Advertisment

ହଷ୍ଟେଲରୁ IIT ଛାତ୍ରଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ଦିଲ୍ଲୀ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଏମ.ଟେକ୍ ପଢୁଥିଲେ।

IIT Delhi

IIT Delhi

Advertisment

ଦିଲ୍ଲୀ ଆଇଆଇଟି ହଷ୍ଟେଲରୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ହେଉଛନ୍ତି ମହାରାଷ୍ଟ୍ର ନାଶିକର ସଞ୍ଜୟ ନେରକାର (24)। ସେ ଦିଲ୍ଲୀ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଏମ.ଟେକ୍ ପଢୁଥିଲେ। ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି।

Advertisment

ପୁଲିସର କହିବା ଅନୁସାରେ, ଆଇଆଇଟିର ଦ୍ରୋଣାଚାର୍ଯ୍ୟ ହଷ୍ଟେଲ ରୁମ୍ ନଂ 757ରେ ରହୁଥିଲେ ସଞ୍ଜୟ। ଗୁରୁବାର ରାତିରେ ସଞ୍ଜୟଙ୍କ ପରିବାର ଲୋକେ ତାଙ୍କୁ କଲେ କରିଥିଲେ। କିନ୍ତୁ ସେ କୌଣସି ଉତ୍ତର ଦେଇନଥିଲେ। ବାରମ୍ବାର କଲ୍ କରିବା ସତ୍ତ୍ୱେ ରିସିଭ୍ ନକରିବାରୁ ହଷ୍ଟେଲରେ ଥିବା ତାଙ୍କର ଜଣେ ସାଙ୍ଗକୁ ଜଣାଇଥିଲେ।

ଅନ୍ୟ ପିଲାମାନେ ସଞ୍ଜୟଙ୍କୁ ଡାକିବାକୁ ଯାଇ ଦେଖନ୍ତି ତ, କବାଟ ଭିତର ପଟୁ ବନ୍ଦ ହୋଇଛି। ଏନେଇ ସେମାନେ ହଷ୍ଟେଲ ସୁରକ୍ଷାକର୍ମୀଙ୍କୁ ଜଣାଇଥିଲେ। କବାଟ ଭାଙ୍ଗି ଦେଖିବାରୁ ସଞ୍ଜୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା।

Advertisment

ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରାଥମିକ ତଦନ୍ତ ଅନୁସାରେ, ଏହା ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି।  

Delhi Police IIT Delhi IIT Delhi Student Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe