଛନ୍ତି। ତେଣୁ ପୁଲିସ୍‌ ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।” 

ସାମ୍ନାକୁ ଆସିଥିବା ଭିଡିଓରେ ଦେଶପାଣ୍ଡେ କହୁଛନ୍ତି ଯେ ପାଲେଷ୍ଟାଇନବାସୀ କରୁଥିବା ସଂଘର୍ଷ ହେଉଛି ଗୋଟିଏ ସ୍ୱାଧୀନତା ସଂଗ୍ରାମ। ୭୬ ବର୍ଷ ହେଲା ପାଲେଷ୍ଟାଇନବାସୀ ସେମାନଙ୍କ ନିଜ ଜମି ପାଇଁ କରୁଥିବା ଲଢ଼େଇର ଏହା ହେଉଛି ପରିଣାମ।

IIT Bombay Israel-Palestine Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe